www.samajalive.in
Monday, December 8, 2025
13.1 C
Bhubaneswar

ଭେନସ ୟୁଥ କ୍ଲବ ପକ୍ଷରୁ ବିଦ୍ୟାଳୟ ପରିସର ସଫେଇ କାର୍ଯ୍ୟ

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ପ୍ରସାନ୍ତି ବିହାରର ଏକ ନମ୍ବର ଓ୍ବର୍ଡରେ ଥିବା ୟୁପି ସ୍କୁଲର ପରିସରକୁ ଭେନସ ୟୁଥ କ୍ଲବ ପକ୍ଷରୁ ସେଫଇ କରାଯାଇଛି। କରୋନା ମହାମରୀରେ ସମସ୍ତ ବିଦ୍ୟାଳୟ ବନ୍ଦ ରହିଛି। ଦୀର୍ଘଦିନ ହେବ ବନ୍ଦ ପଡିରହିଥିବାରୁ ବିଦ୍ୟାଳୟ ପରିସର ଗୁଡିକ ଅଳିଆ ଆବର୍ଜନା ଓ ଅନାବାନା ଗଛରେ ଭର୍ତ୍ତିହୋଇ ପଡି ରହିଥିଲା। ଆଗକୁ ବିଦ୍ୟାଳୟ ଗୁଡିକ ଖୋଲିଯିବା ପାଇଁ  ପ୍ରସ୍ତୁତି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଭେନସ ୟୁଥ କ୍ଲବ ପକ୍ଷରୁ ଏହି ସଫେଇ କାର୍ଯ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଏମସିର ସୁପର ଭାଇଜର ଦୀପକ ଉପାଧାୟ ଓ ସମାଜସେବୀ ଦୀଲିପ ସ୍ବାଇଁ ଯୋଗ ଦେଇଥିଲେ। ଆଗାମିଦିନରେ ସଫେଇ କାର୍ଯ୍ୟକୁ ଯୋରଦାର କରାଯିବ ସହ ଯୁବପିଢ଼ି ମାନେ ସମାଜସେବାରେ ଯୋଡି ହେବାପାଇଁ ଆହ୍ବାନ ଦିଆଯାଇଥିଲା। ଏହି ସଫେଇ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ବରିଷ୍ଠ ସଦସ୍ୟମାନେ ମଧ୍ୟ ଯୋଗ ଦେଇଥିଲେ।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories