www.samajalive.in
Thursday, December 11, 2025
16.1 C
Bhubaneswar

ଟେଷ୍ଟ ଦଳରେ ରୋହିତ; ଟି୨୦ ଦଳରେ ନଟରାଜନ୍

ନୂଆଦିଲ୍ଲୀ: ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତର ପ୍ରଥମ ଟେଷ୍ଟମ୍ୟାଚ୍‌ ପରେ ବିରାଟ କୋହଲିଙ୍କୁ ସ୍ବଦେଶ ଫେରିବାକୁ ଅନୁମତି ଦେଇଛି ବିସିସିଆଇ। କୋହଲିଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଏବେ ଅନ୍ତଃସତ୍ତ୍ବା ଅଛନ୍ତି। ଜାନୁଆରୀରେ ଅନୁଷ୍କା ସନ୍ତାନ ପ୍ରସବ କରିପାରନ୍ତି। ତାଙ୍କ ପ୍ରଥମ ସନ୍ତାନର ଜନ୍ମ ବେଳେ ପତ୍ନୀଙ୍କ ସହ ରହିବାକୁ ନିଷ୍ପତ୍ତି ନେଇ ବିସିସିଆଇକୁ ଛୁଟି ଆବେଦନ କରିଥିଲେ। ବିସିସିଆଇ କୋହଲିଙ୍କୁ ପ୍ରଥମ ଟେଷ୍ଟମ୍ୟାଚ୍‌ ପରେ ଭାରତ ଫେରିବାକୁ ଅନୁମତି ଦେଇଛି। ଡିସେମ୍ବର ୧୭ରୁ ଆଡିଲେଡ୍‌ରେ ପ୍ରଥମ ଟେଷ୍ଟମ୍ୟାଚ୍‌ ଖେଳାଯିବ। ଅନ୍ୟପକ୍ଷରେ ରୋହିତ ଶର୍ମାଙ୍କୁ କେବଳ ଭାରତୀୟ ଟେଷ୍ଟଦଳରେ ସାମିଲ କରାଯାଇଛି। ଆଇପିଏଲ୍‌ ଖେଳିବା ବେଳେ ରୋହିତ ଆହତ ହୋଇଥିଲେ। ଡିସେମ୍ବର ୧୭ରୁ ଟେଷ୍ଟ ସିରିଜ୍ ଆରମ୍ଭ ବେଳକୁ ରୋହିତ ସୁସ୍ଥ ହୋଇ ଯାଇଥିବେ ବୋଲି ବିସିସିଆଇର ହୃଦ୍‌ବୋଧ ହୋଇଛି। ସମ୍ପୂର୍ଣ୍ଣ ଫିଟ୍‌ହେବା ପାଇଁ ରୋହିତଙ୍କୁ ଆଉ କିଛି ସପ୍ତାହ ଲାଗିବ ବୋଲି ଅନୁଭବ କରି ସୀମିତ ଓଭର ସିରିଜ୍‌ରେ ତାଙ୍କୁ ସାମିଲ କରା ଯାଇନାହିଁ। ପୁଣି ଭାରତୀୟ ଟେଷ୍ଟ ଦଳରେ ଥିବା ପେସ୍ ବୋଲର ଈଶାନ୍ତ ଶର୍ମା ଓ ୱିକେଟ ରକ୍ଷକ ଋଦ୍ଧିମାନ ଶାହା ମଧ୍ୟ ଆହତ ଅଛନ୍ତି। ଉଭୟେ ଫିଟ୍‌ ଘୋଷିତ ହେଲେ ଉଭୟଙ୍କୁ ଅଷ୍ଟ୍ରେଲିଆ ଯିବାର ଅନୁମତି ମିଳିବ। ଏହାସହ ସଞ୍ଜୁ ସାମ୍‌ସନଙ୍କୁ ଜଣେ ଅତିରିକ୍ତ ୱିକେଟ ରକ୍ଷକ ଭାବେ ଦିନିକିଆ ଦଳରେ ସାମିଲ କରାଯାଇଛି। ଅନ୍ୟପକ୍ଷରେ ପ୍ରଥମଥର ପାଇଁ ଭାରତୀୟ ଟ୍ବେଣ୍ଟି୨୦ ଦଳର ସାମିଲ ହୋଇଥିବା ତାମିଲନାଡ଼ୁର ଲେଗ୍‌ସ୍ପିନର ବରୁଣ ଚକ୍ରବର୍ତ୍ତୀ ଆହତ ଅଛନ୍ତି। ବରୁଣଙ୍କ କାନ୍ଧରେ ଆଘାତ ଲାଗିଛି। ତେଣୁ ବରୁଣଙ୍କୁ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ଦିଆଯାଇଛି। ତାଙ୍କ ସ୍ଥାନରେ ବାମହାତି ପେସ୍ ବୋଲର ଟି. ନଟରାଜନ୍‌ଙ୍କୁ ଟ୍ବେଣ୍ଟି୨୦ ଦଳରେ ସାମିଲ କରାଯାଇଛି। ପୁଣି ନେଟ୍‌ ବୋଲର ଭାବେ ଭାରତୀୟ ଦଳ ସହ ଅଷ୍ଟ୍ରେଲିଆ ଯିବାକୁ ଥିବା ଯୁବ ପେସ୍ ବୋଲର କମଳେଶ ନାଗରକୋଟିଙ୍କୁ ଏହି ଦାୟିତ୍ବରୁ ପ୍ରତ୍ୟାହାର କରି ନିଆଯାଇଛି। ନଭେମ୍ବର ୧୨ରୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯିବାର ଥିବା ବେଳେ ନଭେମ୍ବର ୧୭ରୁ ଦିନିକିଆ ସିରିଜ୍ ଆରମ୍ଭହୋଇ ଜାନୁୟାରୀ ୧୯ରେ ଟେଷ୍ଟ ସିରିଜ୍‌ ଶେଷହେବା ସହ ଗସ୍ତ ସମାପ୍ତହେବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories