www.samajalive.in
Wednesday, December 10, 2025
26.1 C
Bhubaneswar

ସ୍ବାମୀର ବୀଭତ୍ସ କାଣ୍ଡ: ସ୍ତ୍ରୀକୁ କଲା ଦୁଇଖଣ୍ଡ

କୋଲାବନଗର: କୋରାପୁଟ ଜିଲା ସଦର ଥାନା ଅନ୍ତର୍ଗତ ଦେବିଘାଟ ପଞ୍ଚାୟତ ଧଉଡା ପଦର ଗାଁରେ ଗତକାଲି (ରବିବାର) ବିଳମ୍ବିତ ରାତିରେ ପାରିବାରିକ କଳହରୁ ଏକ ବର୍ବର କାଣ୍ଡ ଘଟିଛି। ସାତ ଜନମର ସାଥି ହେବାକୁ କଥା ଦେଇଥିବା ସ୍ୱାମୀ ନିଜର ହିତାହିତ ଜ୍ଞାନ ଭୁଲି କୁଡୁଡା କଟା ଅସ୍ତ୍ରରେ ସ୍ତ୍ରୀକୁ ଦୁଇଖଣ୍ଡ କରି ହତ୍ୟା କରିବା ଭଳି ଲୋମହର୍ଷକର ଘଟଣା ଦେଖିବାକୁ ମିଳିଛି। ମୃତ ମହିଳା ଜଣଙ୍କ ହେଲେ ପାର୍ବତୀ ଓରଫ ମିଲ୍ଲି କମାର। ଅନ୍ୟପଟେ ଅଭିଯୁକ୍ତ ସ୍ୱାମୀ କାର୍ତ୍ତିକ ଟାକ୍‍ରିଙ୍କୁ ପୁଲିସ ଗିରଫ କରିଛି। ସୂଚନା ଅନୁଯାୟୀ ସ୍ୱାମୀ କାର୍ତ୍ତିକ ମଦ ପିଉଥିବା ନେଇ ସ୍ତ୍ରୀ ପାର୍ବତୀ ବିରୋଧ କରି ଆସୁଥିଲେ। ଏ ନେଇ ପ୍ରତ୍ୟେକ ଦିନ ଉଭୟଙ୍କ ମଧ୍ୟରେ ଝଗଡା ସହ ଅଶାନ୍ତି ଲାଗି ରହୁଥିଲା। ଗତକାଲି କାର୍ତ୍ତିକ ବିଳମ୍ବତ ରାତିରେ ମଦ ପିଇ ଘରକୁ ଆସିଥିଲେ। ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ସ୍ୱାମୀ ଉତ୍ତ୍ୟକ୍ତ ହୋଇ ମଦ ନିଶାରେ କୁକୁଡା କଟା ଧାରୁଆ ଆସ୍ତ୍ରରେ ସ୍ତ୍ରୀର ଗଳା କାଟି ୨ ଖଣ୍ଡ କରି ଦେଇଥିଲେ। କବାଟ ଦେଇ ଘର ଭିତରେ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ। ପରେ ପାଖରେ ମା’ଙ୍କୁ ନ ପାଇ ଘର ଭିତରେ ଶୋଇଥିବା ତାଙ୍କର ୨ ମାସର ଶିଶୁ ରାହା ଦେଇ କାନ୍ଦି ଉଠିଥିଲେ। ଏପରି ଅମାନବୀୟ କାଣ୍ଡ ସମ୍ପର୍କରେ ତାଙ୍କ ସମ୍ପର୍କୀୟ ଓ ସାହି ପଡୋଶୀ ଜାଣି ଭୟଭୀତ ହୋଇପଡିଥିଲେ। ଘଟଣା ସମ୍ପର୍କରେ ପୁଲିସକୁ ଖବର ଦିଆଯାଇଥିଲା। ଆଜି ପୁଲିସ ପହଞ୍ଚି କାର୍ତ୍ତିକଙ୍କୁ କାବୁ କରିଥିବା ବେଲେ ସାଇଣ୍ଟିଫିକ ଟିମ ତଦନ୍ତ କରି ଫେରିଛି। କୋରାପୁଟ ସଦର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ପାର୍ବତୀଙ୍କ ପରିବାରକୁ ୫ ଲକ୍ଷ୍ୟ ଟଙ୍କା ଦାବି କରି ଗ୍ରାମବାସୀ ପୁଲିସ ଗାଡିକୁ ଅଟକାଇ ଥିଲେ। ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ସ୍ଥାନୀୟ ସରପଞ୍ଚା ଓ ଗ୍ରାମବାସୀ ଦାବି କରିଥିଲେ। ଘଟଣାସ୍ଥଳରେ ସଦର ଥାନା ଅଧିକାରୀ ସମର୍ପିତା ସ୍ୱାଇଁ, ଏସଆଇ ସ୍ୱେତ ପଦ୍ମା ସେଠ୍‍, କୋଲାବ ଫାଣ୍ଡି ଅଧିକାରୀ ଅର୍ଜୁନ ବାଙ୍କା ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories