www.samajalive.in
Sunday, December 7, 2025
23.1 C
Bhubaneswar

ପାନର ପତ୍ରରେ ସ୍ୱସ୍ତିକ କରି ଭଗବାନ ଗଣେଶଙ୍କୁ ଅର୍ପଣ କଲେ ମିଳିଥାଏ : ଅତ୍ୟନ୍ତ ଶୁଭ ଫଳ

ଯେକୌଣସି ବ୍ୟକ୍ତିର ଅନିଷ୍ଟତାର ଆଶଙ୍କା, ସ୍ୱାସ୍ଥ୍ୟର ସମସ୍ୟା, ଆର୍ଥିକ କ୍ଷେତ୍ରରେ ଅସୁବିଧା ଆଦି ସମସ୍ତ କଷ୍ଟରୁ ଶ୍ରୀଗଣେଶ ଦୂର କରିଥାଆନ୍ତି। ତାଙ୍କୁ ସର୍ବଦା ଭକ୍ତି, ଶ୍ରଦ୍ଧା ଏବଂ ବିଶ୍ୱାସ ସହ ସ୍ମରଣ କଲେ ସମସ୍ତ ଦୁଃଖ ଦୂର ହୋଇଥାଏ।
ପ୍ରଭୁ ଗଣେଶଙ୍କ ଫଟୋ କିମ୍ବା ମୂର୍ତ୍ତିର ମୁଖ ଦକ୍ଷିଣକୁ ହେବା ଉଚିତ ନୁହେଁ।
ଗୃହରେ ସର୍ବଦା ବସିଥିବା ଗଣେଶଙ୍କ ପ୍ରତିମା ଏବଂ କାର୍ୟ୍ୟ ସ୍ଥଳରେ ଠିଆ ହୋଇଥିବା ଗଣେଶଙ୍କ ପ୍ରତିମା ରଖିବା ଆବଶ୍ୟକ ଅଟେ।
ପୂର୍ବ ଦିଗରେ ଗଣେଶଙ୍କ ପ୍ରତିମା ସ୍ଥାପନ କଲେ ଏହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିଥାଏ।
ଧଳା ରଙ୍ଗ ଗଣେଶଙ୍କ ପ୍ରତିମା ଘରେ ଲଗାଇଲେ ଗୃହରେ ସର୍ବଦା ସୁଖଶାନ୍ତିର ବାତାବରଣ ରହିଥାଏ।
ପିଲାଙ୍କ ପାଠ ପଢା ନିମନ୍ତେ ସିନ୍ଦୂର ରଙ୍ଗର ଗଣେଶଙ୍କ ପ୍ରତିମା ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ।
ପ୍ରତି ବୁଧବାରରେ ଗଣେଶଙ୍କୁ ଲଡ଼ୁ ପ୍ରସାଦ ଭାବେ ଭୋଗ ଲଗାଇଲେ ପରିବାର ସଦସ୍ୟ ମଧ୍ୟରେ ସଂପର୍କ ସୁଦୃଢ ରହିଥାଏ।
ପ୍ରଭୁ ଗଣେଶଙ୍କୁ ପ୍ରଥମେ ଲାଲ ସିନ୍ଦୂର ଅର୍ପଣ କରନ୍ତୁ।
ଏହା ପରେ ପ୍ରଭୁଙ୍କୁ ଦୂବ ଅର୍ପଣ କରନ୍ତୁ।
ଘିଅର ଦୀପ ପ୍ରଭୁଙ୍କୁ ଅର୍ପଣ କରନ୍ତୁ। ଦୀପର ତଳେ ଅଳ୍ପ ଚାଉଳ ରଖନ୍ତୁ।
ଗଣେଶଙ୍କୁ ପୂଜା କରିବା ସମୟରେ ତାଙ୍କୁ ପିଠିପଟକୁ ଦର୍ଶନ କରିବା ଉଚିତ ନୁହେଁ। କାରଣ ତାଙ୍କ ପିଠିରେ ଦରିଦ୍ରତା ବାସ କରିଥାଏ।
ପାନର ପତ୍ରରେ ସ୍ୱସ୍ତିକ କରି ଭଗବାନ ଗଣେଶଙ୍କୁ ଅର୍ପଣ କରନ୍ତୁ। ସମସ୍ତ ଦୁଃଖ ଦୂର ହୋଇଥାଏ। ଅତ୍ୟନ୍ତ ଶୁଭ ଫଳ ମିଳିଥାଏ।
ପ୍ରଭୁ ଗଣେଶଙ୍କୁ ମକ୍କାର ଦାନା ଅର୍ପଣ କରିବା ଦ୍ୱାରା ଗୃହରେ ଧନସମ୍ପତ୍ତିର ଅଭାବ ହୋଇନଥାଏ।
ପ୍ରଭୁ ଗଣେଶଙ୍କୁ ମୋଦକ ଖୁବ୍ ପ୍ରିୟ ଅଟେ। ତେଣୁ ତାଙ୍କ ନିକଟରେ ମୋଦକ ଭୋଗ ଲଗାଇଲେ ବହୁ ଶୁଭଫଳ ପ୍ରାପ୍ତି ହୋଇଥାଏ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories