www.samajalive.in
Wednesday, December 10, 2025
26.1 C
Bhubaneswar

ପୁରୀ ବ୍ଲୁ-ଫ୍ଲାଗ୍ ବିଚରେ ଓଟିଡିସିର କାଫ୍ଟେରିଆ ଲୋକାର୍ପିତ

ପୁରୀ : ବିଶ୍ୱସ୍ତରୀୟ ସମ୍ମାନଜନକ ‘ବ୍ଲୁ-ଫ୍ଲାଗ୍ ’ ମାନ୍ୟତା ହାସଲ କରିଥିବା ସ୍ୱର୍ଣ୍ଣିମ ପୁରୀ ବେଳାଭୂମିରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ଏକ କାଫ୍ଟେରିଆ The White Crab  ଲୋକାର୍ପିତ ହୋଇଛି। ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଶୁକ୍ରବାର ଏହି କାଫ୍ଟେରିଆକୁ ଲୋକାର୍ପଣ କରିବା ସହ ଓଟିଡିସି ଦ୍ୱାରା ପରିଚାଳିତ ଏହି କାଫ୍ଟେରିଆ ଖୁବଶୀଘ୍ର ପର୍ଯ୍ୟଟକଙ୍କ ଦ୍ବାରା ଆଦୃତି ଲାଭ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି।

ପୁରୀ ବେଳାଭୂମିକୁ ଅଧିକ ମନୋରାମ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ ନିମନ୍ତେ ପୁରୀ ଜିଲ୍ଲା ପ୍ରଶାସନ ଦ୍ୱାରା ଏହି ବ୍ଲୁ-ଫ୍ଲାଗ ବିଚରେ ଏକ କାଫ୍ଟେରିଆ ପରିଚାଳନା ନିମନ୍ତେ ଓଟିଡିସିକୁ ସୁଯୋଗ ଦେଇଥିବାରୁ ଶ୍ରୀମତୀ ମିଶ୍ର ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି କାଫ୍ଟେରିଆ ପର୍ଯ୍ୟଟକ ମାନଙ୍କୁ ପୁରୀ ବେଳାଭୂମିକୁ ଉପଭୋଗ କରିବାରେ ସହାୟକ ହେବ।

- Advertisement -

ପୁରୀର ସ୍ୱର୍ଣ୍ଣିମ ବେଳାଭୂମିକୁ ସମ୍ମାନଜନକ ବ୍ଲୁ-ଫ୍ଲାଗ୍ ମାନ୍ୟତା ମିଳିଥିବାରୁ ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ସନ୍ତୋଷ ବ୍ୟକ୍ତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଓ ଦୂରଦୃଷ୍ଟି ତଥା ପ୍ରଶାସନିକ କଳର ନିଷ୍ଠାପର ଉଦ୍ୟମ ଯୋଗୁ ପୁରୀ ବେଳାଭୂମିକୁ ଏହି ସମ୍ମାନ ମିଳିପାରିଛି ବୋଲି ସେ କହିଛନ୍ତି।

କାଫ୍ଟେରିଆ ସମ୍ପର୍କରେ ସୂଚନା ଦେଇ ଓଟିଡିସିର ପରିଚାଳନା ନିର୍ଦ୍ଦେଶକ ତଥା ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ଆର ଯାଦବ କହିଛନ୍ତି ଯେ, ଏହି କାଫ୍ଟେରିଆରେ ପର୍ଯ୍ୟଟକମାନେ ନିଜର ପସନ୍ଦ ମୁତାବକ ଖାଦ୍ୟର ବରାଦ ଦେଇପାରିବେ। ସମ୍ପୂର୍ଣ୍ଣ ନିଆରା ଢଙ୍ଗରେ ଅଭିଜ୍ଞ ରୋଷେୟାମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ସୁସ୍ୱାଦୁ ସାମୁଦ୍ରିକ ଖାଦ୍ୟ ପ୍ରସ୍ତୁତ କରାଯାଇ ପର୍ଯ୍ୟଟକମାନଙ୍କୁ ପରିବେଷଣ କରାଯିବ। ବାଲିପ୍ରନ୍ , କ୍ରାଫ୍ଟଚିଲ୍ଲି , ଫିସଫିଙ୍ଗର, ଗୋଲଡେନ୍ ଫ୍ରାଏଡ୍ ପ୍ରନ୍ , ବେବିକର୍ଣ୍ଣ , ସାଣ୍ଡିୱିଚ୍ , ଚିକେନ ପକେଡ଼ା, ହୁକାନୁଡଲ୍ସ , ପନିର ପକୋଡ଼ା, ଭେଜ ପକୋଡ଼ା ସହିତ ଆଇସକ୍ରିମ୍ , ମିନେରାଲ ୱାଟର, ଚା ଓ କଫି ସୁଲଭ ମୂଲ୍ୟରେ ଏହି କାଫ୍ଟେରିଆରେ ଉପଲବ୍ଧ ହେବ।  ଏହି ଅବସରରେ ଓଟିଡିସିର ବରିଷ୍ଠ ଅଫିସରବୃନ୍ଦ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories