www.samajalive.in
Saturday, December 13, 2025
17.1 C
Bhubaneswar

ଆଜି ସନ୍ଧ୍ୟାରେ ଉପକୂଳ ଛୁଇଁବ ଘୂର୍ଣ୍ଣିବାତ୍ୟା ‘ନିଭାର’

ଚେନ୍ନଇ : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆହୁରି ଅଧିକ ଘନୀଭୂତ ହୋଇ ଏକ ଘୂର୍ଣ୍ଣିବାତ୍ୟା ‘ନିବାର’ରେ ପରିଣତ ହୋଇଛି। ଏହାର ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଚେନ୍ନଇସ୍ଥିତ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ ‘ନିବାର’ ଘୂର୍ଣ୍ଣିବାତ୍ୟା ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୫ କିଲୋମିଟର ବେଗରେ ଗତି କରୁଛି। ବର୍ତ୍ତମାନ ଏହା ଚେନ୍ନଇର ଦକ୍ଷିଣ-ପୂର୍ବକୁ ୪୫୦ କିଲୋମିଟର ଓ ପୁଡୁଚେରୀଠାରୁ ଦକ୍ଷିଣ-ପୂର୍ବକୁ ୪୧୦ କିଲୋମିଟର ଦୂରରେ ଅବସ୍ଥାନ କରିଛି। ଆସନ୍ତା ୨୪ଘଣ୍ଟା ଭିତରେ ଏହା ଭୟଙ୍କର ରୂପ ନେବାର ଆଶଙ୍କା ରହିଛି। ବୁଧବାର ସନ୍ଧ୍ୟାରେ ଏହା କଡ଼ାଇକଲ ଓ ମାଲାପୁରମ୍‍ ଦେଇ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଘୂର୍ଣ୍ଣିବାତ୍ୟା ସ୍ଥଳଭାଗକୁ ଛୁଇଁବା ପରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ପର୍ଯ୍ୟନ୍ତ ରହିବାର ଅନୁମାନ କରାଯାଉଛି। ଏହା ୧୨୦ କିଲୋମିଟରକୁ ବୃଦ୍ଧି ପାଇବା ସମ୍ଭାବନା ମଧ୍ୟ ରହିଛି। ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି। ସମ୍ଭାବ୍ୟ ପରିସ୍ଥିତିରେ ସତର୍କତା ପଦକ୍ଷେପ ସ୍ବରୂପ ତାମିଲନାଡୁ ସରକାର ବୁଧବାର ଦିନିକିଆ ସରକାରୀ ଛୁଟି ଘୋଷଣା କରିଛନ୍ତି। ରାଜ୍ୟର ୧୧ଟି ଜିଲାରେ ବସ ସେବା ବନ୍ଦ କରିଦିଆଯାଇଛି।
ଅନ୍ୟପପକ୍ଷରେ ପୁଡୁଚେରୀରେ ସରକାର ନଭେମ୍ବର ୨୬ପର୍ଯ୍ୟନ୍ତ ୧୪୪ଧାରା ଜାରି କରିଛନ୍ତି। ମଙ୍ଗଳବାର ରାତି ୯ଟାରୁ ନଭେମ୍ବର ୨୬ର ସକାଳ ୬ଟା ପର୍ଯ୍ୟନ୍ତ ଏହା ଜାରି ରହିବ। ଏହି ସମୟରେ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। କେବଳ କ୍ଷୀର ଦୋକାନ, ପେଟ୍ରୋଲ୍ ପମ୍ପ ଓ ଔଷଧ ଦୋକାନଗୁଡିକୁ ଖୋଲିବା ପାଇଁ ଅନୁମତି ଦିଆଯାଇଛି। ତାମିଲନାଡ଼ୁ ଓ ପୁଡୁଚେରୀରେ ବାତ୍ୟା ମୁକାବିଲା ପାଇଁ ୩୦ଟି ଏନଡିଆରଏଫ ଟିମ୍ ନିୟୋଜିତ କରାଯାଇଛି। ଇତିମଧ୍ୟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇଡାପାଡି ପଲାମୀସ୍ୱାମୀ ଓ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ନାରାୟଣ ସ୍ବାମୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବାର୍ତ୍ତାଳାପ ହୋଇଛି। ଘୂର୍ଣ୍ଣିବାତ୍ୟାର ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories