www.samajalive.in
Saturday, December 6, 2025
26.1 C
Bhubaneswar

ଟୀକା ଆଶା ଦେଲା ରୁଷ: ୭୫୦ ଟଙ୍କାରୁ କମ୍ ମୂଲ୍ୟରେ ମିଳିବ ସ୍ପୁଟନିକ-ଭି

ମାସେ ଦୁଇମାସ ମଧ୍ୟରେ କରୋନା ଟୀକା ଉପଲବ୍ଧ ହେବ ବୋଲି ଖବର ପ୍ରଚାର ପରେ ଲୋକଙ୍କ ମଧ୍ୟରେ ବଢ଼ିଛି ଉତ୍ସୁକତା । ଟୀକା କେବେ ମିଳିବ? ଏହାର ମୂଲ୍ୟ କେତେ ହେବ? କେଉଁମାନଙ୍କୁ ପ୍ରଥମେ ମିଳିବ ? ମିଳୁଥିବା ଟୀକାର ସଫଳତା କେତେ ଆଦିକୁ ନେଇ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାରା ବିଶ୍ବର ଲୋକମାନେ ଟୀକାକୁ ଉତ୍ସୁକତାର ସହ ଚାହିଁ ରହିଛନ୍ତି । ଏପରି ସ୍ଥିତିରେ ରୁଷ ଦେଇଛି ଭଲ ଖବର । ରୁଷ ପ୍ରସ୍ତୁତ କୋଭିଡ଼ ଟୀକା ସ୍ପୁଟନିକ୍-ଭି ୯୫% ପର୍ଯ୍ୟନ୍ତ ପ୍ରଭାବଶାଳୀ ରହିବ ଏବଂ ଏହାର ମୂଲ୍ୟ ମଧ୍ୟ ଅନ୍ୟ ଟୀକାଗୁଡ଼ିକଠାରୁ କମ୍ ରହିବ ବୋଲି ସୂଚନା ମିଳିଛି । ଆନ୍ତର୍ଜାତୀୟ ବଜାର ପାଇଁ ଗୋଟିଏ ଡ଼ୋଜ ଟୀକାର ମୂଲ୍ୟ ୧୦ ଡ଼ଲାର (୭୫୦ ଟଙ୍କା)ରୁ କମ୍ ହେବ ବୋଲି ବୋଲି ରୁଷ ପକ୍ଷରୁ କୁହାଯାଇଛି । ସାର୍ସ-ସିଓଭି-୨ରୁ ଲୋକଙ୍କୁ ରକ୍ଷା ଲାଗି ଏହି ଟୀକାର ୨ଟି ଡ଼ୋଜ ନେବାକୁ ପଡ଼ିବ ଓ ହାରାହାରି ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୧୪୮୦ ଟଙ୍କାରୁ ୧୫୦୦ ଟଙ୍କା ଖର୍ଚ କରିବାକୁ ହେବ । ଏହା ସରକାର ବହନ କରିବେ କି ବ୍ୟକ୍ତିବିଶେଷ ପ୍ରଦାନ କରିବେ ତାହା ସେହି ଦେଶର ସରକାର ନିର୍ଧାରଣ କରିବେ ।

ରୁଷ ସରକାର ନିଜ ଦେଶର ନାଗରିକଙ୍କ ପାଇଁ ମାଗଣାରେ ଟୀକା ବ୍ୟବସ୍ଥା କରିଛନ୍ତି ଏବଂ ଜାନୁଆରୀ ମାସରେ ଏହା ପ୍ରଦାନ ଆରମ୍ଭ ହେବ । ସେହିପରି ସ୍ପୁଟନିକ୍ ଭିକୁ ଜାନୁଆରୀରେ ଆନ୍ତର୍ଜାତୀୟ ବଜାରକୁ ଛଡ଼ାଯିବ । ଭାରତରେ ମଧ୍ୟ ଏହି ଟୀକା ପ୍ରସ୍ତୁତ କରାଯିବ ବୋଲି ଏହି ସୂତ୍ରରୁ ଜଣାପଡ଼ିଛି । ଉତ୍ତରପ୍ରଦେଶ ସରକାର ନିଜ ରାଜ୍ୟର କିଛି ମେଡ଼ିକାଲ କଲେଜରେ ଏହି ଟୀକାର ମାନବିକ ପରୀକ୍ଷଣ ଖୁବ୍ ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି ।

- Advertisement -

ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟ ଟୀକା ନେବାର ୪ ସପ୍ତାହ ପରେ ଦ୍ବିତୀୟ ଟୀକା ନେବାକୁ ପଡ଼ିବ । ଏହି ଟୀକା ରୁଷର ୪୦ ହଜାରରୁ ଉର୍ଧ୍ବ ବ୍ୟକ୍ତିଙ୍କ ଉପରେ ପରୀକ୍ଷା କରାଯାଇଛି ଓ ସଫଳତା ହାର ୯୫%ରୁ ଅଧିକ ବୋଲି କୁହାଯାଇଛି ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories