www.samajalive.in
Monday, December 8, 2025
24.1 C
Bhubaneswar

ଆବୁଡା ଖାବୁଡା ରାସ୍ତା ନେଲା ଜୀବନ : ସ୍ବାମୀ ଓ ଝିଅଙ୍କ ଆଖି ଆଗରେ ଡ଼ମ୍ପର ଚାପାରେ ମହିଳା ମୃତ

ବୋଲଗଡ : ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥକୁ ଏଆରଏସଏସ ଠିକାସଂସ୍ଥା କାର୍ଯ୍ୟଭାର ନେଇଛି । କିନ୍ତୁ ଠିକାଦାରୀ ସଂସ୍ଥା ଏହି ରୋଡ କାର୍ଯ୍ୟକୁ ଅତି ନିମ୍ନ ମାନର କରିବା ସହିତ କାର୍ଯ୍ୟକୁ ବିଳମ୍ବ କରି ଚାଲୁଥିବାରୁ ବହୁ ଦୁର୍ଘଟଣାମାନ ଘଟିଚାଲିଛି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଘଟିଯାଇଛି ବୋଲଗଡ ବନ୍ଧ ଛକ ରେଳ ଓଭର ବ୍ରିଜ ନିକଟରେ। ଘଟଣାରୁ ଜଣାଯାଏ ଯେ ନ ୟାଗଡ ଜିଲ୍ଲା ଶରଣକୁଳ ବ୍ଲକ ଅନ୍ତର୍ଗତ ଶିଖରପୁର ଗ୍ରାମର ଗୋଲଖ ବିହାରୀ ମୁଦୁଲି(୬୦) ଏବଂ ତାଙ୍କ ସ୍ତ୍ରୀ ବସନ୍ତ ମଞ୍ଜରୀ ମୁଦୁଲି (୫୫) ଏକ ହିରୋହୋଣ୍ଡା ଏକ୍ସଟ୍ରିମ୍‍ ଓଆର୨୫ ସି ୬୬୦୭ ଯୋଗେ ଗୁରୁବାର ଭୁବନେଶ୍ୱର ନିଜ ଝିଅ ଘରକୁ ଯାଉଥିବା ବେଳେ ଏଆରଏସସର ଏକ ଡମ୍ଫର ଯାହାର ନଂ ଓଆର ୦୪ଜେ ୨୩୬୩ ଗାଡିଟି ସାଇଡ ମାରି ଦେଇଥିଲା। ଯାହାଫଳରେ ଗୋଲଖ ବାଇକରୁ ଛିଟିକି ପଡିଯାଇଥିବାବେଳେ ତାଙ୍କ ସ୍ତ୍ରୀ ବସନ୍ତମଞ୍ଜରୀ ଡମ୍ଫର ଚକାତଳେ ପଡିଯାଇ ପ୍ରାଣ ହରାଇଥିଲେ।

ଘଟଣା ଘଟିବା ପରେ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଯୁବକ ଗୋଷ୍ଠୀଙ୍କ ପକ୍ଷରୁ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥରେ ଏଆରଏସଏସ ସଂସ୍ଥାର ବେପରୁଆ କାର୍ଯ୍ୟ ବିରୋଧରେ ସ୍ଳୋଗାନ ଦେଇ ଟାୟାର ଜାଳି ରାସ୍ତାକୁ ଅବରୋଧ କରିଥିଲେ। ବୋଲଗଡ ଥାନା ପୁଲିସ ଏବଂ ଏଆରଏସଏସ ଠିକାସଂସ୍ଥା ୧ମାସ ମଧ୍ୟରେ ରାସ୍ତାଟିକୁ ପୁର୍ଣ୍ଣରୂପେ ପିଚୁ କରି ଯାତାୟତ ଉପଯୋଗୀ କରିବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ବୋଲଗଡ ଥାନା ପୋଲିସ ଘଟଣାସ୍ଥଳରୁ ଶବକୁ ଜବତ କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ କେସ ନଂ ୧୮୨/୨୦ରେ ଏକ ମାମଲା ରୁଜୁ କରି ଦଫା ୨୫୯, ୩୩୭, ୩୦(କ) ଧାରାରେ ମାମଲା ରୁଜୁ କରି ଏଆରଏସଏସ ଠିକାସଂସ୍ଥାର ଡମ୍ଫର ଡ୍ରାଇଭର ଅଜୟ ପଣ୍ଡାକୁ ଅଟକ ରଖି ଅଧିକ ଅନୁସନ୍ଧାନ ଚଳାଇଛନ୍ତି ବୋଲି ଥାନା ଅଧିକାରୀ ଶେଖ୍‍ ଆକବର ଅଲ୍ଲୀଙ୍କ ଠାରୁ ପ୍ରକାଶ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories