www.samajalive.in
Thursday, December 11, 2025
26.1 C
Bhubaneswar

କୃଷି ଶ୍ରମିକଙ୍କ ଅଭାବ, ଏବେ ଚାଷୀଙ୍କୁ ମେସିନ ଭରଷା

ପାଟଣା: ଚାଷ ଅଛି ଯାହାର, କି ଆନନ୍ଦ ତାହାର ନ୍ୟାୟରେ ଯେତେ ଝଡ଼ଝଞ୍ଜା ମରୁଡି ବନ୍ୟା ବାତ୍ୟା ଆସିଲେ ମଧ୍ୟ ଚାଷୀ ପାଇଁ କ୍ଷେତ ହିଁ ଭରସା ହେଉଥିବା ବେଳେ ଏବେ କୃଷି ଶ୍ରମିକଙ୍କ ଅଭାବ ସାଙ୍ଗକୁ ଅଳ୍ପ ପାଠୁଆ, ଦର ପାଠୁଆ ଓ ଉଚ୍ଚ ଶିକ୍ଷିତ ମାନେ ଅଧିକାଂଶ ସ୍ଥଳରେ ଚାଷ ବିମୁଖ ହୋଇ ପଡୁଥିବା ଦେଖାଯାଉଛି । ଏଭଳି ସ୍ଥିତିରେ ଜମିହଳ କରିବା ଠାରୁ ପାଣିମଡା ପାଇଁ ଚାଷୀଙ୍କୁ ରିତିମତ କସରତ କରିବାକୁ ପଡୁଛି । ବିଶେଷ କରି ବର୍ଷା ଦିନେ ବାହାର ରାଜ୍ୟରୁ ଶ୍ରମଜୀବୀ ମାନେ ଗାଁ ମୁହାଁ ହେଉଥିବାରୁ ରୁଆପୋତା କାମ ଯେନତେନ ପ୍ରକାରେ ସରି ଯାଉଥିଲେ ମଧ୍ୟ ଧାନ କଟା ଓ ଅମଳ ପାଇଁ କୃଷି ଶ୍ରମିକଙ୍କ ଅଭାବ ଏକ ବଡ ସମସ୍ୟା ହେଉଛି । ଏମିତିକି ହଳ ଓ କାଦୁଆ କାମ ପାଇଁ ଟ୍ରାକ୍ଟର, ପାୱାର ଟିଲର ର ଆବଶ୍ୟକତା ପଡୁଥିବା ବେଳେ ଏବେ ସ୍ଵଳ୍ପ ଶକ୍ତି ସମ୍ପନ୍ନ ଧାନକଟା ଯନ୍ତ୍ର, ଅମଳ ପାଇଁ ଥ୍ରେସର ଆଦି ଗାଁ ଗହଳିରେ ମିଳିଯାଉଥିବାରୁ ଚାଷୀ ଥ୍ରେସର ଭଡାରେ ଆଣି ବିଲରେ ହିଁ ଧାନ ଅମଳକୁ ଗୁରୁତ୍ୱ ଦେଉଥିବା ପାଟଣା ଓ ଢେଙ୍କିକୋଟ ଅଞ୍ଚଳରେ ଦେଖାଯାଇଛି । ଯାହା ଫଳରେ କୃଷି ଶ୍ରମିକଙ୍କ ଦୈନିକ ମଜୁରୀ କୁ ହିସାବ କଲେ ମେସିନ ବ୍ୟବହାର ଚାଷୀଙ୍କ ପାଇଁ ଖର୍ଚ୍ଚ କମର ସୁଯୋଗ ଦେଉଥିବା ଚାଷୀମାନେ ମତବ୍ୟକ୍ତ କରୁଛନ୍ତି। ଏମିତିକି ଏକା ସାଙ୍ଗରେ ଧାନ କାଟିବା ସହ ଅମଳ କରିବା ପାଇଁ ମଧ୍ୟ ଅଞ୍ଚଳରେ ମେସିନ ଅଭାବ ଥିବାରୁ ବାହର ରାଜ୍ୟରୁ ମେସିନ ଭଡାରେ ଆଣି କେତେକ ଲୋକ ଚାଷୀଙ୍କୁ ଏହି ସୁଯୋଗ ଦେଇ ନିଜ ମଧ୍ୟସ୍ଥି ଲାଭ ଉଠାଇବା ସହ ଚାଷୀଙ୍କ ପାଇଁ ସଅଳ ଅମଳ ସୁଯୋଗ ଦେଉଥିବା ଦେଖାଯାଉଛି ।

Hot this week

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

Related Articles

Popular Categories