www.samajalive.in
Thursday, December 11, 2025
14.1 C
Bhubaneswar

ବିପ୍ଳବୀ ଭଗବତୀ ଚରଣ ପାଣିଗ୍ରାହୀଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସମାରୋହ

ଭୁବନେଶ୍ୱର: ଓଡ଼ିଶାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା ସମ୍ପାଦକ, ପ୍ରଗତିଶୀଳ ସାହିତ୍ୟର ଧାରା ପ୍ରବର୍ତ୍ତନ ସହ ନବଯୁଗ ସାହିତ୍ୟ ସଂସଦର ପ୍ରତିଷ୍ଠାତା ତଥା ମୁକ୍ତି ସଂଗ୍ରାମୀ ଭଗବତୀ ଚରଣ ପାଣିଗ୍ରାହୀଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସମାରୋହ ଅଶୋକନଗରସ୍ଥିତ ଲୋକନାଥ ସ୍ମାରକୀ ସଭା କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହ ଅବସରରେ ‘ନୂଆଦୁନିଆ’ ସାପ୍ତାହିକୀ ପତ୍ରିକାର ଭଗବତୀ ବିଶେଷାଙ୍କ ଲୋକର୍ପିତ ହୋଇଥିଲା। ସିପିଆଇ ରାଜ୍ୟ ସହସମ୍ପାଦକ ଡା. ପ୍ରଶାନ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ପାର୍ଟିର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ଜାତୀୟ କାର୍ଯ୍ୟକାରୀ କମିଟି ସଦସ୍ୟ ରାମକୃଷ୍ଣ ପଣ୍ଡା, ନୂଆଦୁନିଆ ସମ୍ପାଦକ ରମେଶ ଚନ୍ଦ୍ର ପାଢ଼ୀ, ଶ୍ରମିକ ନେତା ଜୟନ୍ତ ଦାସ, ପୂର୍ବତନ ଉଚ୍ଚଶିକ୍ଷା ଅତିରିକ୍ତ ନିର୍ଦ୍ଦେଶକ ପ୍ରଫେସର ଅମୀୟ କୁମାର ମହାନ୍ତି, ସୁର ଜେନା, ସତୀଶ ମିଶ୍ର ପ୍ରମୁଖ ଭଗବତୀ ଚରଣ ପାଣିଗ୍ରାହୀଙ୍କ ସ୍ମୃତିଚାରଣ କରି ଦେଶରେ ଶ୍ରମିକ, କୃଷକ ଓ ଛାତ୍ରମାନଙ୍କ ସ୍ୱାର୍ଥ ବିରୁଦ୍ଧରେ ସରକାର ମହାମାରୀ କରୋନା ସମୟରେ ଯେଉଁ କଳା ଆଇନ ପ୍ରଣୟନ କରିଛନ୍ତି ଏହା ଶ୍ରମିକ, କୃଷକ ଓ ଦେଶ ବିରୋଧୀ ବୋଲି ମତବ୍ୟକ୍ତ କରିଥିଲେ। ଏହା ବିରୁଦ୍ଧରେ ବାମ ଗଣତାନ୍ତ୍ରିକ ଶକ୍ତିମାନଙ୍କୁ ସଂଗଠିତ କରି ବ୍ୟାପକ ଆନ୍ଦୋଳନ ସୃଷ୍ଟି କରିପାରିଲେ ଏହା ଭଗବତୀ ଚରଣ ପାଣିଗ୍ରାହୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବସନ୍ତ କୁମାର ପାଇକରାୟ, ପ୍ରମୋଦିନୀ ପାଇକରାୟ, ବିଜୟ ଜେନା, ଆକୁଳି ନାଥ, ଅଶୋକ ସାହୁ, ଛାତ୍ରନେତ୍ରୀ ସଂଘମିତ୍ରା ଜେନା, ଲୋକନାଥ ଭୋଇ, ଛେତମ୍ବର ଭୋଇ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories