www.samajalive.in
Monday, December 8, 2025
27.1 C
Bhubaneswar

ବିହାର ଏକଜିଟ ପୋଲ – ପ୍ରାରମ୍ଭିକ ଆକଳନରେ ଏନଡ଼ିଏକୁ ୧୧୦, ବିରୋଧୀ ଦଳକୁ ୧୨୪

ବିହାରରେ ଆଜି ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ୨୪୩ଟି ଆସନ ମଧ୍ୟରୁ ବିରୋଧୀ ଦଳକୁ ୧୨୪ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଏନଡିଏ ୧୧୦ଟି ଆସନ ଜିତିବ ବୋଲି ଏକଜିଟ ପୋଲ ପ୍ରାରମ୍ଭିକ ପୂର୍ବାନୁମାନ କରିଛି। ଆଜି ୫୫.୨୨ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଆୟୋଗ କହିଛନ୍ତି। ଯଦିଓ ବିଭିନ୍ନ ସଂସ୍ଥା ଦ୍ୱାରା କରାଯାଇଥିବା ଏକଜିଟ ପୋଲରେ ବିଭିନ୍ନ ଦଳକୁ ଆସନ ସଂଖ୍ୟା ଆବଣ୍ଟନରେ କମ ବେଶୀ ରହିଛି, କିନ୍ତୁ ଅଧିକାଂଶ ସଂସ୍ଥା ଏକଜିଟ ପୋଲରେ ମହାମେଣ୍ଟ ଅଧିକ ଆସନ ପାଇବା ନେଇ ଦର୍ଶାଇଛନ୍ତି।

ରିପବ୍ଲିକ ଜନ କି ବାତ ଅନୁଯାୟୀ ଏନଡିଏକୁ ୯୧ରୁ ୧୧୭ଟି ଆସନ ଏବଂ ମହାମେଣ୍ଟକୁ ୧୧୮ରୁ ୧୩୮ଟି ଆସନ ନେଇ ଆକଳନ କରାଯାଇଥିବା ବେଳେ ଏବିପି ସି-ଭୋଟର ଅନୁଯାୟୀ ବିଜେପି-ଜେଡିୟୁ ମେଣ୍ଟକୁ ୧୧୬ ଏବଂ ଆରଜେଡି-କଂଗ୍ରେସ ମେଣ୍ଟକୁ ୧୨୦ ଆସନ ମିଳିବ।

- Advertisement -

ବିହାରର ୨୪୩ ବିଧାନସଭା ଆସନର ନଭେମ୍ବର ୧୦ରେ ଫଳାଫଳ ଆସିବ, କିନ୍ତୁ ଏକଜିଟ୍ ପୋଲ୍ ନେଇ ରାଜନୈତିକ ଆଲୋଚନା ଆରମ୍ଭ ହୋଇଯାଇଛି। ଅଧିକାଂଶ ସର୍ବେକ୍ଷଣରେ ଏନଡିଏ ଏବଂ ଗ୍ରାଣ୍ଡ ଆଲାଏନ୍ସ ମଧ୍ୟରେ କଡା ଟକ୍କର ହେଉଛି। ଟାଇମ୍ସ ନେଟୱାର୍କ ଆକଳନ ଅନୁଯାୟୀ ଏନ୍ଡ଼ିଏକୁ ୧୧୬ ଏବଂ ମହାମେଣ୍ଟକୁ ୧୨୦ ଆସନ ମିଳିପାରେ। ପୂର୍ବରୁ ବିଶେଷ ଭାବରେ ବିହାରରେ ଜାତିଗତ ସମୀକରଣ ଉପରେ ଆଧାର କରି ମତଦାନ ହେଉଥିବା ବେଳେ ଚଳିତ ନିର୍ବାଚନରେ ୪୨ ପ୍ରତିଶତ ଭୋଟର ବିକାଶକୁ ମୁଖ୍ୟ ଆଧାର ଭାବେ ଗ୍ରହଣ କରିଛନ୍ତି ଯେତେବେଳେ କି ୩୦ ପ୍ରତିଶତ ବେକାରୀ ଏବଂ ୧୧ ପ୍ରତିଶତ ଦର ବୃଦ୍ଧିକୁ ମୁଖ୍ୟ ପ୍ରସଙ୍ଗ ଭାବେ ଗ୍ରହଣ କରିଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories