www.samajalive.in
Monday, December 8, 2025
24.1 C
Bhubaneswar

ଗାଡି ପଞ୍ଜିକରଣ ଅତିରିକ୍ତ ଦେୟ ଫେରସ୍ତ ମାମଲା, ଅଦାଲତ ନିର୍ଦେଶ ଅବମାନନା ଅଭିେଯାଗ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଆଞ୍ଚଳିକ ପରିବହନ କାର୍ୟ୍ୟାଳୟରେ ପଞ୍ଜିକୃତ ହୋଇଥିବା ଯାନବାହାନର ଅବଧି ଶେଷ ହୋଇଥିଲେ ମଧ୍ୟ ଅନେକ ନବୀକରଣ କରିବାରେ ବିଳମ୍ବ କରିଥିଲେ। କେନ୍ଦ୍ର ପରିବହନ ମନ୍ତ୍ରାଳୟ ନିର୍ଦେଶ ଅନୁସାରେ ନବୀକରଣ ହୋଇ ନ ଥିବା ଗାଡି ମାଲିକମାନେ ଏଥିପାଇଁ ମାସିକ ୩୦୦ ଟଙ୍କାର ଅତିରିକ୍ତ ଜାରିମାନା ଦେବାକୁ ହେବ। ଏହାର ବିେରାଧ କରି କିଛି ଗାଡିମାଲିକ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ଅଦାଲତ ମାମଲାର ଶୁଣାଣି କରି ଓଡିଶାରେ ଅତିରିକ୍ତ ଦେୟ ଆଦାୟ ହୋଇପାରିବ ନାହିଁ ଏବଂ ଯେଉଁମାନଙ୍କଠାରୁ ଆଦାୟ ହୋଇଛି ସେସବୁ ଫେରସ୍ତ କରିବାକୁ ନିର୍ଦେଶ ଦେଇଥିଲେ। ମାତ୍ର ଆଜିଯାଏ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଅତିରିକ୍ତ ଅର୍ଥ ଫେରସ୍ତ କରାଯାଇ ନାହିଁ। ଅଦାଲତ ନିର୍ଦେଶ ଅବମାନନା କରୁଥିବା ଦର୍ଶାଇ ଆବେଦନକାରୀ ପୁନର୍ବାର ଅଦାଲତର ଦ୍ବାରସ୍ଥ ହୋଇଛନ୍ତି।

ପ୍ରକାଶ ଯେ, ଅତିରିକ୍ତ ଦେୟକୁ ବିେରାଧ କରି ଦିନବନ୍ଧୁ ସାହୁ ଓଡିଶା ହାଇେକାର୍ଟରେ ୨୦୧୮ ମସିହାରେ ଏକ ମାମଲା କରିଥିଲେ। ଅଦାଲତ ମାମଲାର ଶୁଣାଣି କରି ଓଡିଶାରେ ଅତିରିକ୍ତ ଦେୟ ଆଦାୟ କରାଯାଇପାରିବ ନାହିଁ ବୋଲି ରାୟ ଶୁଣାଇଥିଲେ। ଏହାସତ୍ତ୍ବେ ରାଜ୍ୟ ପରିବହନ ଅଧିକାରୀମାନେ ଅତିରିକ୍ତ ଦେୟ ଆଦାୟ କରୁଛନ୍ତି। ଏହାର ବିେରାଧ କରି ଭୁବନେଶ୍ବର ଟଙ୍କପାଣି ରୋଡର ରମାନାଥ ମହାପାତ୍ର ହାଇେକାର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ଅତିରିକ୍ତ ଦେୟ ବାବଦରେ ଆଦାୟ କରାଯାଇଥିବା ୧୦ହଜାର ୫୦୦ ଟଙ୍କା ଆବେଦନକାରୀଙ୍କୁ ଫେରାଇବା ପାଇଁ ଭୁବନେଶ୍ବର ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଅଦାଲତ ନିର୍ଦେଶ ଦେଇଥିଲେ। ଶ୍ରୀ ମହାପାତ୍ର ଏ ନେଇ ୧୩ ଫେବ୍ରୁଆରୀ ୨୦୨୦ରେ ଅର୍ଥ ଫେରସ୍ତ ପାଇଁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଆବେଦନ କରିଥିଲେ। ମାତ୍ର ଆଜି ପର୍ୟ୍ୟନ୍ତ ଟଙ୍କା ଫେରସ୍ତ କରାଯାଇ ନ ଥିବା ଶ୍ରୀ ମହାପାତ୍ର କହିଛନ୍ତି। ପରିବହନ ବିଭାଗ ହାଇକୋର୍ଟଙ୍କ ନିର୍ଦେଶକୁ ଅବମାନନା କରିଥିବା ଅଭିେଯାଗ କରି ଶ୍ରୀ ମହାପାତ୍ର ପୁନର୍ବାର ଅଦାଲତଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories