www.samajalive.in
Thursday, December 11, 2025
13.1 C
Bhubaneswar

ଆନନ୍ଦପୁର ବ୍ୟାରେଜ ବାମ ପାର୍ଶ୍ୱ କେନାଲର ବିରାଟ ଗର୍ତ୍ତ  ଦୁର୍ଘଟଣାକୁ ନିମନ୍ତ୍ରଣ  

କେଶଦୁରାପାଳ : ନବନିର୍ମିତ ଆନନ୍ଦପୁର ବ୍ୟାରେଜ କାମ ସଂପୂର୍ଣ୍ଣ ହୋଇ ଉଦ୍‌ଘାଟନ ହୋଇଯାଇଥିବାବେଳେ  ବ୍ୟାରେଜର ବାମ ପାର୍ଶ୍ୱ କେନାଲ ବର୍ଷା ଯୋଗୁ ମାଟି ଖସି ବିରାଟ ଗର୍ତ ହୋଇଯାଇଛି ଫଳରେ ରାସ୍ତା କଡରେ ବିରାଟ ଗର୍ତ୍ତ  ହୋଇ ଯାତ୍ରୀମାନଙ୍କୁ ଦୁର୍ଘଟଣାକୁ ନିମନ୍ତ୍ରଣ କରୁଥିବାର ଦେଖିବାକୁ ମିଳିଛି ।
ସୁଚନାରୁ ଜଣାଯାଏ, ଆନନ୍ଦପୁର ବ୍ୟାରେଜ ବାମ ପାର୍ଶ୍ୱକେନାଲରେ ବର୍ଷା ଯୋଗୁ ମାଟି ଖସି ରାସ୍ତା କଡରେ ବିରାଟ ଗର୍ତ୍ତମାନ ହୋଇ ଯାଇଛି। ଉକ୍ତ ସ୍ଥାନରେ ଆଲୋକର ବ୍ୟବସ୍ଥା ନଥିବାବେଳେ ରାସ୍ତା ମରାମତି ପାଇଁ କୌଣସି ଦୃଷ୍ଟି ଦିଆଯାଉ ନାହିଁ।ଠିକାଦାର କାମ କରି ଛୁ କରିଥିବାବେଳେ ଅଜଣା ଗାଡି ଚାଳକମାନେ ଖାଲରେ ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି ।  ଏ ନେଇ ଠିକାଦାର ନା ପ୍ରଶାସନ ନା ଉକ୍ତ ବିଭାଗୀୟ କର୍ତ୍ତୁପକ୍ଷ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବୁଦ୍ଧି ଜିବୀଙ୍କ ମହଲରେ ଆଲୋଚନା ହେଉଛି । ଏପରି କି ଉକ୍ତ ଖାଲରେ ପଡ଼ି କିଛି ବ୍ୟକ୍ତି ପୋତି ଚାଲିଗଲା ପରେ ଏଥିପ୍ରତି ବିଭାଗର ଦୃଷ୍ଟି ପଡିବ ବୋଲି କେହି କେହି ବକ୍ତବ୍ୟ ରଖନ୍ତି । ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଆନନ୍ଦପୁର ବ୍ୟାରେଜ ବାମ ପାର୍ଶ୍ୱକେନାଲର ମାଟି ଖସି ବିରାଟ ଗର୍ତ୍ତ ଗୁଡିକୁ ମରାମତି କରା ନ ଯାଏ ଦୁର୍ଘଟଣାରେ କେତେ ଯେ ଜୀବନ ଜିବ ତାହା ଦେଖିବାକୁ ବାକି ରହିଲା ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories