www.samajalive.in
Wednesday, December 10, 2025
26.1 C
Bhubaneswar

ଗରିବ ଓ ଅଭାବୀ ଶିଶୁଙ୍କ ବିନା ମୂଲ୍ୟରେ ମିଳିବ ହୃଦ୍‌ରୋଗ ଚିକିତ୍ସା:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାର ଗରିବ ଓ ଅଭାବୀ ଶିଶୁମାନଙ୍କୁ ଆଗାମୀ ଦୁଇବର୍ଷ ପର୍ଯ୍ୟନ୍ତ ସତ୍ୟସାଇ ହୃଦୟ ହସ୍‌ପିଟାଲ୍‌, ଅହମ୍ମଦାବାଦରେ ବିନାମୂଲ୍ୟରେ ହୃଦରୋଗ ଚିକିତ୍ସା ଆହୁରି ଦୁଇବର୍ଷ ପର୍ଯ୍ୟନ୍ତ ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରଶାନ୍ତି ଭେଷଜ ସେବା ଓ ଗବେଷଣା ପ୍ରତିଷ୍ଠାନ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ବୁଝାମଣା ପତ୍ର ଅନୁସାରେ ରାଜ୍ୟ ସରକାର ଅସୁସ୍ଥ ଶିଶୁମାନଙ୍କୁ ଚିହ୍ନଟ ସହ ସେମାନଙ୍କର ପରିବହନ ଖର୍ଚ୍ଚ ବହନ କରିବେ। ସମସ୍ତ ଚିକିତ୍ସା ସେବା ମାଗଣାରେ ପ୍ରଦାନ କରାଯିବ ଏବଂ ଅଦ୍ୟାବଧି ୧୦୧୯ ଜଣ ଶିଶୁ ହୃଦରୋଗ ନିମନ୍ତେ ଅସ୍ତ୍ରୋପଚାର ହୋଇ ସେମାନଙ୍କ ହୃଦରୋଗରୁ ସୁସ୍ଥ ହୋଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ସମସ୍ତ ଲୋକଙ୍କୁ, ବିଶେଷ କରି ଅବହେଳିତ ଓ ବଞ୍ଚିତ ଲୋକମାନଙ୍କୁ ନ୍ୟାୟସଂଗତ, ସୁଲଭ, ଶସ୍ତା, ସ୍ୱଚ୍ଛ ଓ ନିର୍ଦ୍ଦିିଷ୍ଟ ସମୟସୀମା ମଧ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ପ୍ରତିଶ୍ରୁତିବନ୍ଧ। ଦୁଇବର୍ଷ ପୂର୍ବେ ପ୍ରଶାନ୍ତି ଭେଷଜ ସେବା ଓ ଗବେଷଣା ପ୍ରତିଷ୍ଠାନ ସହ ହୋଇଥିବା ବୁଝାମଣା ଅନୁସାରେ ଓଡ଼ିଶାର ୧୦୦୦ରୁ ଅଧିକ ରୋଗୀଙ୍କ ମାଗଣା ଚିକିତ୍ସା କରାଯାଇ ପାରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଏବଂ ମାନବ ସେବା ପାଇଁ ପ୍ରତିଷ୍ଠାନର ପ୍ରତିବଦ୍ଧତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି।

Hot this week

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

Related Articles

Popular Categories