www.samajalive.in
Monday, December 8, 2025
24.1 C
Bhubaneswar

ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଏଦକୁ ୧୦ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜୋରିମାନା

ଲାହୋର: ପାକିସ୍ତାନୀ ଆତଙ୍କବାଦୀ ତଥା ନିଷିଦ୍ଧ ସଙ୍ଗଠନ ଜମାତ -ଉଦ୍-ଦାୱାର ମୁଖ୍ୟ ହାଫିଜ ମହମ୍ମଦ ସଏଦଙ୍କୁ ଲାହୋରର ଆତଙ୍କବାଦୀ ବିରୋଧୀ ଅଦାଲତ ଦୁଇଟି ପୃଥକ ମାମଲାରେ ୧୦ ବର୍ଷ ଜେଲ ଦଣ୍ଡ ଆଦେଶ ଦେଇଛନ୍ତି । ହାଫିଜର ସମସ୍ତ ସମ୍ପତ୍ତି ଜବତ କରିବାକୁ ମଧ୍ୟ ଅଦାଲତ ନିର୍ଦେଶ ଦେଇଛି । ନଭେମ୍ବର ୨୬ରେ (୨୬/୧୧) ମୁମ୍ବାଇ ଆକ୍ରମଣର ମୁଖ୍ୟ କର୍ଣଧାର ବୋଲି ବିବେଚନା କରାଯାଏ । 

- Advertisement -

ହାଫିଜ ସଇଦଙ୍କ ସାଥୀ ଜାଫର ଇକବାଲ ଏବଂ ୟେହିୟା ଅଜିଜଙ୍କୁ ମଧ୍ୟ ସାଢ଼େ ୧୦ ବର୍ଷ ଜେଲ ଓ ଜୋରିମାନା ଆଦେଶ ହୋଇଥିବାବେଳେ ଅନ୍ୟତମ ଅଭିଯୁକ୍ତ ଅବଦୁରହମାନ ମକ୍କିଙ୍କୁ ୬ ମାସ ଜେଲ ଦଣ୍ଡ ଦିଆଯାଇଛି । ଜୁଲାଇ ୨୦୧୯ାରେ ହାଫିଜ ସଇଦକୁ ଗିରଫ କରାଯାଇଥିଲା ଓ ତାଙ୍କ ବିରୋଧରେ ୪ଟି ମାମଲା ରୁଜୁ ହୋଇଛି । ଏହା ପୂର୍ବରୁ ଗତ ଫେବ୍ରୁଆରୀରେ  ଲାହୋରର ଉକ୍ତ କୋର୍ଟ ଦୁଇଟି ମାମଲାରେ ହାଫିଜ ସଇଦଙ୍କୁ ୧୧ବର୍ଷକାରାଦଣ୍ଡ ଏବଂ ତିରିଶ ହଜାର ଟଙ୍କା ଜୋରିମାନା କରିଛନ୍ତି। ପଞ୍ଜାବରେ ହାଫିଜ ମହମ୍ମଦ ସଇଦ ଏବଂ ତାଙ୍କ ନିଷିଦ୍ଧ ସଂଗଠନର ନେତାଙ୍କ ବିରୋଧରେ ପ୍ରାୟ ଦୁଇ ଡଜନ ମାମଲା ରହିଛି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories