ସମୁଦ୍ର ଗର୍ଭରୁ ମିଳିଲା ୧୧୩ ବର୍ଷ ତଳେ ବୁଡ଼ିଥିବା ରୁଷ ଯୁଦ୍ଧ ଜାହାଜ, ସେଥିରେ ଅଛି ୨୦୦ ଟନ୍‍ ସୁନା!

0

ସିଓଲ : ଦକ୍ଷିଣ କୋରିଆର ଏକ ଉଦ୍ଧାରକାରୀ ଦଳ ସମୁଦ୍ର ଗର୍ଭରେ ୧୧୩ ବର୍ଷ ତଳେ ବୁଡ଼ିଥିବା ରୁଷର ଏକ ଯୁଦ୍ଧ ଜାହାଜର ଭଗ୍ନାଂବଶେଷକୁ ଠାବ୍‍ କରିବାରେ ସଫଳ ହୋଇଛି । ଏହି ଯୁଦ୍ଧ ଜାହାଜରେ ୨୦୦ ଟନ୍‍ ସୁନା ରହିଥିବା କୁହାଯାଉଛି। ଏହି ସୁନାର ଆନୁମାନିକ ମୂଲ୍ୟ ୧୩୦ ଶହ ଡଲାର (ପ୍ରାୟ ୮ ଲକ୍ଷ କୋଟି ଟଙ୍କା) ହେବ । ବ୍ରିଟେନ୍‍ ଖବରକାଗଜ ଡେଲି ଟ୍ରେଲିଗ୍ରାଫ ଅନୁସାରେ ଜାହାଜର ଭଗ୍ନାଂବଶେଷ କୋରିଆ ଦ୍ୱୀପ ଓଲୁଗୁଣ୍ଡା ନିକଟରେ ସମୁଦ୍ରର ୪୦୦ ଫୁଟ୍‍ ତଳେ ଠାବ୍‍ କରାଯାଇଛି। ରୁଷ ଇମ୍ପେରିଆଲ ନେଭି (ଶାହି ନୌସେନା)ର ସୋନା ବୋଝେଇ ଦିମିତ୍ର ଦୋନ୍ସକୋଇ ନାମକ ଏକ ଯୁଦ୍ଧ ଜାହାଜ ୧୯୦୫ରେ ଦକ୍ଷିଣ କୋରିଆ ନିକଟରେ ବୁଡ଼ି ଯାଇଥିଲା। ଜାହାଜର ଭଗ୍ନାଂବଶେଷ ଖୋଜିବା ପାଇଁ ଦକ୍ଷିଣ କୋରିଆ, ବ୍ରିଟେନ୍‍ ଏବଂ କାନାଡାର ଦଳ ଏକସଙ୍ଗେ କାର୍ଯ୍ୟ କରୁଥିଲେ। ଜାହାଜର ଭଗ୍ନାଂବଶେଷର ଫଟୋ ଉଠାଇବା ପାଇଁ ଦଳ ୨ଟି ବୁଡ଼ା ଜାହାଜର ବ୍ୟବହାର କରିଥିଲେ। ରିପୋର୍ଟ ଅନୁସାରେ ରୁଷ ଜାହାଜରେ ସୋନା ବିସ୍କୁଟ ଏବଂ ମୁଦ୍ରାର ଭର୍ତ୍ତି ୫୫୦୦ଟି ବାକ୍ସ ଥିଲା। ୧୯୦୫ରେ ଜାପାନ-ରୁଷିଆ ଯୁଦ୍ଧ ସମୟରେ ଜାପାନ ଏହି ଜାହାଜକୁ ଅକ୍ତିଆର କରିବା ପାଇଁ ଚାହୁଁଥିଲା। ମାତ୍ର ଏହା ପୂର୍ବରୁ ଜାଜାଟି ସମୁଦ୍ର ଗର୍ଭରେ ବୁଡ଼ିଯାଇଥିଲା। ଅକ୍ଟୋବର ସୁଦ୍ଧା ଜାହାଜର ଭଗ୍ନାଂବଶେଷକୁ ବାହାର କରି ଆଣିହେବ ବୋଲି ଠାବ୍‍ କରିଥିବା ଦଳ ଆଶା କରୁଛନ୍ତି। ଯେତିକି ସୁନା ମିଳିବ ତାର ଅଧା ରୁଷକୁ ଦିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ସୁନା ବିକ୍ରିରୁ ମଳିବାକୁ ଥିବା ମୂଲ୍ୟର ୧୦% ଅର୍ଥରେ ଓଲୁଗୁଣ୍ଡା ଦ୍ୱୀପରେ ଏକ ସଂଗ୍ରହାଳୟ ସ୍ଥାପନ କରାଯିବ ବୋଲି ଉଦ୍ଧାରକାରୀ ଦଳ ଏବଂ ଏହାକୁ ଆର୍ଥିକ ସାହଯ୍ୟ ଯୋଗାଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

Leave A Reply