www.samajalive.in
Monday, December 8, 2025
14.1 C
Bhubaneswar

ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବୌଦ୍ଧ : ବୌଦ୍ଧଜିଲା ହରଭଙ୍ଗା ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଗାଆଣଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଗିରାସିଙ୍ଗାସ୍ଥିତ ଜଗନ୍ନାଥ ବନପ୍ରକଳ୍ପଠାରେ ସରସରା, ତାଳବାହାଲ, ରାଧାନଗର ଓ ବୀରନରସିଂହପୁର କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ହୋଇଥିବା ଏହି ବିଦାୟକଳୀନ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର ଯୋଗଦେଇ ପୂଜ୍ୟପୂଜାର ପରମ୍ପରା ବଜାୟ ରଖିଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରଶଂସା କରିବା ସହିତ ଶ୍ରୀଗାଆଣଙ୍କୁ ବାଣୀପ୍ରଭା ସମ୍ମାନରେ ସମ୍ମାନିତ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଧୃବ ଚରଣ ଘିବେଲା ସଭାରେ ଅଧ୍ୟକ୍ଷତା କରି  ଶିକ୍ଷକ ନିଜର କର୍ମ ଓ ଧର୍ମକୁ ରକ୍ଷା କରି ନିଷ୍ଠାପୂର୍ଣ୍ଣ ଭାବରେ କାର୍ଯ୍ୟକଲେ ଏକ ଶ୍ରେଷ୍ଠ ଭାରତ ନିର୍ମାଣ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ସମ୍ବର୍ଦ୍ଧିତ ପ୍ରତିଭା ଶ୍ରୀଗାଆଣ ଜିଲାର ଶିକ୍ଷକ ଶିକ୍ଷୟିତ୍ରୀମାନେ ଦେଇଥିବା ସ୍ନେହ, ସହଯୋଗ ଓ ଭଲପାଇବାକୁ ପ୍ରଶଂସା କରିବା ସହିତ ଦେଶକୁ ଉପଯୁକ୍ତ ପିଢି ପ୍ରଦାନ କରିବା ପାଇଁ ଆହ୍ୱାନ ଜଣାଇଥିଲେ। ଏହି ଅବସରରେ ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବରାଜ ପ୍ରଧାନ ଓ ପ୍ରାକ୍ତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିକାଶ କିଶୋର କାନୁନଗୋ ଯୋଗଦେଇ ଶ୍ରୀଗାଆଣଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ଜିଲାର ୮ ଜଣ ଶିକ୍ଷକଙ୍କର ଦିବଙ୍ଗତ ଆତ୍ମାର ସଦଗତି କାମନା କରି ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଶିକ୍ଷକ ବିଜୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ ସହିତ କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ସିଆରସିସି ଧରଣୀଧର ମେହେର ଧନ୍ୟବାଦ ପ୍ରଦାନ ଓ ରାଷ୍ଟ୍ରିୟ ପୁରସ୍କାରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ମାନପତ୍ର ପାଠ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories