www.samajalive.in
Monday, December 8, 2025
24.1 C
Bhubaneswar

ଯୁବକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେଶଦୁରାପାଳ : ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଥିବାବେଳେ ତାକୁ କେହି ହତ୍ୟା କରିଥିବା ନେଇ ପରିବାର ଲୋକ ସନ୍ଦେହ କରିଛନ୍ତି । ସୂଚନା ଅନୁସାରେ, ଆନନ୍ଦପୁର ଥାନା ଅନ୍ତର୍ଗତ ପଇତପାଣି ଜଙ୍ଗଲ ନିକଟରୁ ଜଣେ ବ୍ୟକ୍ତିର ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ସେହି ଗ୍ରାମର ପ୍ରତାପ ନାୟକ। ସେ ଗତକାଲି ବିଲକୁ ଯାଇଥିବାବେଳେ ଘରକୁ ନଫେରିବାରୁ ପରିବାର ଲୋକ ଖୋଜିବାକୁ ଯାଇଥିଲେ। ବିଲ ପାଖରେ ମୃତଦେହ ଦେଖିବା ପରେ ସରପଂଚଙ୍କୁ ଡାକି ମେଡିକାଲକୁ ଆଣିଥିଲେ। ଶବ ବ୍ୟବଚ୍ଛେଦ ପାଇଁ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖୁଛି। ମୃତକ ଦେହରେ ହଣାଦାଗ ଥିବାରୁ ତାକୁ କେହି ହତ୍ୟା କରିଥିବା  ପରିବାର ଲୋକ ସନ୍ଦେହ ପ୍ରକାଶ  କରିଛନ୍ତି ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories