www.samajalive.in
Wednesday, December 10, 2025
26.1 C
Bhubaneswar

ନବଗଠିତ ସିଡବ୍ଲୁସିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ : ନୂଆଦିଲ୍ଲୀଠାରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ବୈଠକ ଆରମ୍ଭ ହୋଇଛି । ରବିବାର ଆରମ୍ଭ ହୋଇଥିବା ଏହି ବୈଠକରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଧ୍ୟକ୍ଷତା କରିଛନ୍ତି ।
ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ଗୁଲାମ ନବୀ ଆଜାଦଙ୍କ ଭଳି ଅନେକ ବରିଷ୍ଠ ନେତା ଏହି ବୈଠକରେ ଯୋଗ ଦେଇଛନ୍ତି । ଦଳର ସମସ୍ତ ରାଜ୍ୟ ସଭାପତି ଏବଂ ବିଧାୟକ ଦଳ ନେତା ପ୍ରମୁଖ ମଧ୍ୟ ବୈଠକରେ ଅଂଶଗ୍ରହଣ କରୁଛନ୍ତି ।
ନବଗଠିତ ସିଡବ୍ଲୁସିରେ ଏବେ ମୋଟ୍‍ ୨୩ ଜଣ ସ୍ଥାୟୀ ସଦସ୍ୟ ଥିବାବେଳେ ୧୮ ଜଣ ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ ଏବଂ ୧୦ ଜଣ ଆମନ୍ତ୍ରିତ ସଦସ୍ୟ ଅଛନ୍ତି । ଦଳର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ଗାନ୍ଧୀଙ୍କ ଦ୍ୱାରା ଏହା ହେଉଛି ନବ ଗଠିତ କଂଗ୍ରେସ କାର୍ଯ୍ୟକାରୀ କମିଟିର ପ୍ରଥମ ବୈଠକ।

ତେବେ ଏହି ନବଗଠିତ ସିଡବ୍ଲୁସିରୁ ଦିଗ୍‍ବିଜୟ ସିଂ, ଜନାର୍ଦ୍ଦନ ଦ୍ୱିବେଦୀ, କମଲନାଥ, ସୁଶୀଲ କୁମାର ସିନ୍ଧେ, ମୋହନ ପ୍ରକାଶ ଏବଂ ସି.ପି. ଯୋଶୀଙ୍କ ଭଳି ବରିଷ୍ଠ ନେତାଙ୍କୁ ବାଦ  ଦିଆଯାଇଛି । ଦଳର ଭବିଷ୍ୟତ କାର୍ଯ୍ୟ ପନ୍ଥା ଉପରେ ବିଚାର ବିମର୍ଶ ପାଇଁ ସିଡବ୍ଲୁସି ହେଉଛି କଂଗ୍ରେସର  ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ କମିଟି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories