www.samajalive.in
Monday, December 8, 2025
24.1 C
Bhubaneswar

ପ୍ୟାରିସ୍‍ ଜଳବାୟୁ ଚୁକ୍ତିନାମା ଲକ୍ଷ୍ୟ ଅତିକ୍ରମ କରିଛି ଭାରତ

କେନ୍ଦ୍ର ଶକ୍ତି, ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ରାଷ୍ଟ୍ର ମନ୍ତ୍ରୀ ଆର୍‍.କେ. ସିଂହ କହିଛନ୍ତି, ଦେଶରେ ଅକ୍ଷୟ ଶକ୍ତି କ୍ଷମତାର ଅଭିବୃଦ୍ଧିହାର ବିଶ୍ୱରେ ସର୍ବାଧିକ। ତାପମାତ୍ରାକୁ ସୀମିତ ରଖିବାରେ ଭାରତର ଏହି ଉଦ୍ୟମକୁ ମଧ୍ୟ ସମଗ୍ର ବିଶ୍ୱ ସ୍ୱୀକୃତି ପ୍ରଦାନ କରିଛି। ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି, ଜୀବାସ୍ମ ଇନ୍ଧନରୁ ସବୁଜ ଶକ୍ତି କ୍ଷେତ୍ରକୁ ରୂପାନ୍ତରିତ କରିବା ଭାରତର ଏକ ପ୍ରମୁଖ ପଦକ୍ଷେପ ଏବଂ ଏ କ୍ଷେତ୍ରରେ ଭାରତ ବିଶ୍ୱରେ ନିଜର ପରିଚୟକୁ ଅଧିକ ଦୃଢ଼ କରିପାରିଛି।

ସେ କହିଛନ୍ତି, ପ୍ୟାରିସ୍‍ ଜଳବାୟୁ ଚୁକ୍ତିନାମା ଅନୁଯାୟୀ ରହିଥିବା ଲକ୍ଷ୍ୟକୁ ଭାରତ କେବଳ ହାସଲ କରିନାହିଁ ବରଂ ଏହାକୁ ଅତିକ୍ରମ କରିସାରିଛି। ନବୀକରଣ ଯୋଗ୍ୟ ଶକ୍ତିର ମହତ୍ୱ ଉପରେ ଗୁରୁତ୍ୱ ଦେଇ ଶ୍ରୀ ସିଂହ କହିଛନ୍ତି, ପରିବେଶ ଏବଂ ବିଶ୍ୱ ତାପମାତ୍ରା ପାଇଁ ଅଙ୍ଗାରକାମ୍ଳ ନିର୍ଗମନ ଏକ ପ୍ରମୁଖ ଚିନ୍ତାର କାରଣ ହୋଇଛି। ବିଶ୍ୱର ପ୍ରତ୍ୟେକ ଦେଶ ଏହାକୁ ହୃଦୟଙ୍ଗମ କରିଛନ୍ତି। ତେବେ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ଲାଗି ମିଳିତ ପ୍ରୟାସ ଜାରି ରହିଛି ବୋଲି ଶ୍ରୀ ସିଂହ କହିଛନ୍ତି। ସେ କହିଛନ୍ତି, ଜୀବାସ୍ମ ଇନ୍ଧନରୁ ଉତ୍ପନ୍ନ ଶକ୍ତି ତୁଳନାରେ ନବୀକରଣ ଯୋଗ୍ୟ ଶକ୍ତି ଅଧିକ ଶସ୍ତା ଅଟେ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories