www.samajalive.in
Wednesday, December 10, 2025
16.1 C
Bhubaneswar

ସମ୍ବାଇ ପଞ୍ଚାୟତ ସୀମାନ୍ତ ଗ୍ରାମରେ ପହଞ୍ଚିଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସମ୍ବାଇ ପଞ୍ଚାୟତର ସୀମାନ୍ତ ଆନ୍ଧ୍ର ସୀମାକୁ ଲାଗି ରହିଥିବା ଉକ୍ତ ପଞ୍ଚାୟତର ସୁନାବେଡା ଗ୍ରାମ ସହ ଆନ୍ଧ୍ର ରାଜ୍ୟର ବିଶାଖାପାଟଣା ଜିଲ୍ଲା ଅନ୍ତର୍ଗତ ଡୁମୁରିଗୁଡା ବ୍ଲକ ଅଧିନସ୍ଥ ବିଟ୍ରୁଗାଣ୍ଡା , କଲାପୁଟ , ଡେକାପାର , ବଡଲାମ୍ବୁଗୁଡା ଓ ନିତମ୍ବା ପ୍ରମୁଖ ୦୫ ଖଣ୍ଡ ଗ୍ରାମବାସୀ ସହ ଚାଷଜମିକୁ ନେଇ ଲାଗି ରହିଥିବା ବିବାଦ ସ୍ଥଳେ ଉପଜିଲ୍ଲାପାଳ ଲଳିତ କୁମାର କଅଁର, ବିଧାୟକ ପ୍ରୀତମ ପାଢ଼ୀଙ୍କ ସମେତ ପୁଲିସ ବିଭାଗର ସୁନାବେଡା ଏସଡିପିଓ ନିରଞ୍ଜନ ବେହେରା, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋନାଲିସା ଦେବତା, ଆର୍‌ଡି ବିଭାଗର ଏସଡିଓ ଗୋବିନ୍ଦ ଚନ୍ଦ୍ର ମାରାଣ୍ଡି, ବ୍ଲକ ଅଧ୍ୟକ୍ଷ ଜଗତ ଜ୍ୟୋତି ପାଙ୍ଗି, ସମ୍ବାଇ ପଞ୍ଚାୟତର ସରପଞ୍ଚ ପିଲକ ଗୁଣ୍ଠା, ଜିଲା ପରିଷଦ ସଭ୍ୟ ଲଇଚନ ଖରା ପ୍ରମୁଖ ଓଡିଶାର ସୁନାବେଡା ତଥା ଆନ୍ଦ୍ର ରାଜ୍ୟ ସୀମାନ୍ତ ସ୍ଥାନରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରି ଆନ୍ଦ୍ର ରାଜ୍ୟର ଉପରୋକ୍ତ ଗ୍ରାମବାସୀଙ୍କ ପକ୍ଷରୁ ଓଡିଶାର ୬୦୦ ମିଟର ଭିତରକୁ ପ୍ରବେଶ କରି ଲଗାଇଥିବା ନାମ ଫଳକକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାହାର କରି ଆନ୍ଧ୍ର ପ୍ରଦେଶ ରାଜ୍ୟର ସୀମାନ୍ତ ସ୍ଥାନ ଆମ୍ବଗଛ ନିକଟରେ ଓଡିଶାର ନାମ ଫଳକ ଓ ଆନ୍ଧ୍ର ପ୍ରଦେଶ ରାଜ୍ୟର ନାମ ଫଳକକୁ ଲଗାଇଥିଲେ। ଏହି ସମୟରେ ଆନ୍ଧ୍ର ପ୍ରଦେଶ ରାଜ୍ୟର ଡେକାପାର ଗ୍ରାମର ତିନି ମହିଳା ଏବଂ ବଡାଲାମ୍ବା ଗ୍ରାମର କିଛି ଲୋକ ଘଟଣା ସ୍ଥଳେ ପହଞ୍ଚି ଓଡିଶା ପକ୍ଷରୁ ଯାଇଥିବା ପଦାଧିକାରୀଙ୍କୁ ବିରୋଧ କରିଥିଲେ। ଆନ୍ଧ୍ର ପ୍ରଦେଶ ରାଜ୍ୟର ନାମ ଫଳକକୁ କାହିଁକି ଉପାଡିଲ ବୋଲି ପ୍ରଶ୍ନ କରିଥିଲେ। ଉପଜିଲ୍ଲାପାଳ ଶ୍ରୀ କଅଁର, ବିଧାୟକ ପାଢ଼ୀ, ବ୍ଲକ ଅଧ୍ୟକ୍ଷ ପାଙ୍ଗି ଏବଂ ଜିଲ୍ଲା ପରିଷଦ ସଭ୍ୟ ଖାରା ପ୍ରମୁଖ ବିରୋଧ କରୁଥିବା ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories