www.samajalive.in
Thursday, December 11, 2025
15.1 C
Bhubaneswar

ଧାନ କିଣାବିକା ଓ ଟୋକନ ପ୍ରକ୍ରିୟାକୁ ନେଇ ପୁଣି ଗର୍ଜିଲେ ଚାଷୀ

ରେଙ୍ଗାଲିକେମ୍ପ : ବରଗଡ଼ ଜିଲ୍ଲା ଅତାବିରା ଚାଷୀ ବହୁଳ ଅଞ୍ଚଳ ହୋଇଥିଲେ ହେଁ ଅଞ୍ଚଳ ପ୍ରତି ପ୍ରଶାସନର ଅବହେଳାକୁ ନେଇ ପୁଣି ଆଜି ଅତାବିରା ମାର୍କେଟୟାର୍ଡ ପରିସରରେ ଟୋକନ ଓ ଧାନ କିଣାବିକାର ଅବହେଳାକୁ ନେଇ ଚାଷୀ ମହଲରେ ଏକ ଆନ୍ଦୋଳନ ସୃଷ୍ଟି ହୋଇଥିଲା। ଏହି ସମୟରେ ଆନ୍ଦୋଳନ ସ୍ଥଳକୁ ବରଗଡ଼ ମୁଖ୍ୟ ଯୋଗାଣ ଅଧିକାରୀ ରଜନୀ କାନ୍ତ ଦାସ, ବରଗଡ଼ ଡିଆରସିଏସ୍ ଭକ୍ତ ବନ୍ଧୁ ସାହୁ ଓ ଅତାବିରା ଯୋଗାଣ ଅଧିକାରୀ ବିଶ୍ୱ ରଞ୍ଜନ ସାହୁ ଚାଷୀଙ୍କ ସହ ଦୀର୍ଘ ଦୁଇ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଏହି ସମୟରେ ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନ ଅତାବିରା ଶାଖା ଉପ ସଭାପତି ବସନ୍ତ ବାରିକ ସିଧାସଳଖ ଚାଷୀ ସମସ୍ୟାକୁ ନେଇ ପ୍ରଶାସନ ଅଧିକାରୀଙ୍କୁ ଖୋଲା ଜବାବ ଦେଇଥିଲେ। ଶ୍ରୀଯୁକ୍ତ ବାରିକଙ୍କ ପ୍ରଶ୍ନର ଉତ୍ତର ପ୍ରଶାସନ ଅଧିକାରୀ ଦେଇ ନପାରି ଚୁପ ରହିଥିଲେ। ସେହିପରି ଉପସ୍ଥିତ ଥିବା ଚାଷୀମାନେ ପ୍ରଶାସନ ଅଧିକାରୀଙ୍କୁ ମୁହଁ ଖୋଲି ଜବାବ ଦେଇଥିଲେ। ମାର୍କେଟ ୟାର୍ଡମାନଙ୍କରେ ବିନା ଟୋକନରେ ହଜାର ହଜାର ବସ୍ତା ଧାନ କିପରି ପ୍ରବେଶ କଲା ସେ ନେଇ ମଧ୍ୟ ପ୍ରଶାସନ ଅଧିକାରୀମାନଙ୍କୁ ଜବାବ ମାଗିବା ସହ ଧାନ ଅମଳ ହୋଇଥିବା ଚାଷୀଙ୍କୁ ଏବେ ଯାଏଁ ଟୋକନ ନ ମିଳିବାର କାରଣ ପଛରେ କଣ ରହିଛି ବୋଲି ଚାଷୀମାନେ ଉଦବେଗ ପ୍ରକାଶ କରିଥିଲେ। ଏପରିକି ଧାନ ଅମଳ ପୂର୍ବରୁ କାହିଁକି ପ୍ରଶାସନ ଚାଷୀଙ୍କୁ ନେଇ ଏହି ସମସ୍ୟା ଉପରେ ଗୁରୁତ୍ୱ ଦେଉ ନଥିବା ଯୋଗୁଁ ସମସ୍ୟା ସବୁ ବର୍ଷ ପରି ଚଳିତ ଖରିପ ଋତୁରେ ମଧ୍ୟ ଉଗ୍ର ନେବା ଆରମ୍ଭ କରିଛି। ହେଲେ ପ୍ରଶାସନ ଅଧିକାରୀମାନଙ୍କ କହିବା ଅନୁଯାୟୀ ଆମ ହାତରେ କୌଣସି ବାଟ ନାହିଁ ଏବଂ ଆପଣଙ୍କ ସମସ୍ୟାକୁ କଣ କଲେ ସୁରୁଖୁରୁରେ ଧାନ କିଣାବିକା ହୋଇପାରିବ ସେ ଦିଗରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବୁ ଏବଂ ବର୍ତ୍ତମାନ ସୁଦ୍ଧା ଠିକ୍ ଠାକ୍ ଭାବେ ଚାଲିଛି ବୋଲି ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଚାଷୀମାନେ ଯଦି ଚାଷୀଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦେଇ ସମସ୍ୟାର ସମାଧାନ ନ କରନ୍ତି ତେବେ ଆଗକୁ ସମସ୍ୟା ଉଗ୍ର ରୂପ ନେବ ଏବଂ ଯଦି କୌଣସି ଅପ୍ରିତିକର ଘଟଣା ଘଟେ ତେବେ ପ୍ରଶାସନ ଦାୟୀ ରହିବେ ବୋଲି ଚାଷୀ ଚେତାବନୀ ଦେଇଛନ୍ତି। ଆନ୍ଦୋଳନରେ ରବିନ୍ଦ୍ର ବିଶି, ବିରେନ୍ଦ୍ର କର, ସୁମନ୍ତ ବାରିକ, ସୁରେନ ସ୍ୱାଇଁ, ପି ପାପା ରାଓ ଚୌଧୁରୀ, ଜୟ ବାବୁ ପ୍ରମୁଖ ଆନ୍ଦୋଳନରେ ଉପସ୍ଥିତ ରହିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories