www.samajalive.in
Wednesday, December 10, 2025
16.1 C
Bhubaneswar

ଫନି କ୍ଷତିଗ୍ରସ୍ତଙ୍କୁ ସହାୟତା ପାଇଁ ସ୍ୱତନ୍ତ୍ର ରିଲିଫ୍‍ କମିଶନଙ୍କୁ ଭେଟିଲା କଂଗ୍ରେସ

ଭୁବନେଶ୍ୱର:  ଫନି ବାତ୍ୟାକୁ ଦେଢ଼ ବର୍ଷ ବିତି ଯାଇଥିଲେ ବି ଆଜି ପର୍ଯ୍ୟନ୍ତ ପିପିଲି, ଡେଲାଙ୍ଗ ବ୍ଲକ  ତହସିଲରେ କୌଣସି ଗୋଟିଏ ବାସହରାଙ୍କୁ ବାସଗୃହ ଯୋଗାଇନଦେବା ଏବଂ ବିନା କାରଣରେ ହଜାର ହଜାର ଫନି କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଂଟକୁ ଦୀର୍ଘ ସମୟ ଧରି ଅଚଳ କରିବା ଘଟଣାକୁ ନେଇ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ରାଜୀବ ଭବନ ଯାଇ ସ୍ୱତନ୍ତ୍ର ରିଲିଫ କମିଶନର  ପ୍ରଦୀପ ଜେନାଙ୍କୁ ଭେଟି ଅଚଳ ହୋଇଥିବା ବ୍ୟାଙ୍କ ଖାତାକୁ ତୁରନ୍ତ ସଚଳ କରିବା ଓ ହିତାଧିକାରୀ ତାଲିକାରେ ସ୍ଥାନ ପାଇନଥିବା ଫନି କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଦାବିରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଗତ ୨୦୧୯ ମସିହା ମଇ ମାସରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟାରେ ହଜାର ହଜାର ପରିବାର ବାସହରା ହୋଇଯାଇଥିଲେ। କିନ୍ତୁ ବଡ ଦୁଃଖ ଓ ପରିତାପର ବିଷୟ ବାତ୍ୟାକୁ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ସୁଦ୍ଧା ପିପିଲି, ଡେଲାଙ୍ଗ ଦୁଇ ତହସିଲରେ ଘରଭଙ୍ଗା ସର୍ଭେ କାମ ଚାଲିଛି। ଯାହାକି ସୂଚନା ଅଧିକାରୀ ଆଇନ୍‍ ଦ୍ୱାରା ପ୍ରାପ୍ତ ତଥ୍ୟ ବୟାନ କରୁଛି। ପ୍ରାଥମିକ ତଦନ୍ତ ପରେ ଘର ଭାଙ୍ଗିଥିବା ଲୋକଙ୍କୁ ଯେଉଁ ସହାୟତା ରାଶି ସରକାର ତାଙ୍କ ବ୍ୟାଙ୍କଖାତାକୁ ପଠାଇଥିଲେ, ଏବେ ସରକାର ସେଥିରୁ ଅଧିକାଂଶ କ୍ଷତିଗ୍ରସ୍ତ ହିତାଧିକାରୀଙ୍କ ଖାତାକୁ ଅଚଳ କରି ରଖିଛନ୍ତି ଏବଂ ଦଳୀୟ ଭିତିରେ ସେହି ବ୍ୟାଙ୍କ ଖାତାକୁ ସଚଳ କରାଯାଉଅଛି। ଏପରିକି ସଂପୂର୍ଣ୍ଣ ଘର ଭାଙ୍ଗି ଯାଇଥିବା ଲୋକଙ୍କୁ ଘରଭଙ୍ଗା ହିତାଧିକାରୀ ତାଲିକାରେ ସାମିଲ କରାଯାଇନାହିଁ ଏବଂ ସବୁଠୁ ଦୁର୍ଭାଗ୍ୟ ଏବଂ ପରିତାପର ବିଷୟ ଫନି ବାତ୍ୟାର ଶିକାର ହୋଇଥିବା ପିପିଲି କି ଡେଲାଙ୍ଗ ବ୍ଲକର ଜଣେ ମଧ୍ୟ ବାସହରାଙ୍କୁ ସରକାର ପକ୍କାଘର ଯୋଗାଇ ଦେଇ ପାରିନାହାନ୍ତି। ସମସ୍ତ ଘଟଣାକୁ ଶୁଣିବା ପରେ ସ୍ୱତନ୍ତ୍ର ରିଲିଫ୍‍ କମିଶନର ଶ୍ରୀଜେନା ବ୍ୟାଙ୍କ ଖାତା ସଚଳ କରିବା ପାଇଁ ଏବଂ ବାକି ରହିଥିବା ଫନି କ୍ଷତିଗ୍ରସ୍ତଙ୍କୁ ହିତାଧିକାରୀ ତାଲିକାରେ ସାମିଲ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ନିରୁପମା ପାତ୍ର, ଏସ୍‍.କେ. ମହାବୁବ୍‍, ମହେନ୍ଦ୍ର ନାୟକ ଓ ଇନ୍‍ତାଜ୍‍ ଅଲ୍ଲୀ ପ୍ରମୁଖ ସାମିଲ ଥିଲେ।

- Advertisement -

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories