www.samajalive.in
Thursday, December 11, 2025
26.1 C
Bhubaneswar

କୋଭିଡ ରୋଗୀଙ୍କୁ ସେବା ଯୋଗାଇବାରେ ଗୋପବନ୍ଧୁ ଚିକିତ୍ସାଳୟର ଭୂମିକା ମହତ୍ତ୍ୱପୂର୍ଣ୍ଣ

ଗୁରୁଡିଝାଟିଆ : କରୋନା ମହାମାରୀ ସମୟରେ କରୋନାରେ ଆକ୍ରାନ୍ତ ରୋଗୀମାନଙ୍କୁ ସେବା ଯୋଗାଇଦେବାରେ ଗୋପବନ୍ଧୁ ଚିକିତ୍ସାଳୟର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। କଟକ ଜିଲ୍ଲାର ଗ୍ରାମାଞ୍ଚଳରେ ପ୍ରଥମ କରି ଗୋପବନ୍ଧୁ ଚିକିତ୍ସାଳୟ କୋଭିଡ ଚିକିତ୍ସା କେନ୍ଦ୍ର ସ୍ଥାପନ ନିମନ୍ତେ ସରକାରଙ୍କୁ ସେବା ମନୋଭାବ ନେଇ ସମସ୍ତ ପ୍ରକାର ସହଯୋଗ ଓ ସେବା ଯୋଗାଇଦେବା ବାସ୍ତବିକ୍‍ ଅତ୍ୟନ୍ତ ପ୍ରଶଂସନୀୟ କାର୍ଯ୍ୟ ବୋଲି ଶ୍ରୀ ଜଗନ୍ନାଥ ପାଟସେବା ପରିଷଦର କର୍ମକର୍ତ୍ତାମାନେ ମତପ୍ରକାଶ କରିଛନ୍ତି। ଆଜି ପୂର୍ବାହ୍ନରେ ଶ୍ରୀ ଜଗନ୍ନାଥ ପାଟସେବା ପରିଷଦର ଅନ୍ତର୍ଜାତୀୟ ସଭାପତି ତଥା ଦଇତାପତି ଦାମୋଦର ମହାପାତ୍ର, ସର୍ବଭାରତୀୟ ସଭାପତି ଦୁର୍ଯୋଧନ ସାହୁ, ପଣ୍ଡିତ ଶ୍ରୀରାମଚନ୍ଦ୍ର ପ୍ରଧାନୀଦେବବର୍ମା, ସଂପାଦକ ସତ୍ୟ ସୁନ୍ଦର ପାତ୍ର, ଅନ୍ୟତମ ସଂପାଦକ ବାମେଶ୍ୱର ରାୟ, ସଂଗଠନ ସଂପାଦକ ଶିବ ଚରଣ ସିହ୍ନା ପ୍ରମୁଖ ଗୋପବନ୍ଧୁ ଚିକିତ୍ସାଳୟ ଓ ଆଧ୍ୟାତ୍ମିକ କେନ୍ଦ୍ରକୁ ପରିଦର୍ଶନରେ ଆସିଥିଲେ। ଗୋପବନ୍ଧୁ କୋଭିଡ ଚିକିତ୍ସାଳୟରେ ନିୟୋଜିତ ବରିଷ୍ଠ ଚିକିତ୍ସକ, ସମସ୍ତ ଆୟୁଷ ଚିକିତ୍ସକଙ୍କ ସହିତ ସେବିକମାନଙ୍କ କରୋନା ମହାମାରୀ ସମୟରେ ସେବା କାର୍ଯ୍ୟକୁ ପ୍ରଶଂସା କରି ପାଟ ଓ ଶ୍ରୀ ଜଗନ୍ନାଥଙ୍କ ପ୍ରସାଦ ଦେଇ ସମ୍ମାନୀତ କରିଥିଲେ। ଗୋପବନ୍ଧୁ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଦ୍ମ ଚରଣ ଦାଶଙ୍କୁ ପରିଷଦ ପକ୍ଷରୁ ଅଙ୍ଗପାଟ ଓ ମହାପ୍ରସାଦ ଦିଆଯାଇ ସମ୍ମାନୀତ କରିଥିଲେ। ଲୋକ ସେବକ ମଣ୍ଡଳର ରାଷ୍ଟ୍ରିୟ ସଂପାଦକ ତଥା ଗୋପବନ୍ଧୁ ଚିକିତ୍ସାଳୟ ଓ ନର୍ସିଂ କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ନିରଞ୍ଜନ ରଥ ଆଗନ୍ତୁକ ଶ୍ରୀ ଜଗନ୍ନାଥ ପାଟ ପରିଷଦର ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ଚିକିତ୍ସାଳୟର ରୋଗୀସେବା, ବିଭିନ୍ନ ପ୍ରକୋଷ୍ଠ ,ଔଷଧିୟ ବଗିଚା, ଗୋପବନ୍ଧୁ ଆଧ୍ୟାତ୍ମିକ କେନ୍ଦ୍ର ବୁଲି ଦେଖାଇବା ସଂଗେ ସଂଗେ ଦୁସ୍ଥ ଅସହାୟ ଲୋକମାନଙ୍କୁ ଗୋପବନ୍ଧୁ ଚିକିତ୍ସାଳୟ ସଂପୂର୍ଣ୍ଣ ମାଗଣାରେ ସମସ୍ତ ଚିକିତ୍ସାସେବା ଯୋଗାଇ ଦିଆଯିବ ବୋଲି କହିଥିଲେ।

Hot this week

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

Related Articles

Popular Categories