www.samajalive.in
Monday, December 8, 2025
14.1 C
Bhubaneswar

ବିସ୍ଥାପନ ଏବଂ ଡମ୍ପିଂ ସମସ୍ୟା ନେଇ ତଲାବିରା ଗ୍ରାମବାସୀଙ୍କ ଦାବି ପତ୍ର

ରେଙ୍ଗାଲି : ତଲାବିରା ବସ୍ତିକୁ ବିସ୍ଥାପନ ତଥା ବସ୍ତି ପାଖରେ ମାଟି ପକା ଏବଂ କୋଇଲା ପରିବହନ କୁ ବିରୋଧ କରିବା ପାଇଁ  ଗ୍ରାମବାସୀ ଏବଂ ତଲାବିରା ପୂଜା କମିଟି ତରଫରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଆଜି ମୁଦିପଡା ସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଶ୍ରୀ ରମେଶ କୁମାର ଏକ୍କା ଙ୍କୁ ଭେଟି ଗାଁ ବସ୍ତିକୁ ଲାଗି କମ୍ପାନୀ ମାଟି ପକାଇବା ଦ୍ୱାରା ପ୍ରଦୂଷଣ ବଢୁଛି ଏବଂ ବିନା ବିଶୋଧନ କରି କୋଇଲାଖଣି ଭିତରୁ ବାହାରୁ ଥିବା କୋଇଲା ପାଣି ବନ୍ଧକଟାରେ ପଶିବା ଦ୍ୱାରା ବନ୍ଧ ଓ ପାନୀୟ ଜଳ ପ୍ରଦୂଷଣ ଘଟୁଛି ବୋଲି ଅଭିଯୋଗ କରିଥିଲେ। ଏହା ବ୍ୟତୀତ ରାସ୍ତାକୁ କଂକ୍ରିଟ୍ ନ କରି କୋଇଲା ପରିବହନ କରିବା ପାଇଁ ବ୍ୟବସ୍ଥା କରୁଥିବା ଫଳରେ ଚାଲଟିକ୍ରା ରାସ୍ତା କଡରେ ଥିବା ଚାଷ ଜମି ତଥା ଉତ୍ପାଦିତ ପରିବା ଚାଷ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଦାବିପତ୍ର ମାଧ୍ୟମରେ ଜଣାଇଥିଲେ ଓ ଆଞ୍ଚଳିକ ଅଧିକାରୀ ଦୁଇଦିନ ମଧ୍ୟରେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ ଓ ଏହାପରେ ଗ୍ରାମବାସୀ ରେଙ୍ଗାଲି ବିଧାୟକ ନାଉରି ନାୟକଙ୍କୁ ଭେଟି ତଲାବିରା ବସ୍ତିକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ ପାଇଁ ପତ୍ର ଦେଇ ଅନୁରୋଧ କରିଥିଲେ । ତଲାବିରା ଗ୍ରାମର ପାଖା ପାଖି ୯୫% ଚାଷ ଜମି ଏନ୍.ଏଲ୍ .ସି କମ୍ପାନୀ ଦ୍ବାରା ଅଧିଗ୍ରହଣ କରାଯିବା ସହିତ, ଜୀବନ କୀବିକା ପାଇଁ ଗ୍ରାମବାସୀ ନିର୍ଭର କରୁଥିବା ରାସ୍ତା ଘାଟ, ବନ୍ଧକଟା ତଥା ଚାଷ ଜମି କୁ ଯୋର ଜବର ଦସ୍ତି କବଜା କରି  କମ୍ପାନୀ ମାଟି ପକାଉଛି । ଯାହା ଫଳରେ ତଲାବିରା ବସ୍ତିର ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପୂର୍ବରୁ ମଧ୍ୟ ତତ୍କାଳିନ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏନ୍ଏଲସି  କମ୍ପାନୀର ମୁଖ୍ୟ  ରାକେଶ କୁମାର ତଲାବିରା ବସ୍ତିକୁ ଯାଇ ଲୋକମାନଙ୍କର ସମସ୍ୟା କୁ ହୃଦୟଙ୍ଗମ କରି ବସ୍ତି ବିସ୍ଥାପନର ପ୍ରସ୍ଥାବ ସରକାରଙ୍କ ପାଖକୁ ପଠାଇବା ପାଇଁ ପ୍ରତିଶୃତି ଦେଇଥିଲେ।

ବିଧାୟକ ଶ୍ରୀ ନାଉରୀ ନାୟକ ସଙ୍ଗେସଙ୍ଗେ ଏ ବିଷୟରେ କେନ୍ଦ୍ର କୋଇଲା ମନ୍ତ୍ରୀ ଶ୍ରୀମାନ ପ୍ରହଲ୍ଲାଦ ଯୋଶୀଙ୍କୁ ପତ୍ର ଲେଖି ଏ ବିଷୟରେ ଅବଗତ କରାଇବା ସହିତ ଏହାର ଏକଧିତା ନଲଳ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା, ଉତ୍ତରାଞ୍ଚଳ ରାଜସ୍ବ କମିଶନର, ସମ୍ବଲପୁର ଓ ଜିଲ୍ଲାପାଳ, ସମ୍ବଲପୁର ଙ୍କୁ ପ୍ରେରଣ କରିବା ସହିତ ଏ ବିଷୟରେ ଆର୍.ପି.ଡି.ଏ.ସି ବୈଠକରେ ଉପସ୍ଥାପନ କରିବା ପାଇଁ ପ୍ରତିଶୃତି ଦେଇଥିଲେ ଏବଂ ସେ ନିଜେ ମାନ୍ୟବର ସାଂସଦଙ୍କ ସହ  ଗ୍ରାମବାସୀଙ୍କ ପ୍ରତିନିଧିଙ୍କୁ ନେଇ ଦିଲ୍ଲୀରେ ମାନ୍ୟବର କୋଇଲା ମନ୍ତ୍ରୀଙ୍କୁ ଦେଖାକରି ଏ ବିଷୟରେ ଅବଗତ କରାଇବେ ବୋଲି ଗ୍ରାମବାସୀଙ୍କୁ କହିଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories