www.samajalive.in
Thursday, December 11, 2025
14.1 C
Bhubaneswar

ବିନା ବର୍ଷାରେ ବନ୍ୟା; ପାଚିଲା ଧାନରେ ପାଣି ମାଡ଼ୁଛି, ଚିନ୍ତାରେ ଚାଷୀ

କେଶଦୁରାପାଳ : ବର୍ଷା ଦିନ ନୁହେଁ ତଥାପି ଏଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି  ।କ୍ଷେତରେ ପାଣି ଜମି ରହିବାରୁ ପାଚିଲା ଧାନ ବିଲରେ ପାଚିଗଲାଣି । ଏହିପରି ଘଟଣା ଘଟିଛି କେନ୍ଦୁଝର ଜିଲା ଘସିପୁରା ବ୍ଳକ ଓସ୍ତପୁରା ଗ୍ରାମରେ । ଏହି ଗ୍ରାମରେ ଥିବା ଡ୍ୟାମ ଉପରେ ପ୍ରାୟ ୩ଟି ପଂଚାୟତର ଲୋକମାନେ ନିର୍ଭର କରନ୍ତି । ଉକ୍ତ ଓସ୍ତପୁରା ଡ଼୍ୟାମରୁ ଏବେ ଅନବରତ ପାଣି ଝରୁଛି । ଏହା ଫଳରେ ଗ୍ରାମରେ ଥିବା ସମସ୍ତ ବିଲରେ ପାଣିମାଡ଼ି ପାଚିଲା ଧାନ ବିଲରେ ପଚିଗଲାଣି । ଖାଲି ଏତିକି ନୁହେଁ  ଏପରି କି ଲୋକମାନଙ୍କ ଘର ଦ୍ବାର ପାଣି ମାଡ଼ି ଯାଉଥିବା ଅଭିଯୋଗ ହେଉଛି ।
ସାରା ଦେଶରେ କରୋନା ମହାମାରୀ କାୟା ବିସ୍ତାର କରିଥିବାବେଳେ ଚାଷୀ ବିଚରା ମୁଣ୍ଡ ଝାଳ ତୁଣ୍ଡରେ ମାରି ବିଲରେ ଧାନ ଫଳାଇଛି। ଅମଳ  ସମୟରେ ଡ଼୍ୟାମରୁ ପାଣି ଝରୁଥିବାରୁ ପାଚିଲାଧାନରେ ପାଣି ମାଡି ଧାନ ପଚିଗଲାଣି ।ଏଥି ସହିତ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ୧୮ ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ଏହି ଓସ୍ତ ପୁରାଡ଼୍ୟାମ୍ ରକ୍ଷଣାବେକ୍ଷଣା ଅଭାବରୁ ଜରାଜିର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିଲା । କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ପ୍ରାୟ  ୪୦ ଲକ୍ଷ ଟଙ୍କାରେ ଏହାକୁ ପୁନରୁଦ୍ଧାର କରାଯାଇଥିଲା । ଅତ୍ୟନ୍ତ ନିମ୍ନମାନର କାମ ହୋଇଥିବା ଯୋଗୁ ଉପରବନ୍ଧର ଗେଟ୍ ସଂପୂର୍ଣ୍ଣ ବନ୍ଦ ହୋଇପାରୁ ନାହିଁ । ଫଳରେ  ପାଚିଲା ଧାନ ବିଲରେ ପାଣି ମାଡ଼ି ପାଚିବା ସହିତ ଲୋକମାନଙ୍କ ଘର ଦ୍ବାର ପାଣି ମାଡ଼ି ଯାଇ ନାହିଁ ନଥିବା ଅସୁବିଧା ରେ ସମୁଖିନ  ହେଉଥିବା ଚନ୍ଦ୍ରମଣି ନାଇକ, ଶୁଧାଂଶୁ ଶେଖର ନାଇକ, କୃଷ୍ଣ ଚନ୍ଦ୍ର ନାୟକ, ଭଗ୍ୟ ବନ୍ତ ମହାକୁଡ଼ ପ୍ରମୁଖ ଅଭିଯୋଗ କରିଛନ୍ତି।ପ୍ରସାଶନ ପକ୍ଷରୁ ଦୃଷ୍ଟି ଦେଇ ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି  ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories