www.samajalive.in
Tuesday, December 9, 2025
17.1 C
Bhubaneswar

୨୦୨୨ ସୁଦ୍ଧା ନୂଆ ସଂସଦ ଭବନ ନିର୍ମାଣ – ସମୀକ୍ଷା କଲେ ଲୋକସଭା ବାଚସ୍ପତି ଓମ ବିର୍ଲା

ଲୋକସଭା ବାଚସ୍ପତି ଓମ ବିର୍ଲା ଆଜି ନୂତନ ସଂସଦ ଭବନ ନିର୍ମାଣ ସମ୍ପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ବାଚସ୍ପତି ବିର୍ଲାଙ୍କୁ ନୂତନ କୋଠା ନିର୍ମାଣ ପାଇଁ ପ୍ରସ୍ତାବିତ ଅଞ୍ଚଳରେ ଥିବା ସୁବିଧା ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ଅଗ୍ରଗତି ସମ୍ପର୍କରେ ସୂଚନା ଦିଆଯାଇଛି। ବୈଠକରେ ଗୃହ ଓ ସହରାଂଚଳ ବ୍ୟାପାର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ମଧ୍ୟ ଉପସ୍ଥିତ ଥିଲେ।

ଗୃହ ଓ ସହରାଂଚଳ ମନ୍ତ୍ରଣାଳୟର ଅଧିକାରୀମାନେ ଶ୍ରୀ ବିର୍ଲାଙ୍କୁ ସଂସଦ ଅଧିବେଶନ ସମେତ ଏହି ସମୟ ମଧ୍ୟରେ ଭିଭିଆଇପି ଏବଂ କର୍ମଚାରୀଙ୍କ ପ୍ରସ୍ତାବିତ ସ୍ଥାନାନ୍ତରଣ ଯୋଜନା ବିଷୟରେ ସୂଚନା ଦେଇଥିଲେ। ସଂସଦର ନୂଆ ଭବନ ସହ ପୁରୁଣା ଭବନକୁ ସଂସଦୀୟ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରାଯିବ। ପୁରୁଣା ସଂସଦ ଭବନକୁ ଉପଯୁକ୍ତ ଭାବେ ସାଜସଜ୍ଜା କରାଯାଇ ପୁରାତନ ଦସ୍ତାବିଜ ସମେତ ଅନ୍ୟ ସାମଗ୍ରୀ ରଖାଯିବ ପାଇଁ ଯୋଜନା ଥିବା ସୂଚନା ମିଳିଛି। ତେବେ ନୂତନ ଭବନର ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ଡିସେମ୍ବରରେ ଆରମ୍ଭ ହେବ ଏବଂ ୨୦୨୨ ଅକ୍ଟୋବର ସୁଦ୍ଧା ଶେଷ ହେବାର ସମ୍ଭାବନା ରହିଛି। ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ଏକ ମନିଟରିଂ କମିଟି ଗଠନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories