www.samajalive.in
Thursday, December 11, 2025
14.1 C
Bhubaneswar

ଲୁଟ୍‍ ଘଟଣାରେ ବାପ-ପୁଅ ସମେତ ୪ ଗିରଫ

ଭଂଜନଗର : ବେଲଗୁଣ୍ଡା ଲୋକନାଥ ଭବନର କାଳୁଚରଣ ପଣ୍ଡାଙ୍କ ଲୁଟ୍ ହୋଇଥିବା ଲକ୍ଷାଧିକ ଟଙ୍କାର ସୁନା, ରୂପା ଅଳଙ୍କାର ପୁଲିସ୍‍ ଜବତ କରିବା ସହ ନଗଦ ୪୫ ହଜାର ୨୫୦ ଟଙ୍କା ଜବତ କରିବାରେ ସକ୍ଷମ ହୋଇଛି। ଶନିବାର ଭଂଜନଗର ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଏହି ସଂକ୍ରାନ୍ତରେ ପର୍ଦ୍ଧାପାଶ କରିଛନ୍ତି। ଏହି ଲୁଟ୍‍ ଘଟଣାରେ ଜଡିତ ଖୋଦ୍‍ ବୁଗୁଡା-ଘୋଳପୁରର ବାପା ଲକ୍ଷ୍ମି ପାତ୍ର, ପୁଅ ଉତ୍ତମ ପ।।ତ୍ର, ଏହି ଥାନା ଅନ୍ତର୍ଗତ ପୋଚାଲୁଣ୍ଡି ଗ୍ରାମର ଜ୍ବାଇଁ ଚିରଞ୍ଜିବ୍‍ ପାତ୍ର ଓ ନରସିଂହପୁର ଥାନା ଅନ୍ତର୍ଗତ ରଣେଶପୁର ଗ୍ରାମର ପୁଅର ଶଳା ଜାପାନୀ ପାତ୍ର ଓରଫ ମୁନା ବୋଲି ଥ।।ନା ଅଧିକାରୀ ଶ୍ରୀ ସାହୁ ସ୍ପଷ୍ଟ କରିଛନ୍ତି। ଏମାନଙ୍କ ନାମରେ ଗଂଜାମ ଜିଲ୍ଲାର ବୁଗୁଡା ଥାନାରେ ୨ଟି, ଶେରଗଡ ଥାନାରେ ୪ଟି, ଜଗନ୍ନାଥପ୍ରସାଦ, ଧରାକୋଟ, ବଡଗଡ, ପାଟପୁର ଓ ଭଂଜନଗର ଥାନାରେ ଗୋଟିଏ ଲେଖାଏ ଏପରି ୧୧ଟି ମମଲା ରହିଥିବା କଥା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

ତେବେ, ଏମାନେ ଗୋଟିଏ ପରିବାରର ବାପ-ପୁଅ-ଜ୍ବାଇଁ ଓ ପୁଅର ଶଳା ମିଶି ଏପରି ପାରିବାରିକ ଚୋରୀ, ଡକାୟତି ଓ ରାହାଜାନୀ କରିବା ଘଟଣା ପ୍ରଥମ ବୋଲି କୁହାଯାଇଛି। ଏମାନେ ଗତ ମାସ ୧୫ ତାରିଖରେ ବେଲଗୁଣ୍ଠା କାଳୁ ଚରଣ ପଣ୍ଡାଙ୍କ ବାରିପଟ କବାଟ ଭାଙ୍ଗି ଆଲମିରା ଭିତରେ ଥିବା ପ୍ରାୟ ୮୨ ହଜାର ଟଙ୍କା ସହ ୭/୮ ଭରିର ସୁନା ଓ ରୂପା ଗହଣା ଲୁଟି ନେଇଥିଲେ। ଶ୍ରୀ ପଣ୍ଡା ଉପର ଘରେ ରହୁଥିବାବେଳେ ଲୁଟେରାମାନେ ଘର ଭିତରେ ପ୍ରବେଶ କରି ନିଦ୍ୱନ୍ଦରେ ଏହି ସବୁ ସୁନାରୂପା ଅଳଙ୍କାର ଓ ଟଙ୍କା ଲୁଟି ନେଇ ଓଡଙ୍ଗାର ଜୈନିକ ଏକ ବ୍ୟବସାୟୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କାରେ ବିକ୍ରି କରିଥିଲେ। ଏହି ଲୁଟ୍‍ ମାମଲାରେ ପୁଲିସ୍‍ ଭଂଜନଗର ଥାନାର କେସେ୍‍ ନଂ ୫୪୨/୨୦ରେ ମାମଲା ରଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବଲେଗୁଣ୍ଠା ଫାଣ୍ଡି ଅଧିକାରୀ ପି.କେ ସାହୁ ଏହାର ତଦନ୍ତ ଭାର ହାତକୁ ନେଇ ଲୁଟେରମାନଙ୍କୁ ଧରିବା ନିମନ୍ତେ ଏକ ସ୍ୱତନ୍ତ ଟିମ୍‍ ଗଠନ କରିଥିଲେ। ଏହି ଟିମ୍‍ ଲୁଟ୍‍ ଘଟଣାର ତଦନ୍ତ ଚଳାଇ ବିଭିନ୍ନ ସ୍ଥାନରୁ ସଂପୃକ୍ତ ୪ ଲୁଟେରାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ଏବଂ ସେମାନଙ୍କ ନିକଟରୁ ୪୫ ହଜାର ୨୫୦ ଟଙ୍କ, ସୁନା ମୁଦି, ରୂପା ସିନ୍ଦୁର ଫରୁଆ, ରୂପା ପାଉଞ୍ଜି ସହିତ ଦୁଇଟି, ସାଇକେଲ ହାତୁଡି, ସ୍କୃ ଡ୍ରାଇଭର ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଭୁତି ଜବତ କରିଛନ୍ତି। ଲୁଟେର ବାପ-ପୁଅ-ଜ୍ବାଇଁ ଓ ପୁଅର ଶଳାକୁ ଭଂଜନଗର କୋର୍ଟ ଚାଳଣ କରାଯାଇଛି। ତେବେ, ଲୁଟେରାଙ୍କ ଠାରୁ ୧ ଲକ୍ଷ ୨୦ ହଜାର ଟଙ୍କାରେ କିଣିଥିବା ଓଡଙ୍ଗାର ବ୍ୟବସାୟୀ ଜଣଙ୍କ ଫେରାର ହୋଇଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories