www.samajalive.in
Wednesday, December 10, 2025
18.1 C
Bhubaneswar

ପଶୁ ପକ୍ଷୀ ଶିକାରୀ ଗିରଫ, କଟା ମାଂସ ସହିତ ବିଭିନ୍ନ ସରଞ୍ଜାମ ଜବତ

ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ ଡିଙ୍ଗର ଗ୍ରାମରେ ବିବାହ କରିଥିବା କେଳୁଚରଣ ମହାରଣା(୩୫) ପାରିବାରିକ କଳହ ଯୋଗୁଁ ଏବେ ଶ୍ୱଶୁର ଘରେ ନ ରହି ଡିଙ୍ଗର ପର୍ଶୁରାମପୁର ମୌଜାର ଡାହାଲଖାଇ ଠାକୁରାଣୀଙ୍କ ପାଖରେ ଥିବା ଏକ ସରକାରୀ ଘରେ ରହୁଛନ୍ତି । ସେ ବିଭିନ୍ନ ବେପାର ବଣିଜ କରି ଜୀବନଯାପନ କରୁଥିବା ବେଳେ ଗତ୫ ମାସ ହେବ ନିୟମିତ ବନ୍ୟଜନ୍ତୁ ଶୀକାର କରିଆସୁଥିଲେ । ଏସଂକ୍ରାନ୍ତରେ ସ୍ଥାନୀୟ କିଛି ବ୍ୟକ୍ତି ବିଶେଷ ତାଙ୍କର ଏହି କାର୍ଯ୍ୟକୁ ବିରୋଧ କରି ଆସୁଥିବାବେଳେ ତାହା ତାଙ୍କ ଉପରେ କିଛି ପ୍ରଭାବ ପକାଉନଥିଲା । ବିଭିନ୍ନ ଗଣମାଧ୍ୟମରେ ଅନେକ ବାର ସମ୍ବାଦ ପ୍ରକାଶ ପାଇଥିଲେ ମଧ୍ୟ ସ୍ଥାନୀୟ ପୁଲିସ କିମ୍ବା ବନବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଅଭାବ ଯୋଗୁଁ ବନ୍ୟଜନ୍ତୁ ଶୀକାର ତାଙ୍କର ନିତିଦିନିଆ କାର୍ଯ୍ୟରେ ପରିଣତ ହୋଇଯାଇଥିଲା । ସମ୍ପୃକ୍ତ ବ୍ୟକ୍ତି ଜଣକ ଦୈନିକ ବିଦ୍ୟୁତ ତାର ବିଛାଇ ବାରହା ,କୁଟୁରା ,ଠେକୁଆ ,ଟେଣ୍ଟେଇ ଚଢେଇ ଏବଂ ଅନ୍ଧାରୁଆ ବଗ ପକ୍ଷୀ ଶୀକାର କରି ସେହି ମାଂସକୁ ଶାଗ ମାଛ ଦରରେ ବିକ୍ରି କରି ଜୀବନ ଯାପନ କରୁଥିଲା । ପ୍ରତି ୨/୪ ଦିନ ଅନ୍ତରରେ ବଡ଼ ବଡ଼ ବାର୍ହା ମାରି ସେହି ମାଂସକୁ କେଜି ପିଛା ୨୦୦ଟଙ୍କାରେ ବିକ୍ରି କରୁଥିଲା । ଗତକାଲି ରାତିରେ ସେ ବିଛାଇଥିବା ବିଦ୍ୟୁତ ତାରରେ ଏକ ୪୫/୫୦କିଗ୍ରା ଓଜନର ବାର୍ହାକୁ ମାରି ଆଜି ସକାଳୁ ସେ ରହୁଥିବା ସ୍ଥାନରେ କାଟି ବିକ୍ରି କରୁଥିଲା । ପ୍ରାୟ ଅଧା ମାଂସ ବିକ୍ରି କରି ସାରିଥିବା ବେଳେ ଡିଙ୍ଗର ଗ୍ରାମବାସୀଙ୍କ ଠାରୁ ଫୋନ ପାଇ ଖୋର୍ଦ୍ଧା ବନ ବିଭାଗ ରେଞ୍ଜରଙ୍କ ନେତୃତ୍ୱରେ ସେ ମାଂସ ବିକ୍ରି କରୁଥିବା ସ୍ଥାନରେ ଚଢ଼ାଉ କରାଯାଇଥିଲା । ସମ୍ପୃକ୍ତ ବ୍ୟକ୍ତିକୁ ଗିରଫ କରିବା ସହିତ ତାଠାରୁ ୩କେଜି ମାଂସ, ଛାଲ ,ବିଦ୍ୟୁତ ତାର ,ଟାଙ୍ଗିଆ ,କଟୁରି ,ଏବଂ ହୁକ ବାଡ଼ି ଆଦି ଜବତ କରାଯାଇଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories