ଜୀବନ ସଂଗ୍ରାମରେ ଜିତିବାପାଇଁ ରାହା ଖୋଜୁଛନ୍ତି ନିରାଶ୍ର ବିଧବା, ସାହାରା ପାଲଟିଛି ଅଙ୍ଗନବାଡି କେନ୍ଦ୍ର ବାରଣ୍ଡା

ବୋଲଗଡ଼: ନିରାଶ୍ରୟ ଭାବେ ଜୀବନ ସଂଗ୍ରାମରେ ଜିତିବାପାଇଁ ରାହା ଖୋଜୁଛନ୍ତି ନିର୍ମଳା। ନିଜ ପୁଅକୁ ଧରି ନିରାଶ୍ରୟ ଭାବେ ପଡ଼ି ରହିଛନ୍ତି ଅଙ୍ଗନୱାଡ଼ି କେନ୍ଦ୍ର ବାରଣ୍ଡାରେ। ସହାୟତା ପାଇଁ କେହି ସେ କରୁଥିବା ନିବେଦନ ସମସ୍ତଙ୍କ ପାଖରେ କୁମ୍ଭୀର କାନ୍ଦଣା ସଦୃଶ ପାଲଟିଛି। ବୋଲଗଡ ବ୍ଲକ ଆରିକମା ପଞ୍ଚାୟତ କୋଟସିଙ୍ଗା ଗ୍ରାମର ଜଣେ ବିଧବା ମହିଳା ଓ ନିଜ ପୁଅ ସନ୍ତୋଷକୁ ଧରି ନିରାଶ୍ରିତ ଭାବେ ଜୀବନ ବିତାଉଛନ୍ତି ଗାଁରେ ଶେଷମୁଣ୍ଡରେ ଥିବା ଅଙ୍ଗନବାଡି କେନ୍ଦ୍ର ବାରଣ୍ଡାରେ।
ସୂଚନାରୁ ଜଣାପଡିଛି, କୋଟସିଙ୍ଗା ଗ୍ରାମର ପରମାନନ୍ଦ ସାହୁ ଜଣେ ଦିନ ମଜୁରିଆ ହୋଇଥିଲେ ହେଁ ଏଇ ବର୍ଷ କେଇଟା ପୂର୍ବରୁ ଦରିଦ୍ରର କଷାଘାତରେ ପେଷି ହୋଇ ଆରପାରିକୁ ଚାଲିଗଲେଣି। କେବଳ ନିଜର ସନ୍ତକ ଭାବେ ଛାଡିଯାଇଛନ୍ତି ପତ୍ନି ନିର୍ମଳା ଓ ପୁଅ ସନ୍ତୋଷକୁ। ଅଦ୍ୟାବଧି ବିଧବା ମହିଳା ନିର୍ମଳା ସରକାରଙ୍କ ଖାଦ୍ୟ ଯୋଜନାରେ ମା ଓ ପୁଅକୁ ମିଳୁଛି କେବଳ ୧୦କେଜି ଚାଉଳ। ଯାହା ସେମାନଙ୍କୁ ଚଳିବା ନିମନ୍ତେ ସମୁଦ୍ରକୁ ଶଙ୍ଖେ। ସେହି ଚାଉଳ ଗଣ୍ଡିକ ପାଇ ମା ଓ ପୁଅ ଢୋକେ ପିଇ ଦଣ୍ଡେ ଜିଇ କାଳାତିପାତ କରୁଛନ୍ତି। ମାତ୍ର ସ୍ୱାମୀ ପରମାନନ୍ଦ ଚାଲିଯିବାପରେ ନିଜ ଚାଳଘର ଖଣ୍ଡିକ ଛପର କରିବାକୁ ପାଖରେ ନାହିଁ ସମ୍ବଳ।

ସ୍ୱାମୀ ଚାଲିଯିବା ପରେ ଘଖଣ୍ଡିକ ଭାଙ୍ଗି ରୁଜି ଯିବାରୁ ଚାଳ ଉପରେ ଜରିପାଲ ଖଣ୍ଡେ ଘୋଡାଇ ସେହି ଘରେ ଆଶ୍ରୟ ନେଉଥିଲେ ମା ଓ ପୁଅ। ମାତ୍ର ଅଦ୍ୟାବଧି ସେହି ଘରେ ମଣିଷ ରହିବା ସମ୍ପୁର୍ଣ୍ଣ ଅନୁପଯୋଗୀ ହେବାରୁ ଗାଁରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରର ବାରଣ୍ଡାରେ ସେମାନେ ଆଶ୍ରୟ ନେଇଛନ୍ତି। ଚାଳ ଛପର ଘରର କାନ୍ଥ ଭାଙ୍ଗିଯାଇ ଘରଟି ଭୂମୀକୁ ସ୍ପର୍ସ କରୁଥିବାରୁ ସେହି ଘରେ ଘାସ, ଲତା ଇତ୍ୟାଦି ଗୁଳ୍ମ ଜାତୀୟ ଲତା ବୃଦ୍ଧିପାଇ ସରୀସୃପଙ୍କ ଆଡାସ୍ଥଳି ପାଲଟିଛି। ବର୍ଷା ହେଲେ ସେହି ଘରେ ଏକ ପୋଖରିର ଭ୍ରମ ସୃଷ୍ଟି ହେଉଛି।
ଅପରପକ୍ଷେ ରାଜ୍ୟରେ ମହାମାରୀ କରୋନା ବୃଦ୍ଧିପାଉଥିବାରୁ ସ୍କୁଲ କଲେଜ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକ ବନ୍ଦ ଥିବାରୁ ମା ଓ ପୁଅ ସେହି ବାରଣ୍ଡାରେ ଆଶ୍ରୟ ନେଇଛନ୍ତି। ଯେବେ ଏହି ସ୍କୁଲ ଓ କେନ୍ଦ୍ର ଗୁଡିକ ଖୋଲିବ ସେତେବେଳେ ମା ଓ ପୁଅ କେଉଁଠାରେ ଆଶ୍ରୟ ନେବେ ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ବିଜୁ ପକ୍କାଘର ହେଉ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ ନିର୍ମଳା ସାହୁଙ୍କୁ କୈାଣସି ଯୋଜନାରେ ସାମିଲ କରାନଯିବା ଦୁଃଖ ଓ ପରିତାପର ବିଷୟ। ରାଜନେତା ହୁଅନ୍ତୁ କିମ୍ବା ବ୍ଲକ ପ୍ରଶାସନର ଇଛାଶକ୍ତିର ଅଭାବହେତୁ ନିର୍ମଳା ସାହୁ ଖଣ୍ଡିଏ ପକ୍କାଘର ପାଇବାରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି। ନିର୍ମଳା ସାହୁ କ୍ଷେତ୍ରରେ ସରକାରୀ ଯୋଜନା ଧର୍ମକୁ ଆଖୀଠାର ପରି ସ୍ପଷ୍ଟ ବାରିହୋଇ ଜଣାପଡୁଛି। ସ୍ଥାନୀୟ ସରପଞ୍ଚ କହିଛନ୍ତି ଯେ ନିର୍ମଳାର ପକ୍କା ବାସଗୃହ ନିହାତି ଆବଶ୍ୟକ ଥିବା ନେଇ ସେ ବୋଲଗଡ ବିଡିଓ ଓ ତହସିଲଦାରଙ୍କୁ ଅବଗତ କରାଇଥିଲେ, କିନ୍ତୁ ନିର୍ମଳାଙ୍କୁ ତାହାର ସୁଫଳ ମିଳିନାହିଁ। ତେଣୁ ପ୍ରଶାସନ ଏହି ନିରାଶ୍ରୟ ବିଧବା ମହିଳାଙ୍କୁ ଖଣ୍ଡିଏ ପକ୍କାଘର ତୁରନ୍ତ ଯୋଗାଇଦେବା ନିମନ୍ତେ ସ୍ଥାନୀୟ ଅଞ୍ଚଳରେ ଦାବୀ ହେଉଛି।

Comments are closed.