www.samajalive.in
Wednesday, December 10, 2025
26.1 C
Bhubaneswar

ଇମ୍ରାନଙ୍କ ବିରୁଦ୍ଧରେ ରମିୟମଙ୍କ ଗୁରୁତର ଅଭିଯୋଗ : ଗାଧୁଆ ଘରେ ଲଗାଯାଇଥିଲେ କ୍ୟାମେରା

ଇସଲାମାବାଦ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୁଦ୍ଧରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ସରିଫ ଗୁରୁତର ଅଭିଯୋଗ ଆଣିଛନ୍ତି। ମରିୟମ୍ କହିଛନ୍ତି ଯେ ସେ ଜେଲରେ ଥିବାବେଳେ ତାଙ୍କ ବ୍ୟାରେକ୍ ଗାଧୁଆ ଘରେ କ୍ୟାମେରା ମଧ୍ୟ ଲଗାଯାଇଥିଲା। ଏହି କ୍ୟାମେରା ଗୁଡିକ ପ୍ରଶାସନ ପକ୍ଷରୁ ଲାଗା ଯାଇଥିଲା। ମରିୟମ୍ କହିଛନ୍ତି ଯେ ଏହା ଜଣେ ମହିଳାଙ୍କ ପ୍ରତି ଅପମାନ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ସେନା ଏବଂ ଆଇଏସଆଇ ଅଧିକାରୀମାନେ କରାଚିରେ ଥିବା ତାଙ୍କ ହୋଟେଲରେ ଜବରଦସ୍ତ ପ୍ରବେଶ କରି ମରିୟମଙ୍କ ସ୍ୱାମୀଙ୍କୁ ଗିରଫ କରିଥିଲେ। ମରିୟମ କହିଛନ୍ତି ଯେ ତାଙ୍କୁ ଇମ୍ରାନ ଖାନ ସରକାର ଦୁଇଥର ଜେଲକୁ ପଠାଇଛନ୍ତି।
ସେହିପରି ମରିୟମ୍ କହିଛନ୍ତି ଯେ ଯଦି ମୁଁ ଜେଲରେ ଥିବା ପରିସ୍ଥିତି ବିଷୟରେ କୁହେ, ତେବେ ଏହା ଆଶ୍ଚର୍ଯ୍ୟଜନକ ମନେହୁଏ, ସେଠାରେ ମହିଳାମାନଙ୍କୁ କିପରି ବ୍ୟବହାର କରଯାଏ, ତାହା ଭାଷାରେ କହିହେବ ନାହିଁ।  ଯଦି ମୁଁ ସତ କହିବି, ପ୍ରଶାସନ ଏବଂ ସରକାରଙ୍କର ଅସଲ ଚେହେରା ପଦାରେ ପଡିଯିବ। କାରଣ ସରକାର ସେନାକୁ ହାତବାରିସୀ କରି ଅନେକ ଘୃଣ୍ୟ କାର୍ଯ୍ୟ କରୁଛନ୍ତି।  ମରିୟମ୍ କହିଛନ୍ତି ଏଠାରେ କି ପ୍ରକାର ଶାସନ ଚାଲିଛି, ଜଣେ ମହିଳାଙ୍କୁ ତାଙ୍କ ପିତାଙ୍କ ସାମ୍ନାରେ ଗିରଫ କରାଯିବା ସହ ତାଙ୍କୁ ଦୁର୍ବ୍ୟବହାର କରାଯାଉଛି।
ଅନ୍ୟପକ୍ଷରେ, ଏବେ ନୱାଜ ସରିଫ ଲଣ୍ଡନରେ ରହି ଚିକିତ୍ସିତ ହେଉଛନ୍ତି। ସେଠାରେ ମଧ୍ୟ ନୱାଜ ସରିଫ ସେନା ବିରୁଦ୍ଧରେ ଭିଡିଓ କନଫରେନ୍ସିଂରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ। ମରିୟମ କହିଛନ୍ତି ଯେ ସେନାର କାମ ହେଉଛି ସୀମାର  ସୁରକ୍ଷା କରିବା, ରାଜନୀତି ନୁହେଁ।

- Advertisement -

ମରିୟମ୍ କହିଛନ୍ତି ଯେ ସେନା ସହ କଥାବାର୍ତ୍ତା କରିବାରେ କୌଣସି ଅସୁବିଧା ନାହିଁ, କିନ୍ତୁ ଇମ୍ରାନ ସରକାର ପ୍ରଥମେ ଇସ୍ତଫା ଦିଅନ୍ତୁ। ମରିୟମ୍ ଆହୁରି କହିଛନ୍ତି ଯେ, ଯେଉଁମାନଙ୍କ ଦ୍ୱାରା ସେ କ୍ଷମତାରେ ଅଛନ୍ତି, ସେକଥା ସମସ୍ତେ ଜାଣନ୍ତି |

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories