www.samajalive.in
Friday, December 12, 2025
19.1 C
Bhubaneswar

କ୍ୟାପିଟାଲ ହସ୍ପିଟାଲ : ଅଚିହ୍ନା ଶବକୁ ନେଇ ବଢୁଛି ଅଡ଼ୁଆ

ଭୁବନେଶ୍ୱର : କୋଭିଡ-୧୯ ସମୟରେ ନିରନ୍ତର ସେବା ଯୋଗାଇ ଆସୁଥିବା ହସ୍ପିଟାଲ କର୍ତ୍ତୃପକ୍ଷ ଏବେ ଅସହାୟ ରୋଗୀ ଏବଂ ଅଚିହ୍ନା ଶବକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ପୂର୍ବରୁ ଏଠାରେ ଅସହାୟ ରୋଗୀଙ୍କ ନିମନ୍ତେ ରହିବା ପାଇଁ ସୁବିଧା ଥିବାବେଳେ ଏବେ କୌଣସି ବ୍ୟବସ୍ଥା ନାହିଁ। ଅନ୍ୟପକ୍ଷରେ ଅଚିହ୍ନା ଶବ ମଧ୍ୟ ସଂରକ୍ଷଣ ଗୃହରେ ୫ରୁ ୭ ଦିନ ଲେଖାଏଁ ପଡି ରହୁଛି। ଦାବିଦାର ବା ସେମାନଙ୍କ କୌଣସି ସମ୍ପର୍କୀୟ ବା ପରିବାର ବର୍ଗ ଆସୁନଥିବା ଯୋଗୁଁ ବହୁ ସମସ୍ୟା ହେଉଛି। ବିଶେଷ କରି ଶବ ସଂରକ୍ଷଣ ପାଇଁ ଫ୍ରିଜରର ଅଭାବ ପଡୁଛି। ଏହାବ୍ୟତୀତ ହସ୍ପିଟାଲର ମୃତ ବ୍ୟକ୍ତି ବା ଅନ୍ୟ ସ୍ଥାନରୁ ଆସୁଥିବା ଶବର କୋଭିଡ ପରୀକ୍ଷା କରାଯାଉନଥିବା ଯୋଗୁଁ ଅସନ୍ତୋଷ ଦେଖାଦେଉଛି। ଅବଶ୍ୟ ବର୍ତ୍ତମାନ ଅସହାୟ ରୋଗୀ ଏବଂ ଅଚିହ୍ନା ଶବସଂଖ୍ୟା ପୂର୍ବ ତୁଳନାରେ ହ୍ରାସ ପାଇଛି । ଏହାଛଡା ଟିକଟ କାଉଣ୍ଟର ନିକଟରେ ଏକ ମିନି ଶବ ସଂରକ୍ଷଣ ଗୃହ କରାଯାଇଥିବାବେଳେ ତାହା ଏବେ କାମରେ ଲାଗୁନାହିଁ। ମୃତ ଘୋଷଣା ପରେ ଆଶୁଚିକିତ୍ସା ୱାର୍ଡ କଡରେ ଶବ ପଡିରହୁଛି।

କମିଶନରେଟ ପୁଲିସର ପିସିଆ ଗାଡି ହେଉ ଅବା ସାମାଜିକ ସଂଗଠନ ଅନେକ ସମୟରେ ବିଭିନ୍ନ ସ୍ଥାନରୁ ଉଦ୍ଧାର କରି ଅସହାୟ ରୋଗୀଙ୍କୁ ଚିକିତ୍ସା ନିମନ୍ତେ କ୍ୟାପିଟାଲ ଆଣିଥାନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଥାଏ। ଯଦି ଗୁରୁତର ହୁଅନ୍ତି ତେବେ ଉକ୍ତ ରୋଗୀଙ୍କୁ ଆଡମିଶନ କରି ଚିକିତ୍ସା ଦିଆଯାଇଥାଏ। ପୂର୍ବରୁ ଆଇଡିଏଚ ନିକଟରେ ଅସହାୟ ରୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ୱାର୍ଡ ରହିଥିଲା। ଯେଉଁଠି ଅସହାୟ ରୋଗୀଙ୍କୁ ରଖାଯାଇ ଚିକିତ୍ସା କରାଯାଉଥିଲା। ହସ୍ପିଟାଲ ଜଣେ ଅଧିକାରୀ ଦାୟିତ୍ୱରେ ଥିଲେ। ସେମାନଙ୍କ ଚିକିତ୍ସା ପ୍ରଦାନ ସହିତ ଗୋଟିଏ ବେଳା ଖାଇବାକୁ ଦିଆଯାଉଥିଲା। ଏହାସହିତ ସତ୍ୟସାଇ ସଂଗଠନର କର୍ମକର୍ତ୍ତା ମଧ୍ୟ ପ୍ରତିଦିନ ଆସି ଅସହାୟ ରୋଗୀଙ୍କ ଦେଖାଶୁଣା କରୁଥିଲେ। ଉକ୍ତ ଘର ଏବେ କରୋନା ଓପିଡି କରାଯାଇଛି। ଯାହାକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଅସହାୟ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ କୌଣସି ବ୍ୟବସ୍ଥା ନାହିଁ।

- Advertisement -

ଅନ୍ୟପକ୍ଷରେ ଏବେ ଆଉ ଏକ ସମସ୍ୟା ପାଲଟିଛି ଅଚିହ୍ନା ଶବ। ରାସ୍ତାକଡ ହେଉ ଅବା ଦୁର୍ଘଟଣାରେ ଅନେକଙ୍କର ମୃତ୍ୟୁ ହେଉଛି। ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ଅଣାଯାଉଛି। ଶବ ଚିହ୍ନଟ ନହେବା ପର୍ଯ୍ୟନ୍ତ ହସ୍ପିଟାଲ ଫ୍ରିଜରରେ ରଖାଯାଉଛି। ଯେହେତୁ ୮ଟି ଶବ ପାଇଁ ଏଠାରେ ଫ୍ରିଜର ବ୍ୟବସ୍ଥା ରହିଛି ଅନ୍ୟ ଶବ ଆସିଲା ପରେ ସମସ୍ୟା ସୃଷ୍ଟି େହଉଛି। ଜରୁରୀକାଳୀନ ବା ପୁଲିସ କେସ୍‍ ଆଧାରରେ ତ୍ୱରିତ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଥିବା ବେଳେ ରାତିରେ ମୃତ୍ୟୁ ହେଲେ ସକାଳକୁ ଅପେକ୍ଷା କରିବାକୁ ପଡୁଛି। ଏ କ୍ଷେତ୍ରରେ ଶବକୁ ଫ୍ରିଜର ରଖାଯାଉଛି। ତେଣୁ ଅଚିହ୍ନା ଶବ ୪ରୁ ୫ ଦିନ ରହିବା ଯୋଗୁଁ ଅନ୍ୟ ଶବ ରହିବାରେ ଅସୁବିଧା ହେଉଥିବା ଜଣାପଡିଛି। ଶେଷର ୫ ଦିନ ପରେ ଭୁବନେଶ୍ୱର ମହାନଗର ନିଗମକୁ ହସ୍ତାନ୍ତର କରାଯାଇଥାଏ ଏବଂ ବିଏମ୍‍ସି ଏହି ଅଚିହ୍ନା ଶବକୁ ସତ୍କାର କରିଥାଏ।

ଏନେଇ କିଛି ସାମାଜିକ ସଂଗଠନଙ୍କ କହିବା ଅନୁସାରେ ପୂର୍ବରୁ ଏଠାରେ ଅସହାୟ ରୋଗୀଙ୍କ ପାଇଁ ବ୍ୟବସ୍ଥା ଥିଲା ଏବେ କିନ୍ତୁ ନାହିଁ। ମାତ୍ର ସ୍ୱତନ୍ତ୍ରଭାବେ ଏକ ଗୃହ ରହିବା ଆବଶ୍ୟକ। ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲରେ ବିଭିନ୍ନ ଯୋଜନା କରୁଛନ୍ତି କିନ୍ତୁ ଏମାନଙ୍କ ପାଇଁ ଏହି କୋଭିଡ ସମୟରେ ବ୍ୟବସ୍ଥା କରିବା ଆବଶ୍ୟକ। ହସ୍ପିଟାଲ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି ଅସହାୟ ରୋଗୀଙ୍କୁ ଆଇଡିଏଚ୍‍ରେ ବ୍ୟବସ୍ଥିତ କରୁଥିବା ବେଳେ ଅଚିହ୍ନା ଶବ ପାଇଁ ପଦକ୍ଷେପ ନିଆଯାଉଛି। ତେବେ ଏହି କୋଭିଡ ସମୟରେ ସମସ୍ତଙ୍କୁ ଦେଖିବାକୁ ପଡୁଛି। ଅସୁବିଧା ଥିଲେ ମଧ୍ୟ ବ୍ୟବସ୍ଥିତ କରିବାକୁ ପଡୁଛି ଏବଂ କରାଯାଉଛି।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories