www.samajalive.in
Tuesday, December 9, 2025
16.1 C
Bhubaneswar

କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶରେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଉଚ୍ଚ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ କୋଭିଡ-୧୯ ପରିଚାଳନାର ସ୍ଥିତି ତଥା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଏବଂ ଆଠଟି ରାଜ୍ୟ ଉପରେ ଅଧିକ ପ୍ରାଧାନ୍ୟ ଦେଇଛନ୍ତି। ସେହି ରାଜ୍ୟଗୁଡିକ ହେଉଛି ହରିୟାଣା, ଦିଲ୍ଲୀ, ଛତିଶଗଡ଼, କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ଗୁଜୁରାଟ ଏବଂ ପଶ୍ଚିମବଙ୍ଗ। ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉଭୟ ଆରୋଗ୍ୟ ହାର ଏବଂ ମୃତ୍ୟୁ ହାର ହାର ଦୃଷ୍ଟିରୁ ଭାରତର ଅବସ୍ଥା ଅନ୍ୟ ଦେଶମାନଙ୍କ ଅପେକ୍ଷା ଭଲ ଅଛି। କରୋନା ସଂକ୍ରାମିତଙ୍କ ଚିକିତ୍ସା ପାଇଁ ପିଏମ କେୟାର୍ସ ପାଣ୍ଠିର ଉପଯୋଗ କରାଯାଇଛି ଓ ଏବେ ୧୬୦ରୁ ଅଧିକ ନୂତନ ଅମ୍ଳଜାନ କାରଖାନା ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି।

- Advertisement -

କରୋନା ମହାମାରୀକୁ ନେଇ ଲୋକମାନେ କିପରି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ତାହା ବୁଝିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାକୁ ଚାରିଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରିବ। ପ୍ରଥମଟି ଭୟ ଥିଲା, ଯେତେବେଳେ ଲୋକମାନେ ଭୟଭୀତ ହେଉଥିଲେ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅନେକ ଲୋକ ଏହା ଦ୍ୱାରା ପୀଡିତ ହୋଇ ମଧ୍ୟ ଲୁଚାଇବାକୁ ଚେଷ୍ଟା କରିଥିଲେ। ତୃତୀୟ ପର୍ଯ୍ୟାୟରେ ଲୋକମାନେ ଏହି ବିଷୟରେ ଅଧିକ ସତର୍କତା ପ୍ରଦର୍ଶନ କଲେ ଓ ଚତୁର୍ଥ ପର୍ଯ୍ୟାୟରେ ପୁନରୁଦ୍ଧାର ହାର ବୃଦ୍ଧି ସହିତ ଲୋକମାନଙ୍କ ମନରେ ଏକ ମିଥ୍ୟା ଧାରଣା ବିକଶିତ ହୋଇଛି ଯାହାଦ୍ୱାରା ପରିସ୍ଥିତି ଖରାପ ଆଡକୁ ଗତି କରିଛି। ଏହି ଚତୁର୍ଥ ପର୍ଯ୍ୟାୟରେ କରୋନା ମହାମାରୀର ଗମ୍ଭୀରତା ବିଷୟରେ ସଚେତନତା ସୃଷ୍ଟି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ଯେଉଁ ଦେଶରେ ଏହାର ପ୍ରଭାବ ପୂର୍ବରୁ ହ୍ରାସ ପାଉଥିଲା ସେହି ଦେଶରେ ମହାମାରୀର ବିସ୍ତାରର ଧାରା ମଧ୍ୟ କେତେକ ରାଜ୍ୟରେ ଦେଖାଯାଉଛି, ଯାହା ଦ୍ୱାରା ପ୍ରଶାସନ ଅଧିକ ସଚେତନ ଏବଂ ସତର୍କ ଆବଶ୍ୟକ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆରଟି- ପିସିଆର ପରୀକ୍ଷା ବୃଦ୍ଧି ସହ ଏକାନ୍ତଵାସରେ ଥିବା ସଂକ୍ରମିତଙ୍କ ଚିକିତ୍ସା ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ ସେ କହିଛନ୍ତି ଯେ ଆମର ଲକ୍ଷ୍ୟ ହେଉଛି ଦେଶରେ ମୃତ୍ୟୁ ହାରକୁ ୧ ପ୍ରତିଶତରୁ କମ କରିବା।ବୈଠକରେ ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଯେ ଟୀକା ବିକାଶ ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ଅନ୍ୟ ଦେଶର ସରକାର, ବହୁପକ୍ଷୀୟ ଅନୁଷ୍ଠାନ ଏବଂ ଆନ୍ତର୍ଜାତୀୟ କମ୍ପାନୀ ସହିତ ଭାରତୀୟ ଉତ୍ପାଦକଙ୍କ ସହ ଯୋଗାଯୋଗରେ ଅଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନାଗରିକଙ୍କ ପାଇଁ ଟିକା ସମସ୍ତ ବୈଜ୍ଞାନିକ ମାନଦଣ୍ଡ ପୂରଣ କରିବ। ସେ ସୂଚାଇ ଦେଇଛନ୍ତି ଯେ ଯେପରି କରୋନା ବିରୋଧୀ ଲଢେଇରେ ପ୍ରତ୍ୟେକ ଜୀବନ ବଞ୍ଚାଇବା ଉପରେ ଧ୍ୟାନ ଦିଆଯାଇଛି, ସେହିଭଳି ସମସ୍ତଙ୍କ ନିକଟରେ ଟିକା ପହଞ୍ଚିବା ନିଶ୍ଚିତ ହେବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜ୍ୟମାନଙ୍କ ସହିତ ପରାମର୍ଶ ପରେ ଟୀକାକରଣର ପ୍ରାଥମିକତା ସ୍ଥିର କରାଯାଉଛି। ଅତିରିକ୍ତ ଶୀତଳ ଭଣ୍ଡାରର ଆବଶ୍ୟକତା ଉପରେ ମଧ୍ୟ ରାଜ୍ୟମାନଙ୍କ ସହିତ ଆଲୋଚନା କରାଯାଇଛି। ଏଥିରେ ସଫଳତା ହାସଲ ଲାଗି ରାଜ୍ୟ ସ୍ତରୀୟ ପରିଚାଳନା କମିଟି ଏବଂ ରାଜ୍ୟ ତଥା ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସର ନିୟମିତ ନିରୀକ୍ଷଣ ନିଶ୍ଚିତ କରିବାକୁ ସେ ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି।

ଆଜିର ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହ ରାଜ୍ୟଗୁଡିକରେ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ଆଣିବାରେ ଆବଶ୍ୟକ ସହାୟତା ପ୍ରଦାନ କରିଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେମାନେ ନିଜ ରାଜ୍ୟର ପରିସ୍ଥିତି ଉପରେ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି। ସେମାନେ କୋଭିଡ ପରବର୍ତ୍ତୀ ଜଟିଳତା, ପରୀକ୍ଷା ବୃଦ୍ଧି ପାଇଁ ନିଆଯାଇଥିବା ପଦକ୍ଷେପ ଓ ଏଥିରେ ରହିଥିବା ପ୍ରତିବନ୍ଧକ ସମ୍ପର୍କରେ ଆଲୋଚନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories