www.samajalive.in
Wednesday, December 10, 2025
26.1 C
Bhubaneswar

ଯୁବତୀଙ୍କୁ ତାମିଲନାଡୁରେ ବିକ୍ରି ଅଭିଯୋଗ !

ରେଢ଼ାଖୋଲ: ରେଢ଼ାଖୋଲ ଥାନା ଅନ୍ତର୍ଗତ ଜନୈକା ୧୧ ବର୍ଷର ନାବାଳିକାକୁ ତାମିଲନାଡୁ ଅଞ୍ଚଳରେ ବିକ୍ରି କରାଯାଇଥିବା ବେଳେ ୧୦ବର୍ଷ ପରେ ଘରକୁ ଫେରିବାପରେ ଉକ୍ତ ନାବାବିକା ଜଣଙ୍କ ଏନେଇ ଅଭିଯୋଗ ଆଣିଛନ୍ତି। ଘଟଣାରୁ ଜଣାଯାଇଛି ଯେ ଯେ, ଗତ ୧୦ ପୁର୍ବରୁ ସଂପୃକ୍ତା ନା ବାଳିକା ନିଜ ସଂପର୍କୀୟ ଜଣେ ମହିଳାଙ୍କ ସହିତ ରେଢ଼ାଖୋଲ ବଜାରକୁ ଆସିଥିବା ବେଳେ ସୋନପୁରର ଅଞ୍ଚଳର ଜନୈକ ଦଲାଲଙ୍କ ଜରିଆରେ ତାମିଲନାଡୁରେ ବିକ୍ରି କରିଥିଲେ। ସେହିଦିନ ଠାରୁ ସେ ତାମିଲନାଡୁର ଏକ ସୁତା କାରଖାନାରେ କାମ କରିଆସୁଥିଲେ। ହେଲେ ତାଙ୍କୁ ଖାଇବା ପିଇବା,ପିନ୍ଧିବା ବ୍ୟତୀତ କୌଣସି ପାରିଶ୍ରମିକ ଦଲାଙ୍କ ତରଫରୁ ଦିଆଯାଉ ନ ଥିଲା। ହେଲେ ସବୁ ପ୍ରକାର କଷ୍ଟ ସହ୍ୟକରି ସେ ତାମିଲନାଡୁରେ ରହିକାମ କରୁଥିଲେ। ହେଲେ ଗତ ମାର୍ଚ୍ଚ ମାସରୁ ଦେଶରେ ମହାମାରୀ କରୋନା ସଂକ୍ରମଣ ଯୋଗୁଁ ସବୁ କଳକାରଖାନା ବନ୍ଦ ହୋଇଯିବା ଫଳରେ ଶ୍ରମିକ ମାନଙ୍କୁ ନିଜ ଅଞ୍ଚକୁ ପଠାଇ ଦିଆଯାଇଥିଲା। ଇତି ମଧ୍ୟରେ ନାବାଳିକା ଜଣକ ୨୧ ବର୍ଷର ଯୁବତୀ ହୋଇଯାଇଛନ୍ତି। ପ୍ରକାଶ ଥାଉକି ସୋନପୁର ଅଞ୍ଚଳର ଦଳାଲଙ୍କ ସହିତ ତାମିଲନାଡୁରୁ ଫେରିଆସି ତାଙ୍କ ଘରେ ରହି କାମଧନ୍ଦା କରୁଥିଲେ। କୌଣସି କାରଣ କୁ ନେଇ ଦଳାଲଙ୍କ ଘରୁ ଯୁବତୀ ଜଣକ ଖସିଆସି ନିଜ ଘରେ ପହଞ୍ଚିଥିଲେ। ସୋମବାର ସଂପୃକ୍ତା ଯୁବତୀ ପରିବାର ସଦସ୍ୟଙ୍କୁ ଘଟଣା ସଂକ୍ରାନ୍ତରେ ଜଣାଇବା ସହିତ ରେଢ଼ାଖୋଲ ଥାନାକୁ ଆସିଥିଲେ। ଏନେଇ ଏସ ଆଇ ସୌମ୍ୟରଞ୍ଜନ ମହାଲିକଙ୍କୁ ଯୋଗାଯୋଗ କରିବାରୁ ସଂପୃକ୍ତ ଯୁବତୀ ଥାନାରେ ପହଞ୍ଚି ମୌଖିକ ଭାବରେ ଘଟଣା ସଂକ୍ରାନ୍ତରେ ଅବଗତ କରିଛନ୍ତି। କିନ୍ତୁ ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ ଲିଖିତ ଅଭିଯୋଗ ହୋଇନାହିଁ। ଅଭିଯୋଗ ହେଲା ପରେ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି।

 

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories