www.samajalive.in
Thursday, December 11, 2025
14.1 C
Bhubaneswar

ଯୁବକ ସଂଘ ସଦସ୍ୟଙ୍କ ମାନବିକତା; ରାସ୍ତାରେ ପଡ଼ିଥିବା ଯୁବକଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତ୍ତି କଲେ

ଫୁଲବାଣୀ : କନ୍ଧମାଳ ଜିଲା ରାଇକିଆ ବ୍ଳକ ଅନ୍ତର୍ଗତ ଅପହଞ୍ଚ ପଞ୍ଚାୟତ ଭାବେ ପରିଚିତ ବାରବା ପଞ୍ଚାୟତର ଯୁବକ ସଂଘର ସଦସ୍ୟମାନେ ଦେଖାଇଛନ୍ତି ଏକ ମାନବିକତା। ଦୁୁର୍ଘଟଣାରେ ରାତିରେ ପଡ଼ିଥିବା ୨ ଜଣ ଯୁବକଙ୍କୁ ଉଦ୍ଧାର କରି ଗଂଜାମ ଜିଲାର ସୋରାଡ଼ା ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତ କରିଛନ୍ତି। ଯୁବକ ସଂଘର ସଦସ୍ୟମାନଙ୍କର ଠିକ୍‍ ସମୟରେ ହସ୍ତକ୍ଷେପ ଯୋଗୁଁ ୨ଟି ଜୀବନ ବଞ୍ଚିଯାଇଥିବା ନେଇ ମଧ୍ୟ ସାଧାରଣରେ ଆଲୋଚନା ଜୋର ଧରିଥିବାବେଳେ ଯୁବକ ସଂଘର କର୍ମକର୍ତ୍ତାମାନଙ୍କର ଏଭଳି କାର୍ଯ୍ୟକୁ ମଧ୍ୟ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
ଖବର ପ୍ରକାରେ, ରବିବାର ବିଳମ୍ବିବ ରାତ୍ରିରେ ଗଂଜାମ ଜିଲା ଅନ୍ତର୍ଗତ ଚିଟିପୋଲି ଗ୍ରାମରୁ ବଡ଼ବାରବା ପଂଚାୟତ ଅଭିମ୍ମୁଖେ ଏକ ବାଇକରେ ୨ ଜଣ ବ୍ୟକ୍ତି ନିକାଞ୍ଚଳ ନାୟକ ଓ ଅନ୍ୟ ଜଣେ ଆସୁଥିବା ବେଳେ ସାନବାରବା ପୋଲ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହୋଇଥିଲା। ଦୁର୍ଘଟଣା ପରେ ୨ ଜଣ ସେଠାରେ ପଡ଼ି ରହିଥିଲେ। ଉକ୍ତ ରାସ୍ତାରେ ସନ୍ଧ୍ୟା ପରେ ଯାତାୟତ ନଥିବା ଯୋଗୁଁ ଦୁର୍ଘଟଣାର ଶୀକାର ହୋଇଥିବା ୨ ଜଣ ସେଠାରେ ପଡ଼ି ଛଟପଟ ହେଉଥିବାବେଳେ କୌଣସି ପ୍ରକାର ବଡ଼ବାରବା ପଞ୍ଚାୟତ ଯୁବକ ସଂଘର ସଭାପତି ମସସି ନାୟକ ଖବର ପାଇ ଅନ୍ୟ କେତେକ ସଦସ୍ୟ ଇସାକ ନାୟକ, ବାବୁଲା ପରିଡ଼ା, ସୁକାନ୍ତ ମହାକୁଡ଼, ଚନ୍ଦନ ନାୟକ ଓ ସଂଜୀବ ନାୟକ ପ୍ରମୁଖ ଘଟଣା ସ୍ଥଳରେ ପହଁଚି ସେଠାରେ ପଡ଼ି ଛଟପଟ ହେଉଥିବା ବ୍ୟକ୍ତିମାନଙ୍କୁ ଉଦ୍ଧାର କରି ଗ୍ରାମଠାରୁ ପ୍ରାୟ  ୨୫ କିଲୋମିଟର ଦୂର ସୋରଡ଼ା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories