www.samajalive.in
Saturday, December 6, 2025
16.1 C
Bhubaneswar

ଅବୈଧ ବାଣ ବିକ୍ରି ଉପରେ ଚଢ଼ଉ : ୫ ଗିରଫ, ବିପୁଳ ବାଣ ଜବତ

ସମ୍ବଲପୁର : କରୋନା ସଙ୍କଟ ଟଳି ନ ଥିବାରୁ ସରକାର ଚଳିତ ବର୍ଷ ଦୀପାବଳି ଅବସରରେ ବାଣ ବିକ୍ରି ଓ ଫଟାଇବା ପାଇଁ ନିଷେଧ କରିଛନ୍ତି। କିନ୍ତୁ କିଛ ଅସାଧୁ ବ୍ୟବସାୟୀ ସରକାରୀ ନିୟମର ଉଲ୍ଲଂଘନ କରି ଲୁଚାଛପାରେ ବାଣ ବିକ୍ରି କରୁଥିବାରୁ ପୁଲିସ ଚଢ଼ଉ କରି ବ୍ୟାପକ ବାଣ ଜବତ କରିଛି। ଏ ସର୍ମ୍ପକରେ ପୁଲିସ ୫ ଜଣ ବ୍ୟବସାୟୀଙ୍କୁ ଗିରଫ କରିବା ସହିତ ବିପୁଳ ମାତ୍ରାରେ ବାଣ ଜବତ କରିଛି।

ସମ୍ବଲପୁର ପୁଲିସର ସୂଚନାନୁଯାୟୀ, ଚଢ଼ଉ ସମୟରେ ଟାଉନ ଥାନା ଅର୍ନ୍ତଗତ ଅଞ୍ଚଳରେ ବାଣ ବିକ୍ରି କରୁଥିବା ଅଭିଯୋଗରେ ନୟାପଡା ନିବାସୀ କ୍ରିଷ୍ଣା ମୁରାରୀ ସୋନୀ, ଧନୁପାଲି ନିବାସୀ ମହମ୍ମଦ ସବିର, ରେଙ୍ଗାଲି ଥାନା ଅର୍ନ୍ତଗତ ଅଞ୍ଚଳରେ ବାଣ ବିକ୍ରି ଅଭିଯୋଗରେ ବୁରୋମାଲ ଝାରସୁଗୁଡା ଜିଲା ନିବାସୀ ହେମନ୍ତ ସାହୁ, ରେଢ଼ାଖୋଲ ଥାନା ଅର୍ନ୍ତଗତ ଅଞ୍ଚଳରେ ବାଣ ବିକ୍ରି ଅଭିଯୋଗରେ କୁମିଟିକିରାରର ନିବାସୀ ପଦ୍ମନାଭ ମହାପାତ୍ର ଏବଂ କ୍ଷେତରାଜପୁର ଥାନା ଅର୍ନ୍ତଗତ ଅଞ୍ଚଳରେ ବାଣ ବିକ୍ରି ଅଭିଯୋଗରେ କୁଷ୍ଟାପଡା ନିବାସୀ ନିଳମଣି ମେହେର ଙ୍କୁ ପୁଲିସ ଗିରଫ କରିଛି।

- Advertisement -

ଏ ସର୍ମ୍ପକରେ ଟାଉନ ଥାନାରେ ମାମଲା ନଂ ୪୩୫/୨୦୨୦, ୪୩୬/୨୦୨୦, ରେଙ୍ଗାଲି ଥାନାରେ ମାମଲା ନଂ ୨୦୮/୨୦୨୦, ରେଢ଼ାଖୋଲ ଥାନାରେ ମାମଲା ନଂ ୨୦୮/୨୦୨୦ ଏବଂ କ୍ଷେତରାଜପୁର ଥାନାରେ ମାମଲା ନଂ ୨୮୭/୨୦୨୦ ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି। ଏହା ସହିତ ବିଭିନ୍ନ ଥାନାଞ୍ଚଳରେ ସରକାରୀ ନିର୍ଦ୍ଦେଶର ଉଲ୍ଲଂଘନ କରି ବାଣ ଫୁଟାଉଥିବାର ଅଭିଯୋଗରେ ୬ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି ବୋଲି ସମ୍ବଲପୁର ପୁଲିସ ଜଣାଇଛି।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories