www.samajalive.in
Thursday, December 11, 2025
16.1 C
Bhubaneswar

ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ; +୩କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶିତ

ବାଙ୍କୀ : ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ୨୦୧୭ମସିହାରେ ନାମ ଲେଖାଇ ଥିବା +୩ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଶେଷ ବର୍ଷ ୨୦୨୦ପରୀକ୍ଷା ଫଳ ବୁଧବାର ଦିନ ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ମହାବିଦ୍ୟାଳୟ ପରିସରରେ ପ୍ରକାଶିତ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ନିରଞ୍ଜନ ସିଅ, ପରୀକ୍ଷା ନିୟନ୍ତ୍ରକ ଡଃ. ନିବାସିନୀ ପଣ୍ଡା, ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ଡଃ. ଅମରେନ୍ଦ୍ର ମିଶ୍ର, ପ୍ରଶାସନିକ ଅଧିକାରୀ ମନୋଜ କୁମାର ମହାପାତ୍ର, ଡେପୁଟି କଣ୍ଟ୍ରୋଲର ଡଃ. ମୁରଲିଧର ରଥ, ତ୍ରୈଲୋକ୍ୟନାଥ ଦାସ, ଡଃ. ଶ୍ରୀକାନ୍ତ ଦାସ, ମନୋରଞ୍ଜନ ସାହୁ, ବୃନ୍ଦାବନ ପ୍ରଧାନ, ଜିତେନ୍ଦ୍ର କାନୁଗୋ, ଡଃ. ଶଷୀଭୂଷଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଫଳାଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ୨୦୨୦ଫଳାଫଳରେ ବେଷ୍ଟ ଗ୍ରାଜୁଏଟ୍‍ ଭାବରେ ଜୁଲୋଜି ଛାତ୍ର ଅମନ କୁମାର ମହାପାତ୍ର କୃତିତ୍ୱ ହାସଲ କରିଥିଲାବେଳେ କଳା ବିଭାଗର ଶିକ୍ଷା ସମ୍ମାନରେ ଜ୍ୟୋର୍ତିମୟୀ ଲେଙ୍କା ଏବଂ ବାଣିଜ୍ୟ ବିଭାଗରେ ତାପସ କୁମାରେ ପ୍ରଧାନ କଲେଜ ପାଇଁ କୃତିତ୍ୱ ହାସଲ କରିଛନ୍ତି। ସେହିପରି କଳାବିଭାଗର ଇକୋନୋମିକ୍ସରେ ସୁନିତାରାଣୀ ପ୍ରଧାନ, ଇଂରାଜୀରେ ସିମରନ ରାଉତ, ଇତିହାସରେ ଜ୍ୟୋର୍ତିମୟୀ ପ୍ରିୟଦର୍ଶିନୀ, ଗୃହବିଜ୍ଞାନରେ ଗାୟତ୍ରୀ ସାମଲ, ଓଡିଆରେ ପୂଜା ସାହୁ, ଫିଲୋସୋଫିରେ ଲିଜାଲିନ ସାହୁ, ପଲଟିକାଲ ସାଇନ୍ସରେ ଶୁଭଲକ୍ଷ୍ମୀ ରଣା, ସାଇକୋଲୋଜିରେ ସୋନାଲି ଗ୍ରହାଚାର୍ଯ୍ୟ, ସଂସ୍କୃତରେ ଓମଇଶ୍ୱରୀ ମହାପାତ୍ର ଓ ସାମାଜିକ ବିଜ୍ଞାନରେ ମୋନାଲିସା ଦାସ ଯଥାକ୍ରମେ ବିଭାଗ ଟପର ହୋଇଛନ୍ତି। ସେହିପରି ବିଜ୍ଞାନ ବିଭାଗର ବାୟୋଟେକନୋଲଜିରେ ଶୁଭଶ୍ରୀ ଅତବୁଦ୍ଧି, ବଟାନୀରେ ଜ୍ଞାନରଞ୍ଜନ ଦାସ, ରସାୟନ ବିଜ୍ଞାନରେ ପାର୍ବତୀ ମହାରଣା, କଂପ୍ୟୁଟର ସାଇନ୍ସରେ ସୁପ୍ରଭା ପ୍ରିୟଦର୍ଶିନୀ, ଗଣିତରେ ଶ୍ରଦ୍ଧାଞ୍ଜଳି ବିଶ୍ୱାଳ, ପଦାର୍ଥ ବିଜ୍ଞାନରେ ତୃପ୍ତିମୟୀ ଦାସ, ଜୁଲୋଜିରେ ସାଇପ୍ରଭା ମହାପାତ୍ର ଯଥାକ୍ରମେ ବିଭାଗ ସମ୍ମାନରେ ଟପର ହୋଇଥିବା ସୂଚନା ମିଳିଛି।
ସେହିପରି ଆଜି ମଧ୍ୟ ସଂସ୍କୃତ ଓ ଶିକ୍ଷା ବିଭାଗର ପିଜି ଫଳାଫଳ ପ୍ରକାଶ ପାଇଛି। ଶିକ୍ଷା ପିଜିରେ ସ୍ମୃତି ରଞ୍ଜିତା ବେହେରା ସର୍ବାଧିକ ୧୭୨୮ନମ୍ବର ରଖି ଟପର ହୋଇଥିଲାବେଳେ ସଂସ୍କୃତ ପିଜି ପରୀକ୍ଷାରେ ଲିଲି ବାରିକି ସର୍ବାଧିକ ୧୫୩୧ନମ୍ବର ରଖି ଟପର ହୋଇଛନ୍ତି। ସୂଚନା ଅନୁଯାୟୀ ଚଳିତ ବର୍ଷ ଶିକ୍ଷା ପିଜିରେ ୧୫ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଏ୧ରେ ୧୨ଜଣ ଏବଂ ଏ୨ରେ ୨ଜଣ ଉତୀର୍ଣ୍ଣ ହୋଇଥିଲା ବେଳେ ଜଣେ ଛାତ୍ର ପରୀକ୍ଷା ଦେଇନଥିଲେ। ସେହିପରି ସଂସ୍କୃତ ପିଜିରେ ୧୪ଜଣଙ୍କ ମଧ୍ୟରୁ ୨ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ଏ୧ରେ ୪ଜଣ, ବି୧ରେ ୫ଜଣ ଓ ସିରେ ୩ଜଣ କରି ମୋଟ ୧୨ଜଣ ସଫଳତା ପାଇ କଲେଜ ପାଇଁ ଗୌରବ ଆଣିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories