www.samajalive.in
Sunday, December 7, 2025
16.1 C
Bhubaneswar

ପିଓକେ, ଗିଲଗିଟ-ବଲଟିସ୍ତାନ ଭାରତର ଅବିଚ୍ଛେଦ୍ୟ ଅଂଶ : ରାଜନାଥ ସିଂହ

ନୂଆଦିଲ୍ଲୀ : ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଠାରୁ ଗିଲଗିଟ-ବଲଟିସ୍ତାନ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ ଭାରତର ଅବିଚ୍ଛେଦ୍ୟ ଅଂଶ। ଭାରତର ଏହି ଅଂଶକୁ ପାକିସ୍ତାନ ବେଆଇନ ଭାବେ ଦଖଲ କରି ରଖିଛି ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସୋମବାର କହିଛନ୍ତି। ରାଜନାଥ ତାଙ୍କ ଟ୍ବିଟରରେ ଲେଖିଛନ୍ତି ଯେ ଗିଲଗିଟ-ବଲଟିସ୍ତାନକୁ ପାକିସ୍ତାନ ବେଆଇନ ଓ ବଳପୂର୍ବକ ଦଖଲ କରିଥିବାବେଳେ ଏବେ ଏହାକୁ ରାଜ୍ୟମାନ୍ୟତା ଦେବାକୁ ଚେଷ୍ଟା କରୁଛି। ଆମେ ଭାରତର ବିଭାଜନ ଚାହଁୁ ନଥିଲୁ; ମାତ୍ର ଏହାକୁ ଧର୍ମ ଆଧାରରେ ବିଭାଜନ କରାଗଲା। ପାକିସ୍ତାନରେ ରହିଥିବା ହିନ୍ଦୁ, ଶିଖ, ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ଆମେ ଚିନ୍ତିତ। ପାକିସ୍ତାନରେ ଧାର୍ମିକ ଭେଦଭାବର ଶିକାର ହେଉଥିବା ସଂଖ୍ୟାଲଘୁଙ୍କ ନିମନ୍ତେ ଭାରତ ସରକାର ନାଗରିକତ୍ବ ଆଇନ ଆଣିଛନ୍ତି। ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ରାଜନାଥ ବିରୋଧୀ କଂଗ୍ରେସକୁ ସମାଲୋଚନା କରିଛନ୍ତି।

ରାଜନାଥ କହିଛନ୍ତି ଯେ ପୁଲୱାମା ଆକ୍ରମଣକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଡକୁ ଆଙ୍ଗୁଠି ଦେଖାଇଥିଲା। ଏବେ ଏହି ଆକ୍ରମଣରେ ପାକିସ୍ତାନ ନିଜର ସମ୍ପୃକ୍ତିକୁ ସ୍ବୀକାର କରିଥିବାବେଳେ କଂଗ୍ରେସ ନିରବ ରହିଛି। ସେ କହିଛନ୍ତି ଯେ କଂଗ୍ରେସ ପରୋକ୍ଷରେ ପାକିସ୍ତାନର ଶକ୍ତି ବୃଦ୍ଧି କରିବାକୁ ସର୍ବଦା ପ୍ରୟାସ ଚଳାଇଛି।

- Advertisement -

ଅନ୍ୟପଟେ ଇଣ୍ଡିଆ ଟୁଡେ ଟିଭି ଚାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ରାଜନାଥ କହିଛନ୍ତି ଯେ ଚୀନ ସୀମାନ୍ତ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଚୀନ ସେନା ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ କରିବା ନେଇ ଯେଉଁ ଦାବି କରାଯାଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ। ସୀମା ବିବାଦର ସମାଧାନ ପାଇଁ ଭାରତ-ଚୀନ ସେନା କମାଣ୍ଡରସ୍ତରରେ ନିୟମିତ କଥାବାର୍ତ୍ତା ଜାରି ରହିଥିବା ରାଜନାଥ କହିଛନ୍ତି। ଏଲଏସିରେ ଆମର ସୈନିକମାନେ ଅଦମ୍ୟ ସାହସିକତା ପ୍ରଦର୍ଶନ କରିଛନ୍ତି। ଗଲୱାନ ସଂଘର୍ଷ ପରେ ସେ (ରାଜନାଥ) ଓ ପ୍ରଧାନମନ୍ତ୍ରୀ ଆମର ସୈନିକଙ୍କୁ ଭେଟିଥିଲେ। ସୈନିକଙ୍କୁ ଭେଟିବା ପରେ ଏତିକି କୁହାଯାଇପାରିବ ଯେ କେହି ଆମର ଭୂଖଣ୍ଡ ମଧ୍ୟକୁ ପ୍ରବେଶ କରିବାର ସାହସ ଜୁଟାଇ ପାରିବେ ନାହିଁ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories