www.samajalive.in
Monday, December 8, 2025
24.1 C
Bhubaneswar

କୋଭିଡ କଟକଣାରେ ସମ୍ପନ୍ନ ହେଲା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ମହାଦୀପ ଓ ସମସ୍ତ ନୀତିକାନ୍ତି

ଆରଡି: ପବିତ୍ର ଦୀପାବଳି ଅବସରରେ ଶହଶହ ବର୍ଷର ପରମ୍ପରା ଅନୁଯାୟୀ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ଉଠିଛି ମହାଦୀପ। ଚଳିତବର୍ଷ ମହାମାରୀ କରୋନା ପାଇଁ ଦୀର୍ଘ ୮ମାସ ଧରି କଟକଣା ଜାରି ରହିଥିବାରୁ ବିନା ଭକ୍ତରେ ଚଳିତ ଥର ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା। ସେହିପରି ପୀଠରେ ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯିବା ସହ ବ୍ୟାପକ ପୁଲିସ ମୁତ୍ୟୟନ କରାଯାଇଥିଲା। ଏପରିକି ମନ୍ଦିରର ଶୃଙ୍ଖଳିତ ନୀତିକାନ୍ତି ପାଇଁ ଜିଲା ପ୍ରଶାସନ ପକ୍ଷରୁ ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ, ଧୁଷୁରୀ ଥାନା ଅଧିକାରୀ ପ୍ରଫୁଲ ସିଂ, ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ମନ୍ଦିର ମଧ୍ୟରେ ରହି ସମସ୍ତ ନୀତିକାନ୍ତିର ତଦାରଖ କରିଥିଲେ। ଦୀପାବଳିରେ ମନ୍ଦିରରେ ହେବାକୁ ଥିବା ସ୍ୱତନ୍ତ୍ର ନୀତିକାନ୍ତିରେ ଭୋର ୪ଟାରେ ଦ୍ୱାରଫିଟା ନୀତି ସରିବା ପରେ ମଙ୍ଗଳଆଳତୀ, ଘର୍ଷଣଲାଗି, ଜଳାଭିଷେକ ଆଦି ସକାଳ ନୀତି କରାଯାଇଥିଲା। ପରେ ଦିବା ୧ଟାରେ ମଧ୍ୟାହ୍ନ ଧୂପ, ଯୋଗୀବେଶ, ଅବକାଶ (ଶୟନ) ନୀତି ସମ୍ପନ୍ନ ହେବା ପରେ ଅପରାହ୍ଣ ୪ଟାରେ ମଣିବାବାଙ୍କୁ ବିଭିନ୍ନ ଅଳଙ୍କାର, ଚନ୍ଦନ, ଫୁଲ-ବେଲ୍ୱପତ୍ର ଓ ଟାହିଆ ଆଦିରେ ବଡସିଂହାର ବେଶରେ ସଜ୍ଜିତ କରାଯାଇ ସଂଧ୍ୟା ଆଳତୀ କରାଯାଇଥିଲା। ନୀତିକାନ୍ତିର ନିର୍ଦ୍ଧାରିତ ସମୟ ଅନୁଯାୟୀ ରାତ୍ର ୯ଟାରେ ମହାଦୀପ ପ୍ରସ୍ତୁତ କରାଯାଇ ଅଗ୍ନି ସଂଯୋଗ ପାଇଁ ଗୁପ୍ତ ଷୋଡଶ ଉପଚାରରେ ମଣିବାବାଙ୍କ ପାଖରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଘଣ୍ଟାକିର୍ତ୍ତନ ଦ୍ୱାରା ମହାଦୀପକୁ ପାଳିଆ ସେବାୟତଙ୍କ ଦ୍ୱାରା ମନ୍ଦିର ବେଢା ପରିକ୍ରମା କରାଯିବା ପରେ ରାତ୍ର ୧୦ଟାରେ ମନ୍ଦିର ଚୂଡାରେ ମହାଦୀପ ସ୍ଥାପନ କରାଯାଇଥିଲା। ଆଖଣ୍ଡଳମଣିଙ୍କ ମନ୍ଦିରରେ ବିଧିବିଧାନ ଅନୁଯାୟୀ ମହାଶିବରାତ୍ରି ଓ ଦୀପାବଳି ଅମାବାସ୍ୟାରେ ୨ଥର ମନ୍ଦିର ଚୂଡାକୁ ମହାଦୀପ ଉଠିଥାଏ। ଯାହା ଅନ୍ୟ ଶିବାଳୟ କିମ୍ବା ଦେବାଦେବୀଙ୍କ ପୀଠରେ ଦେଖିବାକୁ ମିଳିନଥାଏ ବୋଲି ମନ୍ଦିରର ପୁରୁଖା ସେବାୟତମାନେ ପ୍ରକାଶ କରିଛନ୍ତି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories