www.samajalive.in
Thursday, December 11, 2025
16.1 C
Bhubaneswar

ମହିଳା ଟି୨୦ ଚ୍ୟାଲେଞ୍ଜ୍ : ସୁପରନୋଭାଜ୍-ଟ୍ରେଲ୍‌ବ୍ଲେଜର୍ସ ଫାଇନାଲ

ଶାରଜା : ଏଠାରେ ଚାଲିଥିବା ମହିଳା ଟି୨୦ ଚ୍ୟାଲେଞ୍ଜ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ସୋମବାର ସୁପରନୋଭାଜ୍ ଓ ଟ୍ରେଲ୍‌ବ୍ଲେଜର୍ସ ମୁକାବିଲା ହେବ। ଶନିବାର ଉଭୟ ଦଳଙ୍କ ମଧ୍ୟରେ ୩ୟ ତଥା ଅନ୍ତିମ ଲିଗ୍‌ ମ୍ୟାଚ୍ ଖେଳା ଯାଇଥିଲା। ଏଥିରେ ଟ୍ରେଲ୍‌ବ୍ଲେଜର୍ସକୁ ୨ ରନ୍‌ରେ ସୁନରନୋଭାଜ୍ ପରାସ୍ତ କରିଛି। ଚମାରି ଅଟ୍ଟାପଟୁଙ୍କ ଷ୍ଟ୍ରୋକ୍‌ପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ସୁପରନୋଭାଜ୍ ପ୍ରଥମେ ବ୍ୟାଟିଂକରି ୬ ୱିକେଟରେ ୧୪୬ ରନ୍ କରିଥିଲା। ପରେ ସ୍ମୃତି ମାନ୍ଧାନା ଓ ଦୀପ୍ତି ଶର୍ମାଙ୍କ ଲଢ଼ୁଆ ଇନିଂସ ସତ୍ତ୍ବେ ୫ ୱିକେଟ ହରାଇ ଟ୍ରେଲ୍‌ବ୍ଲେଜର୍ସ ୧୪୪ ରନ୍ କରି ପାରିଥିଲା। ଫଳରେ ୩ଟିଯାକ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିଲେ ହେଁ ଉନ୍ନତ ନେଟ୍‌ ରନ୍‌ରେଟ୍‌ ଭିତ୍ତିରେ ସୁପରନୋଭାଜ୍ ଓ ଟ୍ରେଲ୍‌ବ୍ଲେଜର୍ସ ଫାଇନାଲରେ ପହଞ୍ଚିଛନ୍ତି। ନେଟ୍‌ ରନ୍‌ରେଟ୍‌ରେ ସବୁଠାରୁ ତଳେ ଥିବା ଭେଲୋସିଟି ବିଦାୟ ନେଇଛି।

ଟସ୍‌ ଜିତି ସୁପରନୋଭାଜ୍ ବ୍ୟାଟିଂ ନେବା ପରେ ଏହାର ଓପ୍‌ନର ଭଲ ବ୍ୟାଟିଂ କରିଥିଲେ। ବିଶେଷକରି ଚମାରି ଅଟ୍ଟାପଟୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ୬ ଓଭର ପାୱରପ୍ଲେରେ ୫୦ ରନ୍‌ ହୋଇଥିଲା। ଓପ୍‌ନିଂ ଯୋଡ଼ି ୧୨ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଥିଲେ ଏବଂ ୮୯ ରନ୍‌ର ଭାଗିଦାରୀ କରିଥିଲେ। ପ୍ରିୟା ପୁନିଆ ୩୭ ବଲ୍‌ରୁ ୩ଟି ଚୌକା ସହ ୩୦ ରନ୍‌କରି ଆଉଟ ହୋଇଥିଲେ। ୩୮ ବଲ୍‌ରେ ଅଟ୍ଟାପଟୁ ଅର୍ଦ୍ଧଶତକ ପୂରଣ କରିଥିଲେ। ସୁପରନୋଭାଜ୍ ୧୪ଶ ଓଭରରେ ଶହେ ରନ୍‌ରେ ପହଞ୍ଚିଥିଲା। ୧୭ଶ ଓଭରରେ ଆଉଟ ହୋଇଥିବା ଶ୍ରୀଲଙ୍କାର ଚମାରି ଅଟ୍ଟାପଟୁ ୪୮ ବଲ୍‌ରୁ ୪ଟି ଛକା ଓ ୫ଟି ଚୌକା ସହ ୬୭ ରନ୍ କରିଥିଲେ। ଜେମିମା ରଡ୍ରିଗ୍ବେଜ୍ ୧ ଓ ଶଶିକଳା ସିରିବର୍ଦ୍ଦନେ ୨ ରନ୍ କରିଥିଲେ। ଅଧିନାୟିକା ହରମନପ୍ରୀତ କୌର ୨୯ ବଲ୍‌ରୁ ୩୧ ରନ୍‌ କରିଥିଲେ।

- Advertisement -

୧୪୭ ରନ୍‌ ଲକ୍ଷ୍ୟରେ ଟ୍ରେଲ୍‌ବ୍ଲେଜର୍ସ ଦ୍ରୁତଗତିରେ ଇନିଂସ ଆରମ୍ଭ କରିଥିଲା। ତେବେ ୩ଟି ବଲ୍‌ରେ ଏହା ୨ଟି ୱିକେଟ ହରାଇଥିଲା। ଓପ୍‌ନିଂ ଯୋଡ଼ି ୪୪ ରନ୍ କରିବା ପରେ ଡିଆଣ୍ଡ୍ରା ଡଟିନ୍ ଆଉଟ ହୋଇଥିଲେ। ୱେଷ୍ଟଇଣ୍ଡିଜ୍‌ର ଡଟିନ୍ ୧୫ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୨୭ ରନ୍ କରିଥିଲେ। ରିଚା ଘୋଷ ପ୍ରଥମ ବଲ୍‌ରେ ଚୌକା ମାରିବା ପରେ ୨ୟ ବଲ୍‌ରେ ଆଉଟ ହୋଇଥିଲେ। ଅଧିନାୟିକା ସ୍ମୃତି ମାନ୍ଧାନା ଓ ଦୀପ୍ତି ଶର୍ମା ସ୍କୋର୍‌କୁ ଆଗେଇ ନେଇଥିଲେ। ଦୁହେଁ ୩ୟ ୱିକେଟ ପାଇଁ ୩୫ ରନ୍ ଯୋଡ଼ିବା ପରେ ମାନ୍ଧାନା ଆଉଟ ହୋଇଥିଲେ। ବାମହାତି ମାନ୍ଧାନା ୪୦ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୩୩ ରନ୍ କରିଥିଲେ। ଡି. ହେମଲତା ୪ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ଦୀପ୍ତି ଓ ହର୍ଲିନ୍ ଦେଓଲ୍‌ଙ୍କ ମଧ୍ୟରେ ଭଲ ଭାଗିଦାରୀ ହୋଇଥିଲା। ଶେଷ ୩ ଓଭରରୁ ୩୫, ଶେଷ ଓଭରରୁ ୧୦ ଓ ଶେଷ ବଲ୍‌ରୁ ୪ ରନ୍ ଆବଶ୍ୟକ ଥିଲା। ତଥାପି ୨ ରନ୍‌ରେ ଟ୍ରେଲ୍‌ବ୍ଲେଜର୍ସ ପରାସ୍ତ ହୋଇଥିଲା। ହର୍ଲିନ୍ ଦେଓଲ ୧୫ ବଲ୍‌ରୁ ୩ଟି ଚୌକା ସହ ୨୭ ରନ୍ କରିଥିଲେ। ଦୀପ୍ତି ଶର୍ମା ୪୦ ବଲ୍‌ରୁ ୫ଟି ଚୌକା ସହ ୪୩ ରନ୍‌କରି ଅପରାଜିତ ଥିଲେ। ସାକିରା ସାଲେମନ୍ ଓ ରାଧା ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories