www.samajalive.in
Sunday, December 7, 2025
15.1 C
Bhubaneswar

ଉଦ୍ଧବ-କଙ୍ଗନା କଳି: ବ୍ୟକ୍ତିଗତ ସ୍ଥରରୁ ରାଜ୍ୟସ୍ଥରକୁ ଗଲାଣି ଆକ୍ଷେପ ପ୍ରତି ଆକ୍ଷେପ

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ଅଭିନେତ୍ରୀ କଙ୍ଗନା ରଣାୱତ ଦେଇଥିବା ବିବୃତ୍ତି ଉପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦଶହରା ରାଲିରେ କହିଛନ୍ତି ଯେ ହିମାଚଳ ପ୍ରଦେଶରେ ବହୁଳ ପରିମାଣରେ ଗଂଜେଇ ଚାଷ କରାଯାଉଛି। ଉଦ୍ଧବ ଯଦିଓ ସିଧାସଳଖ କଙ୍ଗନାଙ୍କ ନାଁ ନେଇ ନଥିଲେ କିନ୍ତୁ କହିଥିଲେ ଯେ ଯେଉଁମାନେ ମହାରାଷ୍ଟ୍ରକୁ ଗଂଜେଇ ବେପାରର ପେଣ୍ଠସ୍ଥଳୀ କହି ବଦନାମ କରିବାକୁ ଚେଷ୍ଟା କରୁଛନ୍ତି, ସେମାନେ ଜାଣିନାହାନ୍ତି ଯେ ସେମାନଙ୍କ ରାଜ୍ୟ ହିଁ ଏହାର ମୁଖ୍ୟ ପେଣ୍ଠସ୍ଥଳୀ। ମୁମ୍ବାଇ ପୁଲିସକୁ ସମର୍ଥନ କରି ସେ କହିଛନ୍ତି ଯେ ଯେଉଁମାନେ ନ୍ୟାୟ ପାଇଁ ଲୁହ ଝରାଉଥିଲେ ସେମାନେ ଏବେ କେଉଁଠି। ସେ କହିଛନ୍ତି, ଗଂଜେଇ ନୁହେଁ ଆମ ଘରେ ଆମେ ତୁଳସୀ ଗଛ ଲଗାଉ।

- Advertisement -

ଆଜି କଙ୍ଗନା ମଧ୍ୟ ଟ୍ଵିଟରରେ ପୋଷ୍ଟ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ତୁମେ ଜଣେ ଅତି କ୍ଷୁଦ୍ର ବ୍ୟକ୍ତି, ହିମାଚଳଙ୍କୁ ଦେବ ଭୁମି କୁହାଯାଏ କାରଣ ଏଠାରେ ସର୍ବାଧିକ ସଂଖ୍ୟକ ମନ୍ଦିର ଅଛି ଓ ଅପରାଧ ହାର ଶୂନ୍ୟ। ସେ କହିଛନ୍ତି ଯେ ହିମାଚଳ ହେଉଛି ଉର୍ବର ଜମିର ସହର ଯେଉଁଠି ସେଓ, କିୱି, ଡାଳିମ୍ବ ଓ ଷ୍ଟ୍ରବେରି ଭଳି ଫଳ ଫଳିଥାଏ। କଙ୍ଗନା ଆହୁରି ମଧ୍ୟ ଟ୍ୱିଟ କରିଛନ୍ତି ଯେ ହିମାଚଳର ସୌନ୍ଦର୍ଯ୍ୟ ପ୍ରତ୍ୟେକ ଭାରତୀୟଙ୍କର ଅଟେ, ମୁମ୍ବାଇ ମଧ୍ୟ ପ୍ରଦାନ କରୁଥିବା ସୁଯୋଗ ଆମ ପ୍ରତ୍ୟେକଙ୍କର ଅଟେ, ଉଭୟ ମୋର ଘର, ଉଦ୍ଧବ ଠାକରେ ଆପଣ ଆମର ଗଣତାନ୍ତ୍ରିକ ଅଧିକାର ଛଡ଼ାଇବାକୁ ଏବଂ ଆମକୁ ଭାଗ କରିବାକୁ ସାହସ କରନ୍ତୁ ନାହିଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories