www.samajalive.in
Thursday, December 11, 2025
15.1 C
Bhubaneswar

ବିହାର ମୂଳ ବାସିନ୍ଦା ଭେଭେଲ ରାମକଲୱାନ ସେସେଲ୍ସ ରାଷ୍ଟ୍ରପତି ନିର୍ବାଚିତ

ଗୋଟିଏ ପଟେ ଭାରତର ଅନ୍ୟତମ ପ୍ରମୁଖ ରାଜ୍ୟ ବିହାରରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ଏବଂ ଅନ୍ୟ ପଟେ ୪୬୧୬ କିଲୋମିଟର ଦୂରରେ ଥିବା ସେସେଲ୍ସ ଦେଶର ରାଷ୍ଟ୍ରପତି ଭାବରେ ଜଣେ ବିହାରୀ ନିର୍ବାଚିତ ହୋଇଛନ୍ତି । ଏହି ବ୍ୟକ୍ତିଙ୍କ ନାମ ଭେଭେଲ ରାମକଲୱାନ । ୪୩ ବର୍ଷ ପରେ ତାଙ୍କ ଦଳକୁ କ୍ଷମତାକୁ ଆଣିବାରେ ସେ ସକ୍ଷମ ହୋଇଛନ୍ତି । ୧୯୭୭ ମସିହାରେ ସେସେଲ୍ସ ସ୍ବାଧୀନତା ହାସଲ କରିବା ପରେ ପ୍ରଥମଥର ପାଇଁ ୟୁନାଇଟେଡ଼୍ ସେସେଲ୍ସ ପାର୍ଟି କ୍ଷମତାକୁ ଆସିଛି ।
ରାମକାଲୱାନ୍ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଡାନି ଫୋରେଙ୍କୁ ନିର୍ବାଚନ​‌ରେ ପରାଜିତ କରିଛନ୍ତି । ୩ ଦିନ ଧରି ଚାଲିଥିବା ଭୋଟରେ ତାଙ୍କ ଦଳ  ୫୪.୯%ଭୋଟ ପାଇଥିବା ସୂଚନା ମିଳିଛି ।  ଭେଭେଲ ରାମକଲୱାନଙ୍କ ଜେଜେବାପା ବିହାରର ଗୋପାଳଗଞ୍ଜରୁ ସେସେଲ୍ସ ଚାଲି ଯାଇଥିଲେ । ଭେଭେଲ ରାମକାଲାଭାନ୍ ସେସେଲ୍ସରେ  ଜନ୍ମଗ୍ରହଣ କରିଥିଲେ | କଲେଜରେ ତାଙ୍କର ପରେ ସେ  ମରିସସରେ ଧର୍ମଜ୍ଞାନ ଅଧ୍ୟୟନ କରିଥିଲେ ଓ ପୁରୋହିତ ବୃତ୍ତିରେ ରହିଥିଲେ । ୧୯୯୮, ୨୦୦୧ ଓ ୨୦୦୬​‌ରେ ସେ ତାଙ୍କ ଦଳର ନେତୃତ୍ଵ ନେଇଥିଲେ ଓ ବିରୋଧୀ ଦଳରେ ରହିଥିଲେ ।   ସେ ୨୦୨୦ ନିର୍ବାଚନରେ ୫୪.୯ ପ୍ରତିଶତ ଭୋଟ୍ ହାସଲ କରିଛନ୍ତି। ୨୦୧୫ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେସେଲ୍ସ ଗସ୍ତ କରିଥିଲେ। ସେତେବେଳେ ସେସେଲ୍ସ ସହ ଭାରତ କିଛି ଚୁକ୍ତିସ୍ବାକ୍ଷର କରିଥିଲା । ବର୍ତମାନ ଏହି ଚୁକ୍ତିର ଭବିଷ୍ୟତ କ’ଣ ହେବ ତାହା ସ୍ପଷ୍ଟ ହୋଇନାହିଁ । ଭାରତ ଏଠାରେ ଥିବା ଏକ ଦ୍ବୀପରେ ନୌସେନା ନିମନ୍ତେ ଏକ ବେସ୍ ନିର୍ମାଣ କରିବାକୁ ଚାହୁଁଛି । ମାତ୍ର ଭେଭେଲ ହୁଏତ ଏହାକୁ ଅନୁମତି ଦେଇ ନ ପାରନ୍ତି । ସେତେବେଳେ ବିରୋଧୀ ଦଳରେ ଥିବା ଭେଭେଲ ଏହାକୁ ବିରୋଧ କରିଥିଲେ ।  ସେସେଲ୍ସ ଗଣମାଧ୍ୟମ ଅନୁଯାୟୀ  ରାମକାଲୱାନ ସର୍ବଦା ପରିବେଶ ସୁରକ୍ଷା ଉପରେ ଗୁରୁତ୍ଵ ଦେଇ ଆସିଛନ୍ତି । ସେସେଲ୍ସ ଦ୍ବୀପ ନିକଟରେ ବିଶାଳ କଇଁଛମାନଙ୍କର ଆତଯାତ ରହିଛି ଏବଂ ଏହାକୁ ବିଶ୍ଵ ଐତିହ୍ୟସ୍ଥଳ ମାନ୍ୟଦା ଦାବି କରାଯାଇଛି । ତେଣୁ ଭେଭେଲଙ୍କର ଭାରତ ପ୍ରତି କି ମନୋଭାବ ରହିବ ତାହା ଆଗାମୀ ଦିନ ହିଁ ସ୍ପଷ୍ଟ କରିବ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories