www.samajalive.in
Saturday, December 6, 2025
16.1 C
Bhubaneswar

୬ଟି ବ୍ଳକରୁ ୧୧ କରୋନା ସଂକ୍ରମିତ ଚିହ୍ନଟ, କୋଭିଡ଼୍‍ ସ୍ଥିତି ନେଇ ସାଂସଦଙ୍କ ସମୀକ୍ଷା

ଫୁଲବାଣୀ: କନ୍ଧମାଳ ଜିଲାରେ ଆଜି ୬ଟି ବ୍ଳକରୁ ୧୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୭୨୫ ରେ ପହଞ୍ଚିଥିବା ବେଳେ ୫,୫୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୧୭ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। ଆଜିର ସଂକ୍ରମିତମାନଙ୍କ ମଧ୍ୟରେ ବାଲିଗୁଡା ଅଂଚଳରେ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଚକାପାଦର ୪ ଜଣ ଓ ଘୁ.ଉଦୟଗିରି, ଖଜୁରିପଡାରେ, ଟିକାବାଲି ଏବଂ କ.ନୁଆଗାଁ ଅଂଚଳର ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲା ସଦରମହକୁମା ଫୁଲବାଣୀ ସମେତ ୬ ଟି ବ୍ଳକରେ କୌଣସି ସଂକ୍ରମିତ ନଥିବା ଜଣାପଡିଛି। କରୋନା ସଂକ୍ରମଣ ଲାଗିଥିବାରୁ ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ତରଫରୁ କୁହାଯାଇଛି।

ଅନ୍ୟପକ୍ଷରେ ଆଜି କନ୍ଧମାଳ ଗସ୍ତରେ ଆସିଥିବା କନ୍ଧମାଳ ସାଂସଦ ଡଃ.ଅଚ୍ୟୁତ ସାମନ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବର୍ତ୍ତମାନ କନ୍ଧମାଳ ଜିଲାରେ କରୋନା ସ୍ଥିତି ଓ ଏହାକୁ ପ୍ରତିହତ ପାଇଁ ଚାଲିଥିବା ବିିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି। କନ୍ଧମାଳ ଜିଲାପାଳ ଓ ବାଲିଗୁଡ଼ା ଉପଜିଲାପାଳଙ୍କ ଉପସ୍ଥିତିରେ ଏହି ସମୀକ୍ଷା ହୋଇଥିବା ବେଳେ ଏଥିରେ ଜିଲାର ବର୍ତ୍ତମାନ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ। ଏହି ଅବସରରେ ଜିଲାରେ ଚାଲିଥିବା କରୋନା ଯୁଦ୍ଧରେ ନିଶ୍ଚିଜ ବିୟ ହେବା ଓ ଜିଲାର ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିବ ବୋଲି ପ୍ରକାଶ କରିଥିଲେ ସାଂସଦ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories