www.samajalive.in
Thursday, December 11, 2025
15.1 C
Bhubaneswar

ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ ମାମଲା : ଖାଲି ହାତରେ ଫେରିଲା ପୁଲିସ

ସମ୍ବଲପୁର : ଗତ ଅଗଷ୍ଟ ୫ ତାରିଖରେ ମହାରାଷ୍ଟ୍ରର ଭଣ୍ଡାର ଥାନା ଅଞ୍ଚଳରେ ପୁଲିସ ଦ୍ୱାରା ବିପୁଳ ମାତ୍ରାରେ ଗଞ୍ଜେଇ ଜବତ ହୋଇଥିଲା। ପ୍ରାପ୍ତସୂଚନାନୁଯାୟୀ, ଓଡିଶାରୁ ସୁଦୂର ମହାରାଷ୍ଟ୍ରକୁ ୨୪୧ କିଲୋ ଗଞ୍ଜେଇ ଏକ କଣ୍ଟେନରରେ ଚୋରାରେ ଚାଲାଣ କରାଯାଉଥିବା ବେଳେ ଭଣ୍ଡାରା ଜିଲାର କାର୍ଦ୍ଦା ଥାନା ଅଞ୍ଚଳରେ ଏକ ଟୋଲ ଗେଟ ନିକଟରେ ପୁଲିସ ଧରିଥିଲା। ସେହି ସମୟରେ ପୁଲିସ ଦୁଇ ଜଣ ଚାଲାଣକାରୀ ସୁବର୍ଣ୍ଣପୁର ଜିଲା ତରଭା ତହସିଲ ଅର୍ନ୍ତଗତ ବଲାଡିହିର ନିବାସୀ ମହମ୍ମଦ ଇରଫାନ ଅବଦୁଲ କୁଦ୍ରୁସ ଓ ଧନଞ୍ଜୟ ଶିବ ନାରାୟଣ ସାହୁ ଙ୍କୁ ଧରିଥିଲା।

କିନ୍ତୁ ଚଢ଼ଉ ସମୟରେ ସମ୍ବଲପୁରର ଧନୁପାଲି ଥାନା ଅର୍ନ୍ତଗତ ସୁନାପାଲି ରାଜା ନଗରର ନିବାସୀ ମନହର ହୁସେନ ଓରଫ ମହମ୍ମଦ ମୋଇନ ଏବଂ ସୁବର୍ଣ୍ଣପୁର ଜିଲା ତରଭା ତହସିଲ ଅର୍ନ୍ତଗତ ବୁଦୁଲବାହାଲିର ଆନନ୍ଦ ମିଶ୍ର ନାମକ ଦୁଇ ଜଣ ଗଞ୍ଜେଇ ଚାଲାଣକାରି ଫେରାର ହେବାରେ ସଫଳ ହୋଇଥିଲେ। ପୁଲିସର ତଦନ୍ତ ସମୟରେ ଫେରାର ଥିବା ଅଭିଯୁକ୍ତ ମାନଙ୍କ ବାବଦରେ ସୂଚନା ସଂଗ୍ରହ କରି ଭଣ୍ଡାରା ଜିଲା ପୁଲିସର ଏକ ସ୍ୱତନ୍ତ୍ର ଦଳ ୬ ଜଣିଆ ଇନିସ୍ପପେକ୍ଟର ସୁରେଶ ମଟ୍ଟାମୀ ଙ୍କ ନେତୃତ୍ୱରେ ସମ୍ବଲପୁର ଓ ସୋନପୁର ଜିଲାକୁ ବିଗତ ୪ ଦିନ ହେବ ଫେରାର ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଆସିଛନ୍ତି।

- Advertisement -

ଏ ସର୍ମ୍ପକରେ ମହାରାଷ୍ଟ୍ର ପୁଲିସର ଇନିସ୍ପପେକ୍ଟର ସୁରେଶ କହିଛନ୍ତି ଯେ, ସେମାନେ ଓଡିଶା ପୁଲିସର ସହାୟତାରେ ଅଭିଯୁକ୍ତ ମାନଙ୍କୁ ଧରିବାକୁ ଚେଷ୍ଟା କରୁଥିବା ବେଳେ କିନ୍ତୁ ସେମାନେ ଅଗଷ୍ଟ ମାସରୁ ଘରୁ ଗାୟବ ଅଛନ୍ତି। ଓଡିଶା ପୁଲିସର ସହାୟତାରେ ଅନେକ ସାମ୍ଭାବ୍ୟ ସ୍ଥାନରେ ଚଢ଼ଉ କରିଥିଲେ ସୁଦ୍ଧା କୌଣସି ଅଭିଯୁକ୍ତକୁ ଧରା ଯାଇ ପାରି ନାହିଁ। ଏଣୁ ସେମାନେ ରବିବାର ମହାରାଷ୍ଟ୍ରକୁ ଫେରି ଯାଇଛନ୍ତି ଏବଂ ଉପରିସ୍ଥ ଅଧିକାରୀ ମାନଙ୍କୁ ତଦନ୍ତ ସର୍ମ୍ପକରେ ରିପୋର୍ଟ ଦେଇ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଆଗାମୀ ଦିନରେ ଆହୁରୀ ଅଧିକ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ପୁଣି ପଦକ୍ଷେପ ନିଆଯିବ ବୋଲି ଇନିସ୍ପପେକ୍ଟର ସୁରେଶ କହିଛନ୍ତି।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରର ଭଣ୍ଡାରା ପୁଲିସର ଜଣେ ଇନ୍ସିପେକ୍ଟର ସମେତ ୬ ଜଣ ପୁଲିସ କର୍ମଚାରୀ ଏକ ସ୍ୱତନ୍ତ୍ର ଗାଡିରେ (ଏମଏଚ-୩୬-ଏଏ-୦୫୫୬) ସୋନପୁର ଦେଇ ସମ୍ବଲପୁରକୁ ଗଞ୍ଜେଇ ଚାଲାଣକାରୀ ହୁସେନକୁ ଧରିବାକୁ ଆସିଥିଲେ। ସମ୍ବଲପୁର ପୁଲିସର ସହାୟତାରେ ଚ ଢ଼ଉ କରାଯାଇଥିଲେ ସୁଦ୍ଧା ମହାରାଷ୍ଟ୍ର ପୁଲିସକୁ କୌଣସି ସଫଳତା ମିଳି ନ ଥିବାରୁ ସେମାନେ ଖାଲି ହାତରେ ଫେରି ଯାଇଛନ୍ତି। ତେବେ ଓଡିଶାରୁ ଏତେ ବଡ ମାତ୍ରାରେ ଗଞ୍ଜେଇ ଚାଲାଣ ସୂଦୁର ମହାରାଷ୍ଟ୍ରକୁ ଚାଲାଣ ହେଉଥିବା ବେଳେ ରାଜ୍ୟ ପୁଲିସ ବିଭାଗ ଓ ଅବକାରୀ ଜାଣି ନ ପାରିବା ଏବଂ ମହାରାଷ୍ଟ୍ର ପୁଲିସ ଗଞ୍ଜେଇ ଜବତ କରି ଚାଲାଣକାରୀ ମାନଙ୍କୁ ଧରିବା ଘଟଣାକୁ ନେଇ ସାଧାରଣରେ ବିସ୍ମୟ ପ୍ରକାଶ କରାଯାଉଛି। ଓଡିଶାରୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ମହାରାଷ୍ଟ୍ର ପୁଲିସ ଚାଲାଣକାରୀଙ୍କୁ ଧରିବା ପାଇଁ ଓଡିଶାକୁ ଆସିବା ଘଟଣା ଦ୍ୱାରା ଓଡିଶା ପୁଲିସ ଓ ଅବକାରୀ ବିଭାଗର ଭାବମୂର୍ତ୍ତିକୁ ମଳୀନ କରୁଛି ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଉଛି।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories