www.samajalive.in
Monday, December 8, 2025
13.1 C
Bhubaneswar

ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଭାରତ-ବାୟୋଟେକର କୋଭାସ୍କିନ୍‍

ଭାରତ-ବାୟୋଟେକ୍‍ କୋଭାସ୍କିନ୍‍ ପ୍ରତିଷେଧକର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରିବା ବିଷୟରେ ଘୋଷଣା କରିଛି। ଏହି ପର୍ଯ୍ୟାୟରେ ଦେଶର ବିଭିନ୍ନ ଭାଗରୁ ୨୬ହାଜର ସ୍ୱେଚ୍ଛାସେବୀଙ୍କ ଶରୀରରେ ପ୍ରତିଷେଧକର ପରୀକ୍ଷା କରାଯିବ। ଭାରତ-ବାୟୋଟେକ୍‍ ଓ ଆଇସିଏମଆର ମିଳିତ ଭାବେ କୋଭାସ୍କିନ୍‍ ପ୍ରତିଷେଧକର ବିକାଶ କରିଛନ୍ତି। ଭାତରରେ କୋଭିଡ ନାଇଣ୍ଟିନ୍‍ ପ୍ରତିଷେଧକର ଏହା ହେଉଛି ସର୍ବବୃହତ୍‍ ପରୀକ୍ଷଣ। କୋଭିଡ ନାଇଣ୍ଟିନ୍‍ ପ୍ରତିଷେଧକର ସଫଳତାକୁ ଅନୁଧ୍ୟାନ କରିବାକୁ ଭାରତର ଏହା ପ୍ରଥମ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ।

ଏପର୍ଯ୍ୟନ୍ତ ଭାରତରେ ଯେତେ ପ୍ରତିଷେଧକର ପରୀକ୍ଷଣ କରାଯାଇଛି ତାହା ମଧ୍ୟରେ ଏହା ମଧ୍ୟ ସର୍ବବୃହତ୍‍ ପରୀକ୍ଷଣ। ଭାରତର ଡ୍ରକ୍ସ କଣ୍ଟ୍ରୋଲର ଜେନେରାଲ ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି ଓ www.ctri.nic.ରେ ପରୀକ୍ଷଣ ପାଇଁ ପଞ୍ଜିକରଣ କରାଯାଇଛି। ଯେଉଁ ସ୍ୱେଚ୍ଛାସେବୀମାନଙ୍କ ଶରୀରରେ ପ୍ରତିଷେଧକର ପରୀକ୍ଷଣ କରାଯିବ ସେମାନଙ୍କୁ ପ୍ରାୟ ୨୮ ଦିନ ବ୍ୟବଧାନରେ ଇଞ୍ଜେକ୍ସନ ମାଧ୍ୟମରେ ପ୍ରତିଷେଧକ ଦିଆଯିବ। ଏହି ପରୀକ୍ଷଣକୁ ଅଧିକ ଗୋପନୀୟ ରଖାଯିବ ଯେପରି ସ୍ୱେଚ୍ଛାସେବୀ, କମ୍ପାନୀ ଓ ସନ୍ଧାନକାରୀମାନେ କାହା ସମ୍ପର୍କରେ କୌଣସି ତଥ୍ୟ ଜାଣିପାରିବେ ନାହିଁ।

- Advertisement -

କୋଭାକ୍ସିନର ପ୍ରଥମ ପର୍ଯ୍ୟାୟ ଓ ଦ୍ୱୀତିୟ ପର୍ଯ୍ୟାୟ ପରୀକ୍ଷଣ ୧ ହଜାର ସ୍ୱେଚ୍ଛାସେବୀଙ୍କ ଶରୀରରେ କରାଯାଇଛି। ଏହି ପର୍ଯ୍ୟାୟରେ ଯେଉଁ ସ୍ୱେଚ୍ଛାସେବୀମାନେ ସେମାନଙ୍କର ଶରୀରରେ ପ୍ରତିଷେଧକର ପରୀକ୍ଷଣ ପାଇଁ ଇଚ୍ଛାବ୍ୟକ୍ତ କରାଯିବ ସେମାନଙ୍କ ପାଇଁ ସର୍ବନିମ୍ନ ବୟସ ସୀମା ୧୮ବର୍ଷ ରଖାଯାଇଛି। କୋଭାକ୍ସିନ ପ୍ରତିଷେଧକକୁ ଦେଶୀୟ ଜ୍ଞାନ କୌଶଳରେ ଭାରତ ବାୟୋଟକ୍‍ ଦ୍ୱାରା ବିକଶିତ କରାଯାଇଛି। ଭାରତ ବାୟୋଟେକ୍‍ ଆଇସିଏମଆର ଓ ଜାତୀୟ ଭୂତାଣୁ ଅଧ୍ୟୟନ ପ୍ରତିଷ୍ଠାନ ସହ ମିଳିତ ଉଦ୍ୟୋଗରେ ପ୍ରତିଷେଧକର ବିକାଶ କରିଛି। ଏହାକୁ ଭାରତ ବାୟୋଟେକ୍‍ର ବିଏସଏଲ – ୩ ଗବେଷଣାଗାରରେ ବିକଶିତ ଓ ପ୍ରସ୍ତୁତ କରାଯାଇଛି।

Hot this week

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

Related Articles

Popular Categories