www.samajalive.in
Wednesday, December 10, 2025
26.1 C
Bhubaneswar

‘ଡ଼ାକ୍ତର’ ରୂପରେ ଭଗବାନ: ୭୩ ବର୍ଷ ବୟସରେ ସାଇକେଲରେ ବୁଲିବୁଲି କରୁଛନ୍ତି ଲୋକଙ୍କ ଚିକିତ୍ସା

ଡ଼ାକ୍ତରଙ୍କୁ ଭଗବାନ ବୋଲି ଅନେକ କହନ୍ତି । କରୋନା କାଳରେ ଡ଼ାକ୍ତରମାନେ ଯେପରି ଲୋକମାନଙ୍କର ସେବା କରୁଛନ୍ତି ସେଥିପାଇଁ ସେମାନଙ୍କୁ ଆହୁରି ମର୍ଯ୍ୟାଦା ମିଳୁଛି । ହେଲେ ମହାରାଷ୍ଟ୍ରର ଜଣେ ଏମିତି ଡ଼ାକ୍ତର ଅଛନ୍ତି ଯିଏ କି ୭୩ ବର୍ଷ ବୟସରେ ସାଇକେଲରେ ଗାଁକୁ ଗାଁ ବୁଲି ଲୋକଙ୍କ ଚିକିତ୍ସା କରିବାକୁ ଭଲ ପାଆନ୍ତି । ସେ ହେଉଛନ୍ତି ରାମଚାନ୍ଦ ଡ଼ୱେକର ।

ରାମଚନ୍ଦ୍ର ଜଣେ ହୋମିଓପ୍ୟାଥି ଡ଼ାକ୍ତର । ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରେ ତାଙ୍କର ଘର । ମାତ୍ର ସେ ଘରେ କେବେ ଲୋକଙ୍କୁ ଚିକିତ୍ସା କରନ୍ତି ନାହିଁ । ଲୋକଙ୍କ ଘରେ ଚିକିତ୍ସା କରିବାକୁ ପହଞ୍ଚ ଯାଆନ୍ତି । ଦିନକୁ ପ୍ରାୟ ୨୦ କିଲୋମିଟର ସାଇକେଲ ଚଳାଇ ଲୋକଙ୍କ ଘରକୁ ଯାଆନ୍ତି । ଗତ ୬୦ ବର୍ଷ ଧରି ସେ ଚିକିତ୍ସା କରୁଛନ୍ତି । ଖରା ହେଉ ବା ବର୍ଷା ଲୋକଙ୍କ ଦ୍ବାରରେ ସେ ପହଞ୍ଚି ଯାଆନ୍ତି । ସାଥୀରେ ଗୋଟିଏ ବ୍ୟାଗ, ଯେଉଁଥିରେ ଔଷଧ ଓ ଆନୁଷଙ୍ଗିକ ସାମଗ୍ରୀ ଥାଏ ।

- Advertisement -

ରାମଚନ୍ଦ୍ର କହିଛନ୍ତି ଯେ ଆଜିକାଲି କିଛି ଯୁବ ଡ଼ାକ୍ତର କରୋନା କାଳରେ ଚିକିତ୍ସା କରିବାକୁ ଭୟ କରୁଛନ୍ତି । ଟଙ୍କା ପଛରେ ଦୌଡ଼ୁଛନ୍ତି । ମାତ୍ର ମୋର ସେପରି ଭୟ ନାହିଁ । ଡାକ୍ତରମାନଙ୍କର ସବୁଠାରୁ ବଡ ଧର୍ମ ହେଉଛି ରୋଗୀମାନଙ୍କର ସେବା କରିବା। ଆଜି ଆମ ଦେଶରେ ଚିକିତ୍ସା କ୍ଷେତ୍ରରେ ଢ଼େର ଅଗ୍ରଗତି କରିଥିଲେ ହେଁ ଚିକିତ୍ସା ଅଭାବରୁ ବହୁ ରୋଗୀ ପ୍ରାଣ ହରାଉଛନ୍ତି । ତେଣୁ ଯୁବଡ଼ାକ୍ତରମାନେ ଗାଁ ମୁହାଁ ହେବା ଆବଶ୍ୟକ ବୋଲି ରାମଚନ୍ଦ୍ର ମତ ଦେଇଛନ୍ତି । ଗରିବଙ୍କ ଆଶୀର୍ବାଦଠାରୁ ବଡ଼ କିଛି ଫି’ ନାହିଁ ବୋଲି ରାମଚନ୍ଦ୍ର କହିଛନ୍ତି ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories