www.samajalive.in
Wednesday, December 10, 2025
26.1 C
Bhubaneswar

ବରିଷ୍ଠ ନାଗରିକଙ୍କୁ ଥାନାରେ ବେଆଇନ ଅଟକ ମାମଲା, କ୍ଷତିପୂରଣ ଅର୍ଥ ଭରଣା କରିବେ ତଦନ୍ତକାରୀ ଅଧିକାରୀ

ଭୁବନେଶ୍ୱର: ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ରାତି ଅଧରେ ଘରେ ପଶି ବଳପୂର୍ବକ ତାଙ୍କ ସ୍ବାମୀଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିବା ମାମଲାର ଶୁଣାଣି କରି ରାଜ୍ୟ ମାନବାଧିକାର ଆେୟାଗ ପୀଡିତଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି। ଦୁଇ ମାସ ମଧ୍ୟରେ କ୍ଷତିପୂରଣ ବାବଦ ଅର୍ଥ ତତ୍କାଳୀନ ତଦନ୍ତକାରୀ ଅଧିକାରୀଙ୍କ ଦରମାରୁ ଭରଣା କରିବାକୁ ନିର୍ଦେଶରେ ଉଲ୍ଲେଖ କରାଯାଇଛି। ଏଥିସହ ଏହି ଘଟଣାରେ ତତ୍କାଳୀନ ଥାନାଧିକାରୀଙ୍କୁ ଚେତାବନୀ ଦିଆଯାଇଛି। ଅପରପକ୍ଷରେ ପୁଲିସ ମହାନିର୍ଦେଶକଙ୍କୁ ସବୁ ଥାନାର ସିସିଟିଭି କାର୍ଯ୍ୟକ୍ଷମ କରିବାକୁ ଆେୟାଗ ନିର୍ଦେଶ ଦେଇଛନ୍ତି।

ପ୍ରକାଶ ଯେ ଏକ ବାଇକ ଚୋରି ମାମଲାର ଅଭିଯୁକ୍ତ ମିନାକ୍ଷୀ ପଟ୍ଟନାୟକଙ୍କୁ ଗିରଫ କରିବା ଲାଗି ଆସ୍କା ଥାନା ଏଏସଆଇ ରାଜୀବ କୁମାର ବେହେରା ପୁଲିସ କର୍ମଚାରୀଙ୍କ ସହାୟତାରେ ୨୦୧୩ ମେ ୫ ତାରିଖ ରାତି ପ୍ରାୟ ୨ଟା ବେଳେ କର୍ତ୍ତାଳି ଗ୍ରାମସ୍ଥିତ ତାଙ୍କ ଘରେ ଚଢଉ କରିଥିଲେ। ମିନାକ୍ଷୀଙ୍କୁ ନପାଇ ପୁଲିସ ତାଙ୍କ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକଙ୍କୁ ଉଠାଇ ନେଇ ରାତିସାରା ଥାନାରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ। ପରଦିନ ପଡୋଶୀଙ୍କ ସହାୟତାରେ ଥାନାରୁ ଆସିଥିଲେ। ଏ ନେଇ ମିନାକ୍ଷୀ ତତ୍କାଳୀନ ଥାନାଧିକାରୀ ବିଚିତ୍ରାନନ୍ଦ ସାମଲ ଓ ତଦନ୍ତକାରୀ ଅଧିକାରୀ ଶ୍ରୀ ବେହେରାଙ୍କ ବିେରାଧରେ ମାନବାଧିକାର ଆେୟାଗରେ ଅଭିେଯାଗ କରିଥିଲେ। ଆେୟାଗ ଘଟଣା ସମ୍ପର୍କରେ ଗଞ୍ଜାମ ଏସପିଙ୍କୁ ରିେପାର୍ଟ ମାଗିଥିଲେ। ଏସପି ତାଙ୍କ ରିେପାର୍ଟରେ ଅଭିେଯାଗକୁ ଭିତ୍ତିହୀନ ବୋଲି ଦର୍ଶାଇଥିଲେ। ଯେଉଁ ଅଧିକାରୀଙ୍କ ବିେରାଧରେ ଅଭିେଯାଗ ହୋଇଛି ତାଙ୍କୁ ହିଁ ରିେପାର୍ଟ ପ୍ରସ୍ତୁତ କରିବାର ଦାୟିତ୍ବ ଦିଆଯାଇଥିବା ନେଇ ଆେବଦନକାରୀ ଆପତ୍ତି ଉଠାଇଥିଲେ। ଏହି ଘଟଣାରେ ଆେୟାଗ ପକ୍ଷରୁ ନିରପେକ୍ଷ ତଦନ୍ତ କରାଯିବା ପରେ ଅଭିେଯାଗରେ ସତ୍ୟତା ଥିବା ପ୍ରମାଣିତ ହୋଇଥିଲା। ଘଟଣା ଦିନ ପୁଲିସ ଶ୍ରୀ ପଟ୍ଟନାୟକଙ୍କ ଘରେ ବଳପୂର୍ବକ ପ୍ରବେଶ କରି ତାଙ୍କୁ ଉଠାଇ ଆଣିଥିଲା। ଘଟଣାର ପ୍ରତ୍ୟକ୍ଷଦର୍ଶୀ ପଡୋଶୀ ଶ୍ରୀମତୀ ରମା ଛାଟୋଇଙ୍କୁ ମଧ୍ୟ ପୁଲିସ ଉଠାଇ ନେଇଥିଲା। ପାଞ୍ଚଦିନ ମଧ୍ୟରେ ପତ୍ନୀ ମୀନାକ୍ଷୀଙ୍କୁ ଥାନାରେ ହାଜର କରିବା ସର୍ତ୍ତରେ ପୁଲିସ ତାଙ୍କୁ ଛାଡିଥିଲା। ରିେପାର୍ଟରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଥିଲା ଯେ ଘଟଣାର କୌଣସି ସିସିଟିଭି ଫୁଟେଜ ନ ଥିଲା। କାରଣ ଥାନାରେ କୌଣସି ସିସିଟିଭି କାମ କରୁ ନ ଥିଲା। ସମସ୍ତ ତଥ୍ୟ ପ୍ରମାଣକୁ ଭିତ୍ତିକରି ଆେୟାଗ ତଦନ୍ତକାରୀ ଅଧିକାରୀ ରାଜୀବ ବେହେରା ମାମଲାରେ ସମ୍ପୃକ୍ତ ନ ଥିବା ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକଙ୍କୁ ବେଆଇନ ଭାବେ ଘରୁ ଉଠାଇ ଆଣିଥିବା ନେଇ ନିଶ୍ଚିତ ହୋଇଥିଲେ। ଏହାଛଡା କୌଣସି ମହିଳା ଅଭିଯୁକ୍ତଙ୍କୁ ସୂର୍ୟ୍ୟାସ୍ତ ପରେ କିମ୍ବା ସୂର୍ୟ୍ୟୋଦୟ ପୂର୍ବରୁ ଗିରଫ ନ କରିବାକୁ ନିର୍ଦେଶ ଥିଲେ ମଧ୍ୟ ଶ୍ରୀ ବେହେରା ଏହାର ଉଲ୍ଲଘଙ୍ଘନ କରିଥିଲେ। ତଦନ୍ତକାରୀ ଅଧିକାରୀଙ୍କ କାର୍ୟ୍ୟାନୁଷ୍ଠାନ ଫଳରେ ଶ୍ରୀ ପଟ୍ଟନାୟକଙ୍କ ମାନବାଧିକାର କ୍ଷୁଣ୍ଣ ହୋଇଥିବାରୁ ତାଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆେୟାଗ ନିର୍ଦେଶ ଦେଇଛନ୍ତି। କ୍ଷତିପୂରଣ ବାବଦ ଅର୍ଥ ତଦନ୍ତକାରୀ ଅଧିକାରୀଙ୍କଠାରୁ ଭରଣା କରିବାକୁ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ନିର୍ଦେଶ ଦେଇଛନ୍ତି। ଏହାଛଡା ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିେରାଧରେ ଆଉ କି ପ୍ରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ େସ ନେଇ ବିଚାର କରିବାକୁ ପରାମର୍ଶ ଦେଇଛନ୍ତି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories