www.samajalive.in
Friday, December 12, 2025
26.1 C
Bhubaneswar

ଧାନ ଖଳାରେ ନିଆଁ; ୩ଶହ କ୍ୱିଣ୍ଟାଲ ଧାନ ପୋଡି ପାଉଁଶ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଅନ୍ତର୍ଗତ ସର୍ଗିପାଲି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଧାନ ଖଳାରେ ନିଆଁ ଲାଗି ପ୍ରାୟ ୩ଶହ କ୍ୱିଣ୍ଟାଲ ଧାନ ପୋଡି ପାଉଁଶ ହୋଇଯାଇଛି। କିଛିଦିନ ପୂର୍ବେ ନିକଟସ୍ଥ ଚାଉଳବାଞ୍ଜି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଧାନ ଗଦାରେ ନିଆଁ ଲାଗିଯିବା ଯୋଗୁଁ ଲକ୍ଷାଧିକ ଟଙ୍କାର ଧାନ ପୋଡି ପାଉଁଶ ହୋଇଯାଇଥିଲା। କ୍ଷେତ ହଳ କରିବାଠାରୁ ଫସଲ ଅମଳ ପରେ ତାହା ପୋଡି ପାଉଁଶ ହେବାର ଦୁଃଖ କେବଳ ଚାଷୀ ବୁଝେ। ତେଣୁ ସ୍ଥାନୀୟ ଚାଷୀମାନେ ମଧ୍ୟ ଭୟଭୀତ ହୋଇପଡିଛନ୍ତି।

ସର୍ଗିପାଲି ଗ୍ରାମର ଯୁଧିଷ୍ଠିର ମେହେରଙ୍କ ବନ୍ଦେପଦର ରାସ୍ତାରେ ଧାନ ଖଳା ରହିଥିବାବେଳେ ସେ ନିକଟରେ ଧାନ କାଟି ଆଣି ସେଠାରେ ରଖିଥିଲେ। ଗତ ରାତିରେ ତାଙ୍କ ଧାନ ଗଦାରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଧାନ ଖଳାରେ ନିଆ ଲାଗିଥିବା ନେଇ ଶ୍ରୀ ମେହେର ଗ୍ରାମବାସୀଙ୍କଠାରୁ ସକାଳେ ଖବର ପାଇଥିଲେ। ଖପ୍ରାଖୋଲରୁ ଅଗ୍ନିଶମ ବାହିନୀ ମଧ୍ୟ ଦମକଳ ଗାଡ଼ି ଧରି ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ ବାହିନୀର କର୍ମଚାରୀଙ୍କ ଦୀର୍ଘ ସମୟ ଚେଷ୍ଟା ପରେ ନିଆଁ ଆୟତ୍ତ ହୋଇଥିଲା। ଧାନ ଗଦାଟି ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଥିବାବେଳେ ଏଥିରେ ପ୍ରାୟ ୩ଶହ କ୍ୱିଣ୍ଟାଲ ଧାନ ପୋଡି ଯାଇଥିବା ଜଣାପଡିଛି। ଯୁଧିଷ୍ଠିର ଧାନ ଚାଷ କରିବା ପାଇଁ ୨ ଲକ୍ଷ ଟଙ୍କା ଋଣ କରିଥିବାବେଳେ ଏବେ ସେ ଋଣ କିପରି ପରିଶୋଧ କରିବେ ତାକୁ ନେଇ ଚିନ୍ତାରେ। ପ୍ରଶାସନ କ୍ଷୟକ୍ଷତି ଆକଳନ କରି ଶ୍ରୀ ମେହେରଙ୍କୁ କ୍ଷତିପୂରଣ ଦେବା ସହିତ ନିଆଁ ଲଗାଇଥିବା ଦୁର୍ବୃତ୍ତକୁ ଗିରଫ କରିବା ପାଇଁ ମହରାପଦର ସରପଞ୍ଚ ନଳିନୀ ମେହେର ଦାବି କରିଛନ୍ତି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories