www.samajalive.in
Thursday, December 11, 2025
13.1 C
Bhubaneswar

ବ୍ୟାଙ୍କ ସମ୍ମୁଖରୁ ୩ ଲକ୍ଷ ଲୁଟ

ସମ୍ବଲପୁର: ଜିଲା ପୁଲିସ କାର୍ଯ୍ୟାଳୟରୁ ମାତ୍ର କିଛି ମିଟର ଦୂର ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରୁ ଗୁରୁବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଲକ୍ଷାଧିକ ଟଙ୍କା ଲୁଟ ଜିଲାବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଛି। କଚେରୀ ଅଞ୍ଚଳରେ କାର୍ଯ୍ୟରତ ଷ୍ଟାମ୍ପ ଭେଣ୍ଡର ଘନଶ୍ୟାମ ସୂପକାରଙ୍କଠାରୁ ଲୁଟିଆମାନେ ପ୍ରାୟ ୩ ଲକ୍ଷରୁ ଟଙ୍କା ଲୁଟି ନେଇଛନ୍ତି। ପ୍ରତି ଦିନ ଭଳି କାମ ସରିବା ପରେ ଷ୍ଟାମ୍ପ ଭେଣ୍ଡର କଚେରୀସ୍ଥିତ ତାଙ୍କ କାର୍ଯ୍ୟାଳୟରୁ ଟଙ୍କା ଭର୍ତ୍ତି ବ୍ୟାଗ ଧରି ଷ୍ଟେଟ ବ୍ୟାଙ୍କକୁ ଜମା କରିବାକୁ ଯାଇଥିଲେ। ସେ ବ୍ୟାଙ୍କ ସମ୍ମୁଖରେ ଗାଡ଼ି ରଖି ଡିକିରୁ ଟଙ୍କା ଭର୍ତ୍ତି ବ୍ୟାଗ ବାହାର କରିବା ମାତ୍ରେ ପୂର୍ବରୁ ସେଠାରେ ଛକିଥିବା ଦୁଇ ଜଣ ଯୁବକ ଏକ ବାଇକରେ ଅଚାନକ ତାଙ୍କ ନିକଟକୁ ଆସି ଟଙ୍କା ବ୍ୟାଗ ଝାମ୍ପି ନେଇଥିଲେ।

ଷ୍ଟାମ୍ପ ଭେଣ୍ଡର କିଛି ବୁଝିବା ପୂର୍ବରୁ ଲୁଟିଆ ଯୁବକମାନେ ମହାନଦୀ ଦ୍ବିତୀୟ ସେତୁରେ ଚାଉଁରପୁର ପଟକୁ ଫେରାର ହୋଇଯାଇଥିଲେ। ଏ ନେଇ ସ୍ଥାନୀୟ ଟାଉନ ଥାନାରେ ଅଭିଯୋଗ ହେବାରୁ ଏକ ମାମଲା ରୁଜୁ କରାଯାଇ ଲୁଟିଆମାନଙ୍କୁ ଧରିବା ପାଇଁ ପୁଲିସ ଚଢ଼ଉ କରୁଛି ବୋଲି ଟାଉନ ଥାନାଧିକାରୀ କହିଛନ୍ତି। ପୁଲିସ ସିସିଟିଭି ଯାଞ୍ଚ, ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରିବା ସହିତ ଦୁଇଟି ସ୍ୱତନ୍ତ୍ର ଦଳ ଗଠନ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଚେଷ୍ଟା କରୁଛି ଥାନାଧିକାରୀ କହିଛନ୍ତି।

- Advertisement -

ଅନ୍ୟ ପଟରେ ପୁଲିସର ପ୍ରଭାବୀହୀନ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଦିନକୁ ଦିନ ଚୋରି, ଲୁଟ, ନିଶା କାରବାର, ଗୋଷ୍ଠୀ ସଂଘର୍ଷ, ହତ୍ୟାକାଣ୍ଡ, ଛୁରାମାଡ଼ ବଢ଼ିବାରେ ଲାଗିଛି। ଆଜିର ଘଟଣା ପୁଲିସର ଦୁର୍ବଳତାକୁ ପଦାରେ ପକାଇ ଦେଇଛି। ପୁଲିସ ବିଭିନ୍ନ ସ୍ପର୍ଶକାତର ସମ୍ବେଦନଶୀଳ ସ୍ଥାନରେ ପୂର୍ବରୁ ସିସିଟିଭି ଲଗାଇ ଥିବାବେଳେ ଆଜି ପର୍ଯ୍ୟନ୍ତ କୌଣସି ମାମଲାରେ ସିସିଟିଭିର ସୁଫଳତା ଦେଖିବାକୁ ମିଳିନାହିଁ। ଗତ ବର୍ଷ ୪ ଜୁନରେ ସମ୍ବଲପୁର ପୁଲିସ ସିସିଟିଭି ଲଗାଇ ଉଦଘାଟନ ଉତ୍ସବ ମନାଉଥିବା ବେଳେ ଟାଉନ ଥାନା କ୍ଷେତ୍ରର ଫାର୍ମରୋଡ଼ କାନାରା ବ୍ୟାଙ୍କ ସମ୍ମୁଖରୁ ଲୁଟେରାମାନେ ୭୧ ହଜାର ଟଙ୍କା ଲୁଟ କରି ଫେରାର ମାରିଥିଲେ, ଯାହାର ଅଭିଯୁକ୍ତମାନେ ଏ ପର୍ଯ୍ୟନ୍ତ ଧରା ପଡ଼ିନାହାନ୍ତି। ସମ୍ବଲପୁର ଟାଉନ ଥାନା ଅର୍ନ୍ତଗତ କ୍ଷେତ୍ରରେ ଅନେକ ସରକାରୀ କାର୍ଯ୍ୟାଳୟ, କୋର୍ଟ, ଉତ୍ତରାଞ୍ଚଳ ରାଜସ୍ୱ ବିଭାଗର ମୁଖ୍ୟାଳୟ, ଡିଆଇଜିଙ୍କ କାର୍ଯ୍ୟାଳୟ, ଜିଲା ମୁଖ୍ୟାଳୟ, ଜିଲା ପୁଲିସ ମୁଖ୍ୟାଳୟ ସମେତ ଅନେକ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ଥିବା ବେଳେ ଢିଲା ପୁଲିସ ବ୍ୟବସ୍ଥା ଯୋଗୁ ଜିଲା ପୁଲିସ ମୁଖ୍ୟାଳୟ ସନ୍ନିକଟରୁ ସ୍ପଷ୍ଟ ଦିବାଲୋକରେ ଲୁଟ ପୁଲିସର ଦୁର୍ବଳତାକୁ ଉଜାଗର କରିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories