www.samajalive.in
Wednesday, December 10, 2025
26.1 C
Bhubaneswar

ଗ୍ୟାସ୍‍ ସିିଲିଣ୍ଡର ଲିକ୍‍ରୁ ଅଗ୍ନିକାଣ୍ଡ, ୨ଟି ଘର ସଂପୂର୍ଣ୍ଣଭାବେ ଜଳିଗଲା

ଫୁଲବାଣୀ: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ସରାମୂଳି ପଞ୍ଚାୟତର ସରାମୂଳି ଗ୍ରାମରେ ଗ୍ୟାସ୍‍ ସିଲିଣ୍ଡର ଲିକ୍‍ରୁ ଅଗ୍ନିକାଣ୍ଡ ଘଟି ଦୁଇଟି ଘର ସଂପୂର୍ଣ୍ଣଭାବେ ପୋଡ଼ି ନଷ୍ଟ ହୋଇଯାଇଛି। ଗତକାଲି ଅପରାହ୍ନରେ ସରାମୂଳି ଗ୍ରାମର ଶରତ ଦଣ୍ଡସେନାଙ୍କ ଘରେ ଗ୍ୟାସ ସିଲିଣ୍ଡର ଲିକ୍‍ରୁ ନିଆଁ ଲାଗିଥିଲା। ହଠାତ୍‍ ନିଆଁ ହୁତୁ ହୁତୁ ହୋଇ ଉଠିବାରୁ ଭୟଭୀତ ହୋଇ ପରିବାରର ସଦସ୍ୟମାନେ ଘରୁ ବାହାରକୁ ଧାଇଁ ଆସିଥିଲେ। ତେବେ ଘରର ଚାଳାରେ ନିଆଁ ଲାଗିଯିବା ଯୋଗୁଁ ଘର ଜଳିଯିବା ସହିତ ପଡ଼ିଶା ଗର ବିରିକା ବିନ୍ଧାଣୀଙ୍କ ଘରେ ମଧ୍ୟ ନିଆଁ ଲାଗିଯାଇଥିଲା। ଏନେଇ ଶରତ ଦାରିଙ୍ଗବାଡ଼ି ଅଗ୍ନିସମ ବାହିନିକୁ ଖବର ଦେଇବା ସହିତ ଗ୍ରାମବାସୀ ମାନେ ମିଳିତ ଭାବେ ନିଆଁକୁ ଆୟତ କରିବାପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ ମଧ୍ୟ ଦୁଇଟି ପରିବାରର ଆସବାସ ପତ୍ର ସହିତ ଧାନ, ଚାଉଳ ଓ ଲୁଗାପଟା ପୋଡ଼ି ଯାଇଛି। ଅଗ୍ନିସମ ବାହିନି ପହଞ୍ଚିବା ବେଳେ ସବୁ ପୋଡ଼ି ପାଉଁଶ ହୋଇଯାଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।ଏନେଇ ଉଭୟ ପରିବାର ପକ୍ଷରୁ ସ୍ଥାନୀୟ ସରପଂଚ ଓ ରାଜସ୍ୱ ନିରୀକ୍ଷକଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଥିବାର ଜଣାଯାଇଛି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories